ଭୁବନେଶ୍ୱର ଚନ୍ଦ୍ରଶେଖରପୁର ରାସ୍ତା ପାଲଟିଛି ମରଣ ଯନ୍ତା

ଭୁବନେଶ୍ୱର, ୦୯/୦୯:  (ଜ୍ୟୋତି ରଞ୍ଜନ ଙ୍କ ଠାରୁ )    ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ବି ଏସ ଏନ ଏଲ  ଅଫିସ ସମୁଖ ରାସ୍ତା ଏବେ ପାଲଟିଛି ମରଣ ଯନ୍ତା, ଦୀର୍ଘ ଦିନରୁ ଅନେକ ସମ୍ବାଦପତ୍ରରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଛି । ଏହି ରାସ୍ତା ଦେଇ ବହୁ ଛାତ୍ରଛାତ୍ରୀ , ବ୍ୟବସାୟୀ, ଅଫିସ କର୍ମଚାରୀ ଯାତାୟତ କରନ୍ତି । ଏହି ରାସ୍ତା ମୂଖ୍ୟ ରାସ୍ତାକୁ ସଂଯୋଗ କରୁଛି । ରାଜ୍ୟରେ ଏବେ ଚାଲୁଥିବା ଜେଇ ମେନ ପରୀକ୍ଷା ମଧ୍ୟ ଏହି ପାଖ ସେଣ୍ଟରରେ ହେଉଅଛି, ପରୀକ୍ଷା ସମୟରେ ଅନେକ ଗାଡି ମୋଟର ଯାତାୟତ କରୁଥିବା ସମୟରେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଦେଇ ଓଡିଶାର ପ୍ରମୁଖ ପରୀକ୍ଷା କେନ୍ଦ୍ର  ମଧ୍ୟ ରହିଛି ଯେଉଁଠି ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ନିଜର ପ୍ରବେଶିକା ପରୀକ୍ଷା ଦେବାକୁ ଆସିଥାନ୍ତି । ବହୁତ ଦିନ ଧରି ରାସ୍ତା ଏଭଳି ପଡିରହୁଛି ବୋଲି ପରୀକ୍ଷାର୍ଥୀ ମହଲରେ ସମାଲୋଚନା ହୋଇଛି  । ଅନେକ ଥର ସାମାନ୍ୟ ରାସ୍ତା କାମ କରି ଛାଡିଦେଉଛନ୍ତି ଯାହାକି କିଛି ଦିନ ପରେ ପୁଣି ସେଇ ପୂର୍ବ ଅବସ୍ଥାକୁ  ଫେରିଆସୁଛି । ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ  ସ୍ଥାନୀୟ ବାସିନ୍ଦା ତଥା ଜନସାଧାରଣ ଦାବି କରିଛନ୍ତି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close