ଓଡ଼ିଶା କ୍ଷେତ୍ରୀୟ ଇ.ଏସ.ଆଇ.ସିର ଆଂଚଳିକ ନିର୍ଦ୍ଦେଶକ ପି.ଏସ.ପଣ୍ଡାଙ୍କୁ ‘ଉଦୟବଟ’ର ସଂପାଦକଙ୍କ ସୈାଜନ୍ୟମୂଳକ ସାକ୍ଷାତ ଓ ଯାଜପୁରର ବିଭିନ୍ନ ସମସ୍ୟା ଉପରେ ଆଲୋଚନା

ଭୁବନେଶ୍ୱର, ୧୦/୦୮(ଉ.ନ୍ୟୁଜ୍ ବ୍ୟୁରୋ): ଭାରତ ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ଅର୍ନ୍ତଗତ ଓଡ଼ିଶା କ୍ଷେତ୍ରୀୟ ଇ.ଏସ.ଆଇ.ସି (ରାଜ୍ୟ କର୍ମଚାରୀ ବୀମା)ର ଆଂଚଳିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପାର୍ଥ ସାରଥି ପଣ୍ଡାଙ୍କୁ “ଉଦୟବଟ” ଏବଂ “ଉଦୟବଟ ଇ-ନ୍ୟୁଜ୍‌”ର ସଂପାଦକ, ରାଜ୍ୟ ସ୍ତରୀୟ ସମାଜସେବୀ, ଶ୍ରମିକ ନେତା ତଥା ପରିବେଶବିତ୍ ଦୁଷ୍ମନ୍ତ କୁମାର ରାଉତ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସ୍ଥିତ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ୍ ଆଲୋଚନା କରି ରାଜ୍ୟର ବିଭିନ୍ନ ସଂସ୍ଥା ଓ ଉପଭୋକ୍ତାମାନଙ୍କ କେତେକ ସମସ୍ୟା ଉପରେ ଅବଗତ କରିଥିଲେ । ଇଏସଆଇସି ସାଇଟ୍ ଅନେକ ବେଳେ କାର୍ଯ୍ୟକ୍ଷମ ହେଉ ନ ଥିବା, ଇଏସଆଇ କୋଡ ନେଇଥିବା ଅନେକ ସଂସ୍ଥା ମାସିକ ରିଟର୍ଣ୍ଣ ଭରୁ ନ ଥିବା କାରଣରୁ ସେମାନଙ୍କ (ଏପରିକି ‘ନିଲ’ ରିଟର୍ଣ୍ଣଧାରୀଙ୍କ) ଉପରେ ମୋଟା ପରିମାଣର ପେନାଲିଟ୍ ଆସୁଥିବାରୁ ଓ ସେମାନେ ଅଧିକାଂଶ ସ୍ଥଳେ ଏହାକୁ ଦେବାରେ ଅସମର୍ଥତା ପ୍ରକାଶ କରୁଥିବାରୁ ଏହା ଉପରେ ବ୍ୟାପକ ସଚେତନା ସୃଷ୍ଟି କରିବାକୁ ଶ୍ରୀ ରାଉତ ଆଂଚଳିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଅନୁରୋଧ କରିଥିଲେ । ‘କୋଭିଡ଼-୧୯’ ଓ ଏହାର ପରବର୍ତୀ ସମୟରେ ବହୁ ସଂସ୍ଥାଙ୍କ ଆର୍ଥିକ ମାନଦଣ୍ଡ ଭୁଷୂଡି ଯାଇଥିବା ବେଳେ ପେନାଲିଟି ମାତ୍ରାଧିକ ହେଉଛି ବୋଲି ବିଭିନ୍ନ ସ୍ତରରେ ଆଲୋଚନା ହେଉଛି । ଏହାଛଡ଼ା ଯାଜପୁର ଜିଲ୍ଲା, କଳିଙ୍ଗନଗର ଶିଳ୍ପାଂଚଳର କେତେକ ସମସ୍ୟା ଶ୍ରୀ ରାଉତ ଆଂଚଳିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପଣ୍ଡାଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଶ୍ରୀଯୁକ୍ତ ପଣ୍ଡା ସହୃଦୟତାର ସହ ଏହିସବୁ ସମସ୍ୟା ଉପରେ ଧ୍ୟାନ ଦେଇ ଖୁବ୍ ଶୀଘ୍ର ଯାଜପୁର ଗ୍ରସ୍ତ କରିବେ ବୋଲି କହିଥିଲେ । ସୂଚନାଯୋଗ୍ୟ, ଶ୍ରୀଯୁକ୍ତ ପଣ୍ଡା ଇ.ଏସ.ଆଇ.ସିର ଜାତୀୟ ସ୍ତରର ଜଣେ ଦକ୍ଷ ତଥା କର୍ମଚଂଚଳ ବରିଷ୍ଠ ଅଧିକାରୀ ଓ ନିର୍ଦ୍ଦେଶକ ଭାବେ ବେଶ୍ ପରିଚିତ । ସେ ଓଡ଼ିଶାକୁ ଆସିବା ପରେ ବିଭିନ୍ନ ଲୋକାଭିମୁଖି ତଥା ଜନହିତକର (ଆଇ.ପି ମାନଙ୍କ ପାଇଁ) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଦାହରଣ ସୃଷ୍ଟି କରିଛନ୍ତି । ବିଭିନ୍ନ ସମସ୍ୟାକୁ ତକ୍ଷଣାତ୍ ସମାଧାନ କରି ବିଭାଗକୁ ଲୋକଙ୍କ ଅଧିକ ନିକଟତର କରିବାକୁ ସେ ସଦା ପ୍ରାଧାନ୍ୟ ଦେଉଥିବାର ପରିଲକ୍ଷିତ ହୁଏ ।
ଏହି ଅବସରରେ ଶ୍ରୀଯୁକ୍ତ ପଣ୍ଡା ଶ୍ରୀ ରାଉତଙ୍କୁ “ଭାରତର ଆଜାଦି କୀ ୭୫ ବର୍ଷ” ପାଳନ ଉପରେ ଅବଗତ କରାଇବା ସହ ‘ତ୍ରିରଙ୍ଗା’ ଉପହାର ଦେଇ ତାଙ୍କ କାର୍ଯ୍ୟାଳୟରେ ସମ୍ମାନିତ କରିଥିଲେ । ଭାରତ ସରକାରଙ୍କ “ଘର୍ ଘର୍ କୀ ତ୍ରିରଙ୍ଗା” କାର୍ଯ୍ୟକ୍ରମ ଉପରେ ଶ୍ରୀଯୁକ୍ତ ପଣ୍ଡା ଆଲୋଚନା କରି ଏହାର ପ୍ରସାର/ପ୍ରଚାର ପାଇଁ ଶ୍ରୀ ରାଉତଙ୍କୁ ପରାମର୍ଶ ଦେଇଥିଲେ । ତାଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ରାଜ୍ୟରେ ବିଭାଗ ହାତକୁ ନେଇଥିବା କେତେକ ଉପରୋକ୍ତ ସୁବିଧା/ସୁଯୋଗ ଉପରେ ସେ ମଧ୍ୟ ଆଲୋଚନା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close