ଧର୍ମଶାଳାରେ ୧୦୫ କୋଟି ଜରିମାନା: ବି.ଜେ.ଡି ନେତାଙ୍କ ବିସ୍ପୋରକ ବୟାନ

ଯାଜପୁର,୧୪/୦୮: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଂଚଳରେ ବେଆଇନ କଳାପଥର ଚାଲାଣ ନେଇ ରାଜ୍ୟ ସରକାରଙ୍କ ତରଫରୁ ୪ ଜଣ ଲିଜ୍‌ଧାରୀଙ୍କ ଉପରେ ସରକାରଙ୍କ ତରଫରୁ ୧୦୫ କୋଟି ୧୩ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯିବା ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତି ହୋଇଛି । ଏହାଠାରୁ ଅଧିକ ଲୁଟ କରିଥିବା ଲିଜ୍‌ଧାରୀଙ୍କ ଉପରେ ସରକାର ଖୁବଶିଘ୍ର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଧର୍ମଶାଳାର ବି.ଜେ.ଡି ନେତା ତଥା ‘ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ’ର ସଭାପତି ସତୀଶ ବିଶ୍ୱାଳଙ୍କ ବିସ୍ପୋରକ ବୟାନ ଧର୍ମଶାଳା ଅଂଚଳର ପଥର ମାଫିଆଙ୍କ ହୃତ୍‌କମ୍ପନ ବଢାଇ ଦେଇଛି ।
      ଖବରରୁ ପ୍ରକାଶ ଯେ, ଗତ ମାସରେ ଧର୍ମଶାଳାର କଳାପଥର ହରିଲୁଟ ନେଇ ଗୋଟିଏ ନ୍ୟୁଜ ଚ୍ୟାନେଲ ତରଫରୁ ହୋଇଥିବା ଘଂଟିକିଆ ମହାପଂଚାୟତ ଆଲୋଚନାରେ ଧର୍ମଶାଳାର ଲୋକେ କଳାପଥର ହରିଲୁଟ ନେଇ ଘୋର ଉଦ୍‌ବେଗ ପ୍ରକାଶ କରିଥିଲେ । ଏଥିରେ ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଲୋକଙ୍କ ଉଦ୍‌ବେଗ ନେଇ ସରକାର ଖୁବ ଶିଘ୍ର ଦୃଢ ପଦକ୍ଷେପ ନେବେ ବୋଲି ଦୃଢତାର ସହ ମତ ରଖିବାର ମାତ୍ର ୧ ମାସ ଭିତରେ ସରକାର ଏଭଳି ଦୃଢ ଏବଂ ଦୃଷ୍ଟାନ୍ତଯୋଗ୍ୟ ପଦକ୍ଷେପ ନେଇଛନ୍ତି । ତେବେ ଏଥିନେଇ ସତୀଶ ମୁଖ୍ୟମନ୍ତ୍ରୀ ଏବଂ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋରଙ୍କ ନିଷ୍ଠାପରତାର ଉଚ୍ଚ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଏଭଳି ପଦକ୍ଷେପ ନବୀନ ପଟ୍ଟନାୟକ ସରକାରଙ୍କ ସ୍ୱଚ୍ଛ ଶାସନ ବ୍ୟବସ୍ଥାକୁ ପ୍ରମାଣିତ କରୁଛି । ଏହାଦ୍ୱାରା ମାଫିଆ ଓ ବିରୋଧୀଙ୍କ ସବୁ ସ୍ୱର ବନ୍ଦ ହୋଇ ଯାଇଛି । ଏଥିପାଇଁ ସେ ଦୀର୍ଘବର୍ଷ ହେଲା ଲଢେଇ କରି ଆସିଛନ୍ତି ବୋଲି କହିଛନ୍ତି । ସରକାର ତାଙ୍କର ସ୍ୱର ଏବଂ ଲୋକମତକୁ ସମ୍ମାନ ଦେଇଛନ୍ତି ବୋଲି ସେ ସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଯେଉଁ ଜରିମାନା ହୋଇଛି ଏହାର ପୁନ଼ଃ ଆକଳନ ଓ.ଏମ.ଏମ.ସି ନିୟମ ଅନୁସାରେ କଲେ ପଥର ଚୋରୀ ନେଇ ୧୦୦ ଭାଗ ଅଧିକ ଜରିମାନା ହେବାର ଆଶଙ୍କା ରହିଛି! ଏହି ବ୍ୟବସ୍ଥା ଲାଗୁ ହେଲେ ଜରିମାନା ବହୁ ପରିମାଣର ବଢିଯିବ ବୋଲି ସତୀଶ କହିଛନ୍ତି । ଅତୀତରେ ଜଣେ ଇଜିରାଦାରଙ୍କ ଉପରେ ୫୯ କୋଟି ଟଙ୍କାର ଜରିମାନା ନେଇ ସରକାର ନୀରବଦ୍ରଷ୍ଟା ସାଜିଥିବା ବେଳେ ବିରୋଧୀଙ୍କ ଅଭିଯୋଗ ନେଇ ଖୁବଶିଘ୍ର ସରକାର ଠୋସ ପଦକ୍ଷେପ ନେବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ତେବେ ତଥାକଥିତ ଆଙ୍ଗୁଠି ଗଣତି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ସେମାନଙ୍କ ଲୁଟ୍ ନେଇ ପ୍ରମାଣଯୋଗ୍ୟ ତଥ୍ୟ ପ୍ରଦାନ କରାଯିବ । ବ୍ୟବସ୍ଥା ଏବେ କଡ ଲେଉଟିବା ଆରମ୍ବ କରିଛି । ଆଗକୁ ରାଜ୍ୟସ୍ୱାର୍ଥ ଏବଂ ଜନସ୍ୱାର୍ଥ ପାଇଁ ସରକାର ବହୁ ଲୋକାଭିମୁଖୀ ପଦକ୍ଷେପ ନେବେ । ଧର୍ମଶାଳାର ପାହାଡ ପର୍ବତ ଏବେ ମାଟିରେ ମିଶିବାକୁ ଯାଉଥିବା ବେଳେ ଅବଶିଷ୍ଟ ପାହାଡ ଆମ ପରପିଢି ପାଇଁ ବଂଚିରହୁ । ଏହାପରେ ଗୋଟି ଗୋଟି ଲୁଟେରାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଆରମ୍ବ ହେବ ବୋଲି ସତୀଶଙ୍କ ବିସ୍ପୋରକ ବୟାନ ଏବେ କେତେକ ତଥାକଥିତ ମାଫିଆଙ୍କ ନିଦ ହଜାଇ ଦେଇଛି । ପ୍ରକାଶଥାଉ କି, ମାତ୍ର ତିନି ଚାରି ଜଣ ମାଫିଆ ବି.ଜେ.ଡି ନାମକୁ ବ୍ୟବହାର କରି ପ୍ରତ୍ୟେକ ଦିନ ବହୁ କୋଟି ଟଙ୍କାର କଳାପଥର ଲୁଟ କରି ଚାଲିଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ବିଜୁ ଲିଗାସୀରେ ନ ଥାଇ ଅନ୍ୟ ଦଳରୁ ଆସି ମଧ୍ୟ ନିର୍ଦ୍ଧିଷ୍ଟ କ୍ଷମତାସୀନଙ୍କ ବ୍ୟବସାୟୀକ ଏଜେଂଟ ସାଜି ଏହିସବୁ ଲୁଟ କରି ଚାଲିଛନ୍ତି । ଏଥିପାଇଁ ପ୍ରକୃତ ବିଜୁ ପରିବାର ଅନୁଗତଙ୍କ ମଧ୍ୟରେ ଅସନ୍ତୋଷର ନିଆଁ ଦିନକୁ ଦିନ କୁହୁଳିବା ସହ ତାହା ଏବେ ବିସ୍ପୋରକ ମୋଡ ମଧ୍ୟ ନେଉଛି । ଏଥିପାଇଁ ମଧ୍ୟ ସାଧାରଣରେ ବିଶେଷକରି ବୁଦ୍ଧିଜୀବୀ ମହଲରେ ଦଳ ଅସନ୍ତୋଷର ଶୀକାର ହେଉଛି । ସତୀଶଙ୍କ ଏଭଳି ବୟାନ ଏବେ ଅସନ୍ତୋଷର ବିରୁଡି ବଷାରେ ହାତ ମାରିଦେବା ଭଳି ପରିସ୍ଥିତି ସୃଷ୍ଟି କରିଛି । ତେବେ ପ୍ରଶାସନିକ ତଦନ୍ତରେ ଲୁଣିବେରୀ ମୌଜା ଖାଦାନ ନଂ.୦୪ର ଲିଜିଧାରୀ ସରୋଜ ରାଉତ (ଗେଡ)ଙ୍କ ନାମରେ ୬୩ କୋଟି ୩୭ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ଡଙ୍କାରୀ ଖାଦାନ ନଂ.୫ର ଲିଜଧାରୀ ରଂଜନ ଜେନା ନାମରେ ୨୩ କୋଟି ୩୨ ଲକ୍ଷ ଟଙ୍କା, ଲୁଣିବେରୀ ଖାଦାନ ନଂ.୨ ର ଲିଜଧାରୀ ସାବିତ୍ରୀ ପରିଡାଙ୍କ ନାମରେ ୧୬ କୋଟି ୫୭ ଲକ୍ଷ ଟଙ୍କା ଓ ତାଙ୍କ ସ୍ୱାମୀ ଚନ୍ଦ୍ରମଣୀ ପରିଡାଙ୍କ ନାମରେ ଥିବା ଲୁଣିବେରୀ ଖାଦାନ ନଂ.୩ରେ ମାତ୍ରାଧିକ ଖନନ ପାଇଁ ୧ କୋଟି ୮୭ ଲକ୍ଷ ଟଙ୍କା ଜରିମାନା କରାଯାଇଥିବା ଜଣାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close