ବ୍ୟାସନଗର ବରିଷ୍ଠ ନାଗରିକ ମଂଚ ପକ୍ଷରୁ ‘ଦୁର୍ନୀତି ନିବାରଣ ସଚେତନତା ସପ୍ତାହ’ ପାଳିତ

ବ୍ୟାସନଗର, ୩୦/୧୦(ବସନ୍ତ କୁମାର ପାତ୍ରଙ୍କ ଠାରୁ): ‘ଦୁର୍ନୀତି ନିବାରଣ ସଚେତନତା ସପ୍ତାହ’ ପାଳନ ଅବସରରେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଆଜି ସନ୍ଧ୍ୟାରେ ସ୍ଥାନୀୟ ଚୋରଦା ସ୍ଥିତ ମଂଚ କାର୍ଯ୍ୟାଳୟରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଚିନ୍ତାମଣି ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେବା ସହ ଦୁର୍ନୀତିର ଭୟାବହତା ଉପରେ ଆଲୋକପାତ କରିଥିଲେ । ଏଥିରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁସ୍ଥ ଓ ବିକାଶଶୀଳ ସମାଜ ଗଠନ ପାଇଁ ଦୁର୍ନୀତି ନିବାରଣ ଏକାନ୍ତ ଅପରିହାର୍ଯ୍ୟ ବୋଲି କହିବା ସହ ବରିଷ୍ଠ ନାଗରିକ ମଂଚ ଏଭଳି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ କର୍ମକର୍ତାଙ୍କୁ ସାଧୂବାଦ ଜଣାଇଥିଲେ । ଏଥିରେ ଯୋଗଗୁରୁ ବଟକୃଷ୍ଣ ପ୍ରଧାନ, ମଂଚର ବରିଷ୍ଠ ସଭ୍ୟ ଲମ୍ବୋଦର ମଲ୍ଲିକ, ଉପେନ୍ଦ୍ରନାଥ ମହାନ୍ତି, ସନାତନ ଦାସ, ହିନ୍ଦୁ ସୁରକ୍ଷା ସେନାର ଯାଜପୁର ଜିଲ୍ଲା ସଭାପତି ବସନ୍ତ କୁମାର ପାତ୍ର ପ୍ରମୁଖ ଯୋଗ ଦେଇ ଦୁର୍ନୀତି ପରିତ୍ୟାଗ ଉପରେ ମତ ରଖିଥିଲେ । ସଭାର ସଭାପତି ଶ୍ରୀ ପାଢ଼ୀ ବିଭିନ୍ନ ଦୃଷ୍ଟାନ୍ତ ଦେଇ ଦୁର୍ନୀତି କିପରି ସମାଜରେ ଧନୀ, ଗରିବର ଭେଦଭାଦ ସୃଷ୍ଟି କରିଛି ସେ ବିଷୟରେ ଆଲୋଚନା କରିବା ସହ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଏକବଦ୍ଧ ଉଦ୍ୟମ କରିବାକୁ ନିବେଦନ କରିଥିଲେ । ଶେଷରେ ବରିଷ୍ଠ ନାଗରିକ ମଂଚର କୋଷାଧ୍ୟକ୍ଷ ଶତୃଘ୍ନ ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close