ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଡିଜିଟାଲ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି;୨୦/୦୮( ବ୍ୟୁରୋ): ଦେଶରେ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଓଡିଶା ଆଣିଛି ନୂଆ ଯୋଜନା । ମାଲକାନଗିରି ଜିଲ୍ଲାରେ ୩୮୧ଟି ସ୍ମାର୍ଟ କାର୍ଡ ବିତରଣ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ମିଳିବ । ମାଲକାନଗିରିରୁ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମାଲକାନଗିରି ମାଟିରୁ ଆରମ୍ଭ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଡିଜିଟାଲ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ । ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଏହି କାର୍ଡରେ ସୁବିଧା ପାଇବେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀ ରାଜ୍ୟ ଓ ଦେଶ ବାହାରର ପ୍ରାୟ ୨୦୦ରୁ ଅଧିକ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ସୁବିଧା ପାଇପାରିବେ । ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଏହି କାର୍ଡରେ ମିଳିବ । ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲଥ କାର୍ଡ ବାବଦରେ ଘୋଷଣା କରିଥିବା ବେଳେ ଆଜି ଏହାକୁ କାର୍ଯ୍ୟକାରୀ କରାଯାଇଛି । ଆଉ ଏହାର ଶୁଭାରମ୍ଭ ମାଲକାନଗିରିରୁ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନାର ଦ୍ୱିତୀୟ ଲହର ପରେ ରାଜଧାନୀ ବାହାରେ ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ରହିଛି ମାଲକାନଗିରି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିବା ବେଳେ ମନ୍ତ୍ରୀ ମାନେ ବିଭିନ୍ନ ବ୍ଲକ ବୁଲି ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରିବେ । ଆସନ୍ତା ୨୩ ତାରିଖ ଯାଏଁ ଏହି ବଣ୍ଟନ କାର୍ଯ୍ୟକ୍ରମ ଚାଲିବ। ମାଲକାନଗିରି ଗସ୍ତ ପରେ ନିୟମିତ ବ୍ୟବଧାନରେ ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ କରାଯିବା ନେଇ ପ୍ରସ୍ତୁତି ଜୋର ଧରିଛି । ଏହାସହ ଗଞ୍ଜାମର ହିଞ୍ଜିଳିକାଟୁ ଓ ସେରଗଡରେ ଅତ୍ୟାଧୁନିକ ସୁବିଧା ସହ ହୋଇଥିବା ସ୍ମାର୍ଟ ସ୍କୁଲ ଗୁଡିକର ମଧ୍ୟ ପର୍ଯ୍ୟାୟକ୍ରମେ ଉଦଘାଟନ କରିବେ ନବୀନ । ଏହି ସ୍ମାର୍ଟ ସ୍କୁଲ ଗୁଡିକର ଉଦଘାଟନ ପରେ ବିଧାୟକ ମାନେ ଏହି ସ୍କୁଲ କିଭଳି ବୁଲି ଭିତ୍ତିଭୂମି ଦେଖିବେ ସେନେଇ ପ୍ରସ୍ତୁତି ସରିଛି । ବିଧାୟକ ମାନେ ବୁଲି ଦେଖିବା ପରେ ନିଜ ଅଞ୍ଚଳର କିଛି ସ୍କୁଲକୁ ସ୍ମାର୍ଟ ସ୍କୁଲରେ ପରିଣତ କରିବାକୁ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close