ଡ୍ରାଇଭର ମହାସଂଘର ମୁଖ୍ୟ ଆଡମିନ ତପୋବନ୍ତ ବାରିକଙ୍କ ଦେହାନ୍ତ

ଠାକୁରମୁଣ୍ଡା ; ୦୮/୦୮(ଲକ୍ଷ୍ମି ନାରାୟଣ ରାଉତରାୟଙ୍କ ଠାରୁ): ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଡ୍ରାଇଭର ମହାସଂଘ ପାଇଁ ଏକ ଦୁଃଖର ଘଟଣା ଘଟିଯାଇଛି ।ଠାକୁରମୁଣ୍ଡା ବ୍ଲକର ତାଳପଦା ଗ୍ରାମ ପଞ୍ଚାୟତ ଡ୍ରାଇଭର ମହାସଂଘ ର ମୁଖ୍ୟ ଆଡମିନ ଶ୍ରୀଯୁକ୍ତ ତପୋବନ୍ତ ବାରିକ୍ ,୫୬ ବର୍ଷ(ବାବୁଲା ଭାଈ)ଙ୍କର ଦେହାନ୍ତ ହୋଇଯାଇଛି ।ସେ ଏକ ଘରୋଇ କଲେଜର ବସ୍ ଚଲାଉଥିଲେ । ସେ ଆଠ ଦଶ ଦିନହେବ କିଡନି ରୋଗରେ ପିଡିତ ହୋଇ କଟକର ସିଫା ମେଡିକାଲରେ ଚିକିତ୍ସିତ ହେଉଥିଲେ । ଗତ ଶନିବାର ଦିନ ପାଞ୍ଚଟା ସମୟରେ ତାଙ୍କର ମର ଶରୀର ନିଜ ଗ୍ରାମ ତାଳପଦା ରେ ପହଞ୍ଚିଥିଲା ।ଗ୍ରାମବାସୀ ଓଡ଼ିଶା ଡ୍ରାଇଭର ମହାସଂଘ ର ଭାଇ ମାନେ ପୁଷ୍ପମାଲ୍ୟ ଅର୍ପଣ କରିବାସହ ଶୋକର ଛାୟା ଖେଳିଯାଇଥିଲା ।ସେ ଠାକୁରମୁଣ୍ଡା ଅଞ୍ଚଳର ବହୁତ ଭଲ ଏବଂ ପୁରୁଣା ଡ୍ରାଇଭର ଥିଲେ ,ଡ୍ରାଇଭର ମହାସଂଘ ପାଇଁ ତାଙ୍କର ବହୁତ ଭଲ ଅବଦାନ ମଧ୍ୟ ଥିଲା ।ଆମ ତରଫରୁ ଭଗବାନଙ୍କୁ ପ୍ରାର୍ଥନା ତାଙ୍କର ଆତ୍ମାକୁ ଶଦଗତି ମିଳୁ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close