ଜିଲ୍ଲାରେ ପାଳିତ ହେବ “ବିିଦ୍ୟୁତ” ମହୋତ୍ସବ

ଯାଜପୁର, ୨୫/୦୭ (ନି ପ୍ର ) : ଆଜାଦି କା ଅମୃତ୍ ମହୋତ୍ସବ ଅନ୍ତର୍ଗତ ୨୫ ଜୁଲାଇ ୨୦୨୨ ରିଖ ଠାରୁ ତା ୩୦ ଜୁଲାଇ ୨୦୨୨ ରିଖ ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ଜିଲ୍ଲାରେ “ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ ପାୱାର ୨୦୪୭” କାର୍ଯ୍ୟକ୍ରମ ବା (ବିଦ୍ୟୁତ ମହୋତ୍ସବ) ପାଳନ କରାଯାଉଅଚ୍ଥି । ପ୍ରତି ଜିଲ୍ଲାରେ ୨ ଗୋଟି ଇଭେଣ୍ଟରେ ଏବଂ ୨ଟି ସ୍ଥାନରେ ଏହି ମହୋତ୍ସବ ପାଳିତ ହେବ । ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ, ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଓ ଯାଜପୁର ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ବିଦ୍ୟୁତ ମହୋତ୍ସବ ଆସନ୍ତା ୨୭ା୭ା୨୦୨୨ ରିଖରେ ମଙ୍ଗଳପୁରସ୍ଥିତ ସାଧୁ ଗୈାଡେଶ୍ୱର ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଏବଂ ତା ୨୯ା୭ା୨୦୨୨ ରିଖ ବରୁଣେଶ୍ୱର ମହାବିଦ୍ୟାଳୟ, ବିଂଝାରପୁର ଠାରେ ଦିବା ୧୦ ଘଟିକା ସମୟରେ ପାଳନ କରାଯିବ । ଏହି ଉତ୍ସବରେ ଆଞ୍ଚଳିକ କ୍ଷୁଦ୍ର ଚଳଚିତ୍ର ବା ଭିଡିଓ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ । ଓ.ପି.ଟି.ସି.ଏଲ୍‌. ପକ୍ଷରୁ ୭ ଟି ଥିମ୍ ଉପରେ ଭାଷା ପୋଷ୍ଟର ପ୍ରଦର୍ଶନୀ ସହିତ ପ୍ରଦର୍ଶିତ ହେବ । ଉପରୋକ୍ତ ଉତ୍ସବରେ ଯୋଗଦାନ ପୂର୍ବକ କାର୍ଯ୍ୟକ୍ରମକୁ ସପଂଳ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଅଧିକ୍ଷଣ ଯନ୍ତ୍ରୀ ଟି.ପି.ଏନ୍‌.ଓ.ଡି.ଏଲ. ପକ୍ଷରୁ ନିବେଦନ କରାଯାଇଚ୍ଥି।  ପ୍ରକାଶ ଥାଉକି, ସମଗ୍ର ଦେଶରେ ୭୭୩ ଟି ଜିଲ୍ଲାରେ ଏହି ବିଦ୍ୟୁତ ମହୋତ୍ସବ ୨୫ ରୁ ୩୦ ଜୁଲାଇ ମଧ୍ୟରେ ଅନୁଷ୍ଠିତ ହେଉଚ୍ଥି ।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close