ଦିଗେଶ୍ବରୀ ଯୁବକ ସଂଘ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ମୟୂରଭଞ୍ଜ; ୧୪/୦୮ ( ଲକ୍ଷ୍ମି ନାରାୟଣ ରାଉତରାୟଙ୍କ ଠାରୁ) : ମୟୂରଭଞ୍ଜ ଜିଲ୍ଲା, ଠାକୁରମୁଣ୍ଡା ବ୍ଲକ ସାତକୋଶିଆର ଦିଗେଶ୍ବରୀ ଯୁବକ ସଂଘ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଯିତ କରାଯାଇଥିଲା ।ସାତକୋଶିଆ ମିନି ଷ୍ଟାଡିୟମରେ ୨୩ତମ ମେଗା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ ହୋଇଯାଇଛି। ଏହି ଉଦ୍ଘାଟନରେ ମୁଖ୍ୟ ଅତିଥି ଭାବରେ ଆମର ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଯୋଗ  ଦେଇଥିଲେ।ଟୁର୍ଣ୍ଣାମେଣ୍ଟରେ ମୟୂରଭଞ୍ଜ,କେଉଁଝର, ବାଲେଶ୍ବର ,ଢେଙ୍କାନାଳ, ଭଦ୍ରକ ଓ ଯାଜପୁର ଜିଲ୍ଲାରୁ ୧୧୬ଟି ଦଳ ଭାଗ ନେଇଥିଲେ। ଏଥିରେ କ୍ରୀଡ଼ା ସଭାପତି ଗଣେଶ୍ଵର ଦାସ ଓ କମିଟିର ସମସ୍ଥ ସଦସ୍ୟଙ୍କ ଉପସ୍ଥିତିରେ ଖେଳ ପରିଚାଳନା ହୋଇଥିଲା । ଠାକୁରମୁଣ୍ଡା ବ୍ଲକର ୧୯ ନଂ ଜୋନର ଜିଲ୍ଲା ପରିଷଦ ପ୍ରହ୍ଲାଦ ମଢେଇ ଓ ୧୮ ନଂ ଜୋନର ଜିଲ୍ଲା ପରିଷୋଦଙ୍କ ସ୍ବାମି ବୁଲୁ ସାହୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଉଦ୍‌ଘାଟନୀ ମ୍ୟାଚ୍‌ରେ ରାଇପାଳ ଏକାଦଶ ୧-୦ ଗୋଲରେ ଜରକ ଫୁଟବଲ ଟିମ୍ କୁ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉତ୍ତିର୍ଣ୍ଣ ହୋଇଥିଲେ। ପ୍ରକାଶ ଚନ୍ଦ୍ର ନାଏକ ଧାରାବିବରଣୀ ଦେଇଥିଲେ। ରେଫରି ଜିତେନ୍ଦ୍ର ବାରିକ୍ , ସୁନାମ ସୁରେନ୍‌ ମ୍ୟାଚ୍ ପରିଚାଳନା କରିଥିବାବେଳେ ଉପସଭାପତି ଶିବପ୍ରସାଦ ଦାସ, ତପନ ମୁଖି, ଦିଲ୍ଲୀପ ନାଏକ,ଭାଷ୍କର ଗାହାଣ, ରାଜିବ ଲୋଚନ ନାଏକ, ଆଶିଷ କୁମାର ଗାହାଣ ପ୍ରମୁଖ ସହଯୋଗ କରିଥିଲେ |ମନ୍ତ୍ରୀଙ୍କ ଦ୍ଵାରା ଘୋଷଣା କରିଥିଲେ ଯେ,ଖେଳ ପଡିଆକୁ କିପରି ଭଲଭାବରେ ସଜାଯିବ ତାହାର ସୁବ୍ୟବସ୍ଥା କରାଇବେ ଓ ଆଖ ପାଖ ଅଞ୍ଚଳରେ ଆଉ କିଛି ଖେଳ ପଡିଆର ସୁବ୍ୟବସ୍ଥା କରାଇବେ ।ଦେଖାଯାଉ ମନ୍ତ୍ରୀଙ୍କ କଥା ବେଦର ଗାର ନା ପାଣିର ଗାର ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close