୪୨ ମୌଜାରେ ନବ ନିର୍ମିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସାପ୍ତାହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କଟକ ; ୦୮/୦୮ (ନି ପ୍ର ) : କଟକ ସଦର ୪୨ ମୌଜା ଅନ୍ତର୍ଗତ ଶ୍ରୀରାମ ମୌଜାରେ ନିର୍ମିତ ନୂତନ “ଓଡ଼ିଶା ଆଦର୍ଶ ବିଦ୍ୟାଳୟ”ର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସାପ୍ତାହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଏହି ଚାରା ରୋପଣ କରାଯାଇଛି। କଟକ ବନ ବିଭାଗ ପକ୍ଷରୁ ଫଳ ଓ ଫୁଲ ଗଛ ଯୋଗାଇ ଦିଆଯାଇଥିବା ବେଳେ ପ୍ରକୃତି ବନ୍ଧୁଙ୍କ ନିଜସ୍ଵ ସଂଗ୍ରହରେ ବହୁ ଔଷଧୀୟ ବୃକ୍ଷ ରୋପଣ କରାଯାଇଛି । ଏହି ଅବସରରେ ବ୍ରହ୍ମପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ରବି ନାରାୟଣ ପ୍ରଧାନ, ପ୍ରାଧ୍ୟାପକ ଡ.କଲିମୁଲ୍ଲା,ଅଧ୍ୟାପକ ସ୍ଵାଧୀନ ଶେଖର ଷଡ଼ଙ୍ଗୀ ଓ ସାମାଜିକ ନ୍ୟାୟ କର୍ମୀ ବସନ୍ତ କୁମାର ପଣ୍ଡା ଉପସ୍ଥିତି ରହି ସମସ୍ତଙ୍କୁ ଉତ୍ସାହିତ କରିବା ସହ ବୃକ୍ଷ ରୋପଣ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ରଞ୍ଜିତା ଜେନାଙ୍କ କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ଓ ଶିକ୍ଷକ ପ୍ରଜ୍ଞା ପ୍ରଜିତା ସାହୁ,ଭଗବତୀ ପଣ୍ଡା,ତନ୍ମୟୀ ପୃଷ୍ଟି , ପ୍ରତିମା ଜେନା ,ତୃପ୍ତିମୟୀ ପରିଡ଼ା, ଅନ୍ନଦା ଜାସ୍ମିନି ସ୍ମରଣିକା , ସିପ୍ରାରାଣୀ ଜେନା,ପତିତପାବନ ମହାପାତ୍ର,ପ୍ରକାଶ ରଞ୍ଜନ ଶତପଥି,ଅଜିତ କୁମାର ନାଟିଆ,ସୁଧୀର ଜେନା,ଭବାନୀ ଶଙ୍କର ପାତ୍ର,ପ୍ରଦୀପ ସେଠୀ , ମିଖେଲ ମଲ୍ଲିକ,ସୂର୍ଯ୍ୟକାନ୍ତ ନାୟକ ,ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ବୃକ୍ଷରୋପଣ ଓ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close