ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଯାଜପୁର ; ୨୫/୦୭ (ବସନ୍ତ କୁମାର ପାତ୍ର ଙ୍କ ଠାରୁ): ରବିବାର ଦିନ ୯ ଘଟିକା ଠାରୁ ୧ଘଟିକା ପର୍ଯ୍ୟନ୍ତ ଯହଳ ଗ୍ରାମର ବାତ୍ୟା ସ୍ଥଳୀ ଠାରେ ଏକ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଆଖପାଖ ଗାଁ ମଧ୍ୟରୁ ଜଗତପୁର,ନିତ୍ୟାନନ୍ଦ ପୁର,ଅମ୍ପାର, ହସିନପୁର,ଚିନ୍ତା ପଲ୍ଲୀ, ଓ ବେରୁଦା ପ୍ରମୁଖ ଗାଁ ରୁ ୩୬ ଜଣ ଲୋକ ନିଜ ନିଜ ଆଖି ପରୀକ୍ଷା କରିଥିଲେ। ତାଙ୍କ ମଧ୍ୟରୁ ୮ଜଣ ମୋତିଆ ବିନ୍ଦୁ ରୋଗୀ ଚିହ୍ନଟ ହୋଇ ଚଣ୍ଡିଖୋଲ ସାଇନେତ୍ର ମନ୍ଦିର ଚକ୍ଷୁ ଚିକିତ୍ସାଳୟକୁ ଯାଇଥିଲେ। ମେଡିକାଲ ତରଫରୁ ରୋଗୀ ମାନଙ୍କ ପାଇଁ ଗାଡ଼ିରେ ଯିବା ଆସିବା,ରହିବା, ଖାଇବା, ଔଷଧ,ଅପରେସନ, ଚଷମା, ପ୍ରଭୁତି ସମ୍ପୂର୍ଣ୍ଣ ମାଗଣା ଦିଆଯାଇଛି। ଏହି ଶିବିରରେ ମେଡିକାଲ ତରଫରୁ ଡାକ୍ତର ଶ୍ରୀମନ୍ତ କୁମାର ସାହୁ,ଟେକ୍ନିସିଆନ ଗାୟତ୍ରୀ ରାଉତ, ସହଯୋଗୀ ଚିତ୍ତରଞ୍ଜନ ମିଶ୍ର ଓ ଜହଲ ଗ୍ରାମର ସମାଜ ସେବି ସଞ୍ଜୟ କୁମାର ରୁଦ୍ର,ବିକାଶ କୁମାର ମହାରଣା ପ୍ରମୁଖ ସହଯୋଗ କରିଥିଲେ। ଏଭଳି ସେବା କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close