ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

ଯାଜପୁର, ତା ୩୧ା୦୧(ଉ.ନ୍ୟୁଜ ବ୍ୟୁରୋ): ମଙ୍ଗଳବାର ଦିନ ଯାଜପୁର ଜିଲ୍ଲା ଓ ଦୈରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଡ.ଜୀବନଜ୍ୟୋତି ରଥଙ୍କ ନିର୍ଦ୍ଦେଶକ୍ରମେ ଏକ ଆଇନ ସଚେତନତା ଶିବିର ବିରଜା ଆଇନ ମହାବିଦ୍ୟାଳୟ ଯାଜପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଜ୍ୟୋତିର୍ମୟୀ ଦାସ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲା ଦୈରାଜଜ୍ ତଥା-ସ୍ପେଶାଲ ଜଜ, ପୋକ୍ସ କୋର୍ଟ, ଯାଜପୁର ଅଭିଜିତ୍ ପଲେଇ ଯୋଗ ଦେଇ ଆଇନ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ଆଇନର ବିଭିନ୍ନ ବିଷୟରେ କହିଥିଲେ । ଯାଜପୁର ଜିଲ୍ଲାର ବରିଷ୍ଠ ଦେୱାନୀ ବିଚାରପତି ସତ୍ୟାପ୍ରକାଶ ରାୟ ଚୌଧୁରୀ ଇ-ଫାଇଲିଂ ତଥା ଭିଡ଼ିଓ କନଫେରନସିଂ ରୁଲସ୍ ବିଷୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଶୁ ସୁରକ୍ଷା ଅଧିକାରୀ ନିରଜଂନ କର, ସମାଜସେବୀ ଡ଼ଃ. ଋୁଦ୍ର ନାରାୟଣ ପୃଷ୍ଟି ଏବଂ ଯାଜପୁର ଜିଲ୍ଲା ବିରଜା ଆଇନ ମହାବିଦ୍ୟାଳୟର ପ୍ରାଧ୍ୟ୍ୟାପକ ଶଶାଙ୍କଶେଖର ପାଣିଗ୍ରାହୀ ପ୍ରମୁୂଖ ଅତିଥି ଯୋଗ ଦେଇ ଆଇନର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ । ବିରଜା ଆଇନ ମହାବିଦ୍ୟାଳୟର ଅଧ୍ୟ୍ୟାପକ ସୁଦର୍ଶନ ବେହେରା ଧନ୍ୟବାଦ ଅର୍ପଣ କରିଥିବାବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀଗଣ ସହଯୋଗ କରିଥିଲେ । ସଚେତନତା କାର୍ଯ୍ୟକ୍ରମରେ ଆଇନ ମହାବିଦ୍ୟାଳୟର ଅଧ୍ୟ୍ୟାପକ ଓ ଅଧ୍ୟ୍ୟାପିକାମାନଙ୍କ ସହ ବହୁ ସଂଖ୍ୟାରେ ଆଇନ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close