ଜୀବିତ ପ୍ରମାଣ ପତ୍ର ଦାଖଲ ନ କଲେ କଳାକାର ସହାୟତା ବନ୍ଦ

ଯାଜପୁର, ୨୨ା୭ : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଉପକୃତ ହେଉଥିବା ଜିଲ୍ଲାର କଳାକାର ମାନେ ପ୍ରତିବର୍ଷ ଏପ୍ରିଲ ମାସରେ ଜୀବିତ ପ୍ରମାଣପତ୍ର ଦାଖଲ କରିବା ବିଧେୟ । ତେବେ ୨୦୨୦ ମସିହା ଠାରୁ ଅନେକ କଳାକାର ସେମାନଙ୍କର ଜୀବିତ ପ୍ରମାଣପତ୍ର ଦାଖଲ କରିବାକୁ ସମର୍ଥ ହୋଇନାହାନ୍ତି । ଯେହେତୁ ଡିବିଟି ମାଧ୍ୟମରେ ଆର୍ଥିକ ସହାୟତା ସମସ୍ତ ହିତାଧିକାରୀ କଳାକାରମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯାଉଚ୍ଥି ସେଥିପାଇଁ ପ୍ରତ୍ୟେକ କଳାକାରମାନେ ସେମାନଙ୍କ ଜୀବିତ ପ୍ରମାଣ ପତ୍ର ଆସନ୍ତା ଅଗଷ୍ଟ ମାସ ୨୫ ତାରିଖ ୨୦୨୨ ମଧ୍ୟରେ ଦାଖଲ କରି ଉକ୍ତ ସହାୟତାର ନବୀକରଣ କରାଇବା ଜରୁରୀ ଅଟେ । ଜୀବିତ ପ୍ରମାଣ ପତ୍ର ସହିତ ଆଧାର କାର୍ଡର ନକଲ, ମୋବାଇଲ ନମ୍ୱର ଏବଂ ବ୍ୟାଙ୍କ ଜମା ଖାତାର ନକଲ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ । ଉକ୍ତ ସହାୟତାର ନବୀକରଣ ଧାର୍ଯ୍ୟ ସମୟ ମଧ୍ୟରେ ନ କରାଇଲେ ଆସନ୍ତା ସେପ୍ଟେମ୍ୱର ମାସ ଠାରୁ ସହାୟତା ଆପେ ଆପେ ବନ୍ଦ ହୋଇଯିବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଲିକ ବିଭାଗୀୟ ପତ୍ର ମାଧ୍ୟମରେ ଜଣାଇଚ୍ଥନ୍ତି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close