ଲଗାଣ ବର୍ଷାରେ ବରୀ ବେହାଲ, ନଦୀବନ୍ଧଗୁଡିକରେ ଘାଇ ସୃଷ୍ଟିର ଆଶଙ୍କା

ବରୀ, ୨୫/୦୭(ବିଭୂତି ଭୂଷଣ ଜେନା/ ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଯାଜପୁର ଜିଲ୍ଲାର ବରୀ ଅଂଚଳ ବନ୍ୟା ପ୍ରଭାବିତ ବୋଲି ସମସ୍ତେ ଜାଣନ୍ତି । ହେଲେ ଏହି ପୁରୁଣା ସମସ୍ୟାର ସମାଧାନ କେବେ ହେବ ଓ କିପରି ହେବ ଏହି ଉତର ଯେପରି କାହାରି ପାଖରେ ନାହିଁ । ସରକାର ଧନ ଜୀବନ ସୁରକ୍ଷା ପାଇଁ ଓ ବନ୍ୟା ଦୁର୍ଗତମାନେ କିପରି ଆଉ ସମସ୍ୟାରେ ପଡିବେ ନାହିଁ ସେଥିଲାଗି ବନ୍ୟା ରୋକିବାର ଲକ୍ଷ୍ୟ ରଖି ପ୍ରତି ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ହେଲେ ଲୋକେ ଯେଉଁ ସମସ୍ୟା ଭୋଗୁଥିଲେ ସେହି ସମସ୍ୟା ଭୋଗିବା ହିଁ ସାର ହେଉଛି । ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ ପାଣିରେ ପଡ଼ିଗଲା ପରି ହେଉଛି । ପ୍ରତି ବର୍ଷ ଏକାଧିକ ସ୍ଥାନରେ ଘାଇ ଭାଙ୍ଗିବା, ଦୁର୍ବଳ ନଦୀ ବନ୍ଦ ଧୋଇଯିବା, ଚାଷ ଜମିରେ ବାଲି ମାଡିଯିବା ଭଳି ସମସ୍ୟା ଦେଖାଯାଇଥାଏ । ଏହାର ସ୍ଥାୟୀ ପ୍ରତିକାର ପାଇଁ ସରକାର ଓ ଜଳସେଚନ ବିଭାଗ କେବେ ସକ୍ଷମ ହେବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
       ସୂଚନାଯୋଗ୍ୟ, ବରୀ ଅଂଚଳର ବିଭିନ୍ନ ସ୍ଥାନରେ ଚଳିତ ବର୍ଷ ନଦବନ୍ଧ ମରାମତୀ କାମ ସଠିକ୍ ଭାବେ ସଂପନ୍ନ ହୋଇନାହିଁ । ବହୁ ସ୍ଥାନରେ ନାଲି ମାଟି, ଗୋଡି ପକାଇ ଯେନତେନ ଉପାୟରେ କାମ ହେବାର ସଫେଇ ଦିଆଯାଇଛି । କେତେକ ସ୍ଥାନରେ ଚଳିତ ଲଗାଣ ବର୍ଷାରେ ତାହା ଧୋଇ ହୋଇ ଗଲାଣି । ନଦୀରେ ବନ୍ୟା ଆସିଲେ ବହୁ ସ୍ଥାନରେ ଘାଇ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ମେଣ୍ଢ, ଶଙ୍କରାକୂଳ, ବରୀପାଳ, ମାଟିଆପଡ଼ା, ମନ୍ଦାରୀ, ଧାରପୁର, ବନ୍ଧଡ଼ିହ ଆଦି ସ୍ଥାନରେ ଘାଇ ହେବାର ସମ୍ଭାବନା ରହିଛି ବୋଲି କେତେକ ସ୍ଥାନୀୟ ଅଧିବାସୀ କହିଛନ୍ତି । ଫଳରେ ବରୀ ବ୍ଲକର ୨୫ଟି ପାଖାପାଖି ପଂଚାୟତ ଜଳବନ୍ଦୀ ହେବାର ଜଳଜଳ ଦିଶୁଛି । ଏବେ ରେଙ୍ଗାଲୀ ୦୩ଟି ଗେଟ୍ ଖୋଲା ରଖିଛି । ଯଦି ଆଗାମୀ ଦିନରେ ୮-୯ଟି ଗେଟ୍ ଖୋଲା ରଖେ ତେବେ ପରିସ୍ଥିତି ଅସମ୍ଭାଳ ହେବ । ନଦୀବନ୍ଧ ମରାମତି ଉପରେ ଚଣ୍ଡିଖୋଲ ସ୍ଥିତ ଜଳସେଚନ ବିଭାଗର ସହକାରୀ ମୁଖ୍ୟ ଯନ୍ତ୍ରୀ ଇଂ. ଧନେଶ୍ୱର ସାମଲ କହନ୍ତି- ନଦୀବନ୍ଧର ପାଶ୍ୱର୍ବର୍ତୀ କେତେକ ସ୍ଥାନରେ ନିଜ ଜମିରୁ କେତେକ ବ୍ୟକ୍ତି ମାଟି ନ ଦେବା କାରଣରୁ ବନ୍ଧ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରି ନାହିଁ । ହେଲେ ଏଥିପାଇଁ ବ୍ୟୟବରାଦ ହୋଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close