ଅରିନ୍ଦମ ଓ ସୀତାରାମଙ୍କ ବିୟୋଗରେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ଶ୍ରଦ୍ଦାଞ୍ଜଳୀ ସଭା

ବ୍ୟାସନଗର, ୨୭/୦୯(ଉ.ନ୍ୟୁଜ୍ ବ୍ୟୁରୋ): ମୁଣ୍ଡଳି ଠାରେ ଗଜ ଉଧାର ବେଳେ ଓଡ଼୍ରାପ ଦଳ ସହିତ ସାମିଲି ହୋଇଥିବା ଓ.ଟି.ଭିର ଆଗଧାଡ଼ିର ସାମ୍ବାଦିକ ଅରିନ୍ଦମ ଦାସ ଓ ଓଡ଼୍ରାପ ଜବାନ ସୀତାରାମ ମୁର୍ମ୍ମୁଙ୍କ ଅକାଳ ବିୟୋଗରେ ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲଙ୍କ ଆବାହକତ୍ୱରେ ଓ ସଭାପତି ଉପେନ୍ଦ୍ରନାଥ ବେଉରିଆଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଦାଞ୍ଜଳୀ ସଭା ଗତ କାଲି ଆୟୋଜିତ ହୋଇଥିଲା । ଏଥିରେ ମଂଚର ଉପଦେଷ୍ଠା ତଥା ବରିଷ୍ଠ ସାମ୍ବାଦିକ ଚିନ୍ତାମଣି ପାଢ଼ି ଯୋଗ ଦେଇ କହିଲେ ଯେ, ଅରିନ୍ଦମ ଦାସ ଜଣେ ଦୁଃଶାହସିକ ଓ ଆଗଧାଡ଼ିର ସାମ୍ବାଦିକ ଥିଲେ । ତାଙ୍କର ମୃତ୍ୟୁରେ ଆମ୍ଭେମାନେ ସମସ୍ତେ ଦୁଃଖିତ । ସଂପାଦକ ଶ୍ରୀଯୁକ୍ତ ସାମଲ ଅଂଶଗ୍ରହଣ କରି କହିଥିଲେ ଯେ, ଅରିନ୍ଦମ ଦାସଙ୍କ ମୃତ୍ୟୁ ସାମ୍ବାଦିକମାନଙ୍କୁ ଏକ ଶକ୍ତ ଧକା, କାରଣ ଅରିନ୍ଦମ ଯିଏ କି ବାତ୍ୟା କି ବନ୍ୟାରେ ସେ ନିର୍ଭିକ ଭାବରେ ସମ୍ବାଦ ପରିବେଷଣ କରିବାରେ ଶାନ୍ତି ପାଉଥିଲେ ସେ ଆଉ ନାହାନ୍ତି । ସ୍ୱର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ୦୨ମିନଟ ନିରବ ପ୍ରାର୍ଥନା କରାଯାଇଥିଲା । ଅଂଶଗ୍ରହଣ କରିଥିବା ଅନ୍ୟମାନେ ହେଲେ ବରିଷ୍ଠ ଡ଼ାକ୍ତର ଅରୁଣ କୁମାର ବିଶ୍ୱାଳ, ଯୋଗ ପ୍ରଭାରି ଧୁର୍ବ ଚରଣ କର, ଯୋଗ ଗୁରୁ ଶିକ୍ଷକ ବଟକୁଷ୍ଣ ପ୍ରଧାନ, କମଳଲୋଚନ ସାହୁ, ଉପେନ୍ଦ୍ରନାଥ ମହାନ୍ତି, ଲମ୍ବୋଦର ମଲ୍ଲିକ, ଅରୁଣା ଖଣ୍ଡାୟୀ, ପ୍ରତାପ କିଶୋର ବେଉରିଆ, ସଙ୍କର୍ଷଣ ସାହୁ, ଭାଗ୍ୟଧର କର, ଯୁଧିଷ୍ଟିର ମଲ୍ଲିକ, ଘନଶ୍ୟାମ ରାଉତ, ସନାତନ ମଲ୍ଲିକ, ବିଷ୍ଣୁ ଚରଣ ଓଝା ପ୍ରମୁଖ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close