ଯାଜପୁର ଜିଲ୍ଲାରେ ପିଂଭର କ୍ଲିନିକ୍‌ର ଶୁଭାରମ୍ଭ

ଯାଜପୁର, ୧୮ା୯ : ଥଣ୍ଡା, ଜ୍ୱର, କାଶ ଇତ୍ୟାଦି ଲକ୍ଷଣ ଥିବା ବ୍ୟକ୍ତିମାନଙ୍କର ଚିକିତ୍ସା ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିରଜା ଉଚ୍ଚ ବିଦ୍ୟାଳୟ ସମ୍ମୁଖ, ଦେବୀଦ୍ୱାର ପ୍ରାଥମିକ ବିଦ୍ୟାଳୟ, ବ୍ୟାସନଗର ସ୍ଥିତ ଯାଜପୁର ରୋଡ ହସ୍ପିଟାଲ, ଦଶରଥପୁର ସ୍ଥିତ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ରସୁଲପୁରର ମଧୁବନ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବ୍ୟବସ୍ଥା କରାଯାଇଚ୍ଥି ବୋଲି ଜିଲ୍ଲାପାଳ ଚଳ୍ରବର୍ତୀ ସିଂ ରାଠୋର ସୂଚନା ଦେଇଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରୁ ଏହା କାର୍ଯ୍ୟକ୍ଷମ ହୋଇଚ୍ଥି । ବର୍ଷା ଋତୁ ସମୟରେ ସାଧାରଣତଃ ଥଣ୍ଡା, ଜ୍ୱର, ସର୍ଦ୍ଦି କାଶ ଇତ୍ୟାଦି ବୃଦ୍ଧି ପାଇଥାଏ ।ଏହା ସହ ଚଳିତ ବର୍ଷ କରୋନା ମଧ୍ୟ ପ୍ରଭାବ ବିସ୍ତାର କରିଚ୍ଥି । ତେଣୁ ଥଣ୍ଡା, ଜ୍ୱର ଇତ୍ୟାଦିରେ ପୀଡିତ ଲୋକମାନଙ୍କୁ ପ୍ରାଥମିକ ଭାବେ ଚିକିତ୍ସା ଓ ଔଷଧ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଚ୍ଥି । ଉପରୋକ୍ତ କେନ୍ଦ୍ରରେ ରହୁଥିବା ଚିକିତ୍ସକମାନେ ଆସୁଥିବା ରୋଗୀମାନଙ୍କର ଲକ୍ଷଣ ଦେଖି ଔଷଧ ଦେବେ ଓ ଏହା ସଂପୂର୍ଣ୍ଣ ମାଗଣାରେ ସେହି କେନ୍ଦ୍ରରେ ପ୍ରଦାନ କରାଯିବ, ଯାହା ପଂଳରେ ମେଡିକାଲମାନଙ୍କରେ ଅଯଥା ଭିଡକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ରାଠୋର ଆଶା ବ୍ୟକ୍ତ କରିଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ଦେବୀଦ୍ୱାର ପ୍ରାଥମିକ ବିଦ୍ୟାଳୟ ଠାରେ ଏହି ଅସ୍ଥାୟୀ ପିଂଭର କ୍ଳିନିକକୁ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଓ ସିଡିଏମ୍ ପିଏଚ୍‌ଓ ଡା. ସୁଧାଂଶୁ ଶେଖର ବଳ ପ୍ରମୁଖ ଲୋକାର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ଏ.ଡି.ଏମ୍‌.ଓ. ଡା. ଅନୁପ କୁମାର ନାଥଶର୍ମା ପ୍ରମୁଖ ଉପସ୍ଥିତ ରହିଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close