‘ଉଦୟବଟ’ ତରଫରୁ ୭୬ତମ ସ୍ୱାଧିନତା ଦିବସ ପାଳିତ; ‘ଉଦୟବଟ ଇ-ନ୍ୟୁଜ୍‌’ର ୩ୟ ବାର୍ଷିକୋତ୍ସବ

ବ୍ୟାସନଗର, (ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଫେରୋକ୍ରୋମ ପ୍ଲାଂଟ ନିକଟସ୍ଥ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ସମ୍ବାଦଭିତିକ ପତ୍ରିକା ‘ଉଦୟବଟ’ ଏବଂ ‘ଉଦୟବଟ ଇ-ନ୍ୟୁଜ୍‌’ ତରଫରୁ ୭୬ ତମ ସ୍ୱାଧିନତା ଦିବସ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ଯୋଗ ଦେଇ ଏଠାରେ ଜାତୀୟ ପତାକାକୁ ଉତୋଳନ କରିଥିଲେ । ସ୍ଥାନୀୟ ଫେରୋକ୍ରୋମ କାରଖାନାର ଡି.ଜି.ଏମ ଅଶୋକ କୁମାର ସାହୁ ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ କ୍ରୋମନଗର ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓ, ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ନୃସିଂହ ଚରଣ ବଳ ଓ ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ ଡି.ଜି.ଏମ ନିରାକାର ନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ବରିଷ୍ଠ ଶିକ୍ଷାବିତ୍ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ସ୍ୱାଗତ ସମ୍ଭାଷଣ ସହ କହିଥିଲେ ଯେ ଦେଶ ସ୍ୱାଧିନତାର ୭୫ବର୍ଷ ପୂର୍ତି ଉପଲକ୍ଷେ ଅମୃତ ମହୋତ୍ସବ ଓ ହର ଘର ତ୍ରିରଗାଂ କାର୍ଯ୍ୟକ୍ରମରେ ‘ଉଦୟବଟ’ ସାମିଲ ହୋଇ ବିଭିନ୍ନ ସମାଜସେବାମୂଳକ କାଯ୍ୟମାନ ହାତକୁ ନେଇଛି ଓ ନିଜସ୍ୱ ଉଦ୍ୟମରେ ଆମେ ଆଉ କିଛି କାର୍ଯ୍ୟକ୍ରମ ହାତକୁ ନେବାକୁ ଲକ୍ଷ୍ୟ ରଖିଛୁ । ‘ଦୁର୍ଲ୍ଲଭ କଳା ପରିଷଦ’ର କଳାକାର ଦେବେନ୍ଦ୍ର ମଲ୍ଲିକ, ଭାରତ ଭୂଷଣ ରାଉତ, ହିତାଗ୍ନୀ ମିଶ୍ର, କଳିଙ୍ଗ କେଶରୀ ରାଉତ ଓ ସାଥି ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାମଲ କହିଥିଲେ ଯେ, ଖବର ପ୍ରକାଶନ ସହ ‘ଉଦୟବଟ’ ବହୁ ବର୍ଷ ଧରି ନିରନ୍ତର ବିଭିନ୍ନ ସାମାଜିକ, ଉନ୍ନୟନମୂଳକ ଓ ସଚେତନତାଭିତିକ କାର୍ଯ୍ୟକ୍ରମମାନ ଜାରୀ ରଖିଥିବାରୁ ଏହାର ଭୂୟସୀ ପ୍ରଂଶସା କରିଥିଲେ । କୋଭିଡ଼ ସମୟରେ ‘ଉଦୟବଟ’ ବହୁ ଅଭାବୀ, ଶ୍ରମିକ ଓ ଗରୀବ ଶ୍ରେଣୀର ଲୋକଙ୍କ ପାଖରେ ପହଚିଂ ଯଥାସମ୍ଭବ ସହଯୋଗର ହାତ ବଢ଼ାଇ ଉଦାହରଣ ସୃଷ୍ଟି କରିଛି ବୋଲି କହିଥିଲେ । ମୁଖ୍ୟ ବକ୍ତା ଇଂ. ଶ୍ରୀଯୁକ୍ତ ସାହୁ କହିଥିଲେ ଯେ ‘ଉଦୟବଟ’ ସ୍ଥାନୀୟ ଅଂଚଳରେ ବହୁ ଜନହିତକର ତଥା ଯୁଗୋପଯୋଗୀ କାର୍ଯ୍ୟ କରି ଲୋକଙ୍କର ନିକଟତର ହୋଇଛି ଏବଂ ଏହି ଧାରା ବଜାୟ ରଖିବାକୁ ସେ ପରାମର୍ଶ ଦେଇଥିଲେ । ଏଥିରେ ସମାଜସେବୀ ଜି. ସୁରେନ୍ଦ୍ରନ ପିଲାଇ, ‘ଉଦୟବଟ’ର କାର୍ଯ୍ୟନିର୍ବାହୀ ସଂପାଦିକା ବିଦ୍ୟୁତ୍‌ପ୍ରଭା ରାୟ, ପ୍ରଫୁଲ୍ଲ ବାରିକ, ରମେଶ ଦାସ, ଅରୁଣ ଦାସ, ପରମାନନ୍ଦ ମିଶ୍ର, ବସନ୍ତ କୁମାର ପାତ୍ର, ଶାନ୍ତନୁ ମଲ୍ଲିକ, ହରୀଶ ଚନ୍ଦ୍ର ଜେନା, ସନାତନ ମଲ୍ଲିକ, ରତିକାନ୍ତ ମହାନ୍ତି, କାଳନ୍ଦି ବାରିକ, ଅଜୟ କୁମାର ଜେନା, ହରି ବିନ୍ଧାଣି, ଜ୍ୟୋତ୍ସା ଦତ, ନର୍ମଦା ଛୋଟ୍ଟରାୟ, ଅନ୍ନପୂର୍ଣ୍ଣା ରାୟ, ଗୋଲାପ ମଲ୍ଲିକ, ଭାରତୀ ବିଶ୍ୱାଳ, ସୁମତି ବାରିକ, କାଂଚନ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏଠାରେ ‘ଉଦୟବଟ ଇ-ନ୍ୟୁଜ୍‌’ର ୩ୟ ବାର୍ଷିକୋତ୍ସବ ମଧ୍ୟ ପାଳିତ ହୋଇଥିଲା । ଶେଷରେ ସମୀର କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close