ଜିଲ୍ଲାର ସମସ୍ତ ଅଞ୍ଚଳରେ ୧୩ ରୁ ୧୫ ଉଡିବ ତ୍ରିରଙ୍ଗା ଆଜାଦୀ କା ଅମୃତ ମହୋତ୍ସବରେ ୨ ରଥ ପରିକ୍ରମା

ଯାଜପୁର, ୧୨/୦୮(ବ୍ୟୁରୋ) : ରାଜ୍ୟର ସମସ୍ତ ଜିଲ୍ଲାରେ ଆସନ୍ତା ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଘରେ ଘରେ ଏବଂ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନରେ ଦିନରାତି ଉଡିବ ତ୍ରିରଙ୍ଗା । ଅଗଷ୍ଟ ୧୫ ରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ପାଳିତ ହେବ ଆଜାଦି କା ଅମୃତ ମହୋତ୍ସବ । ଏ ନେଇ ଦୁଇଟି ରଥ ଜିଲ୍ଲାରେ ପରିକ୍ରମା କରିବ । ବୁଧବାର ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ବୈଠକରେ ଯାଜପୁର ସମେତ ସମସ୍ତ ଜିଲ୍ଲାପାଳଙ୍କ ସହିତ ଏ ନେଇ ଆଲୋଚନା ହୋଇଚ୍ଥି । ୨୨ ଟି ଜିଲ୍ଲାରେ ପ୍ରସ୍ତୁତ ୩୦ ଲକ୍ଷ ଜାତୀୟ ପତାକା ମିଶନ୍ ଶକ୍ତି ବିଭାଗ ଦ୍ୱାରା ୩୦ ଜିଲ୍ଲାର ସର୍ବସାଧାରଣଙ୍କ ସକାଶେ ବିନା ମୂଲ୍ୟରେ ବଣ୍ଟାଯିବ । ଏଥିପାଇଁ କିଭଳି କାର୍ଯ୍ୟଖସଡା ପ୍ରସ୍ତୁତ କରିବେ ସେ ସଂପର୍କରେ ଅବଗତ କରାଯାଇଥିଲା । ତ୍ରିରଙ୍ଗା ପତାକାଟି ଦିନରାତି ଉଡିବ, ଏଥି ସକାଶେ ପତାକା କୋଡ୍‌କୁ କୋହଳ କରାଯାଇଚ୍ଥି । ୧୫ ତାରିଖ ପରେ ତାହାକୁ କିଭଳି ବିସର୍ଜନ କରିବେ ତାହା ମଧ୍ୟ ଲୋକଙ୍କୁ ଜଣାଇ ଦିଆଯିବ । ସବୁ ଜିଲ୍ଳ୍‌ା ପରି ଯାଜପୁର ଜିଲ୍ଲାରେ ମଧ୍ୟ ସ୍ୱାଧୀନତା ସ୍ମାରକୀ ସ୍ୱରୂପ ୨ ଗୋଟି ରଥ ଗାନ୍ଧିଜୀଙ୍କ ଗସ୍ତ ଅଞ୍ଚଳ ଏବଂ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଅଞ୍ଚଳ ଗସ୍ତ କରିବା କାର୍ଯ୍ୟକ୍ରମ ରହିଚ୍ଥି । ଆସନ୍ତା ୧୫ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ୪୫ ଦିନ ଧନି ବିଭିନ୍ନ କାର୍ଯ୍ୟକ୍ରମ ହେବ । ଅଗଷ୍ଟ ୧୫ ତାରିଖ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତରେ ରଥ ପରିକ୍ରମା ଆରମ୍ଭ କରାଯିବ । ରଥ ସହିତ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ୱାରା ୨ ଟି ଭିଡିଓ ଭ୍ୟାନ୍ ସ୍ୱାଧିନତା ସଂଗ୍ରାମୀ ମାନଙ୍କର ଗାଥା ପରିବେଷଣ କରିବ । ଯୁବ ଗୋଷ୍ଠୀକୁ ଦେଶ ସ୍ୱାଧୀନତା ସଂଗ୍ରାମର କାହାଣୀ ଅବଗତ କରାଇବା ସହିତ ସ୍ୱାଧୀନତା ଇତିହାସ, ସଂଗ୍ରାମୀଙ୍କ ବୀରତ୍ୱ ଓ ବଳିଦାନର କାହାଣୀକୁ ପୁନର୍ଜୀବିତ କରି ବୀର ସହୀଦ ମାନଙ୍କ ପ୍ରତି ଶ୍ରଦ୍ଧାସୁମନ ଜ୍ଞାପନ କରାଯିବ । ଜିଲ୍ଲା କାର୍ଯ୍ୟାଳୟର ଓସ୍ୱାନ କକ୍ଷ ଠାରେ ଆୟୋଜିତ ଏହି ଆଭାସି ବୈଠକରେ ଯାଜପୁର ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର, ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟଯୋଶୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close