ବର୍ଷାରେ ଭୂଷୁଡ଼ି ପଡ଼ିଛି ଦାନଗଦିର ‘ସ୍ପ୍ରିଙ୍ଗ୍ ଭୀଲା’, କାରର କ୍ଷୟକ୍ଷତି

ଦାନଗଦି, ୧୪ା୦୯(ହରଦୟାଲ ସିଂହଙ୍କ ଠାରୁ): ବିଭିନ୍ନ ସମୟରେ ପରିବେଶ ପାଇଁ ଚର୍ଚ୍ଚାରେ ଥିବା କଳିଙ୍ଗନଗର ଶିଳ୍ପାଂଚଳର ଦାନଗଦି ନିକଟସ୍ଥ ‘ସ୍ପ୍ରିଙ୍ଗ୍ ଭୀଲା’ରେ ଆଜି ବ୍ୟାପକ କ୍ଷୟକ୍ଷତି ଘଟିଛି । ଲଗାଣ ବର୍ଷାରେ ଏହି ଆପାର୍ଟମେଂଟର ଗାଡ଼ି ପାର୍କିଂ ଷ୍ଟାଣ୍ଡ ଓ ପ୍ରାଚେରୀର କିଛି ଅଂଶ ଧସେଇ ପଡ଼ିବାରୁ କେତେକ କାରର କ୍ଷୟକ୍ଷତି ଘଟିଛି । ହାଇଷ୍ଟାଟସର ଏହି ଅଟ୍ଟାଳିକାରେ ଘଟିଥିବା ଏପରି ଘଟଣା ସ୍ଥାନୀୟ ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ କେତେକ ସ୍ଥାନୀୟ ବ୍ୟକ୍ତି ଭୟ ପ୍ରକାଶ କରିଛନ୍ତି । ଏତେ ଦାମୀ ଅଟ୍ଟାଳିକାର ପରିସରରେ ଥିବା ଗାଡ଼ି ପାର୍କିଂ ଷ୍ଟାଣ୍ଡ ଓ ପ୍ରାଚେରୀର ଏପରି ନିମ୍ନମାନର ନିର୍ମାଣକୁ କେତେକ ନାପସନ୍ଦ କରିଛନ୍ତି । ସାମାନ୍ୟ କେଇ ଅସରା ବର୍ଷାରେ ଏହା ଧସେଇ ପଡ଼ିବା ‘ବଡ଼ ଘରର ଗୁମର କଥା’ ସଦୃଶ ହୋଇଛି ! ଏପରି ନିମ୍ନମାନର ନିର୍ମାଣକୁ କେତେକ ନାପସନ୍ଦ କରିଛନ୍ତି । 


Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close