ଯାଜପୁର ଜିଲ୍ଲା ପରିଷଦର ୭ମ ସ୍ଥାୟୀ କମିଟି ବୈଠକ ଅନୁଷ୍ଠିତ

ଯାଜପୁର, ୮ା୧୦: ପ୍ରତ୍ୟେକ ସରକାରୀ ଯୋଜନା ସାଧାରଣ ଲୋକଙ୍କର ବିକାଶ ଓ ସାମଗ୍ରିକ ଉନ୍ନୟନ ପାଇଁ ପ୍ରଣୟନ ହୋଇଥାଏ । ତେଣୁ ଏହାର ସଠିକ କାର୍ଯ୍ୟକାରିତା ପାଇଁ ପ୍ରତ୍ୟେକ ଉତରଦାୟୀ ଭାବେ କାର୍ଯ୍ୟ କରିବାକୁ କମିଟିର ଅଧ୍ୟକ୍ଷ ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ ଆହ୍ୱାନ ଦେଇଚ୍ଥନ୍ତି । ଆଜି ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା ପରିଷଦର ୭ମ ସ୍ଥାୟୀ କମିଟି ବୈଠକ (ଶିକ୍ଷା, କ୍ରୀଡା ଓ ସାସ୍କୃତିକ) ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସର୍ବଶିକ୍ଷା ଅଭିଯାନ, ଯାଜପୁରଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ସାମଲ ଶିକ୍ଷା, କ୍ରୀଡା ଓ ସଂସ୍କୃତି ବିଭାଗରୁ ଆସିଥିବା ବିଭିନ୍ନ ଅନୁଦାନ ଏବଂ ଏହାର ଆୟ ବ୍ୟୟ ଉପରେ ସମୀକ୍ଷା କରିଥିଲେ । ଶିକ୍ଷା ବିଭାଗ ପାଇଁ ବିଦ୍ୟାଳୟଗୁଡିକୁ ଦିଆଯାଇଥିବା କ୍ରୀଡା ପାଣ୍ଠିର ସୁ-ବିନିଯୋଗ ପାଇଁ ପରାମର୍ଶ ଦେବା ସହ ଅଧିକାରୀମାନେ ନିୟମିତ ଭାବେ ପରିଦର୍ଶନ କରି ତାକୁ ସୁନିଶ୍ଚିତ କରିବେ ବୋଲି କହିଥିଲେ । ଯେଉଁ ଆଦର୍ଶ ବିଦ୍ୟାଳୟଗୁଡିକରେ ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି. ଉଚ୍ଚ ବିଦ୍ୟାଳୟମାନଙ୍କରୁ ଡେପୁଟେସନରେ ଶିକ୍ଷକ ଆଣିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ମିଶ୍ରଣ ହୋଇଥିବା ବିଦ୍ୟାଳୟଗୁଡିକୁ ପଂଚାୟତିରାଜ ବିଭାଗକୁ ହସ୍ତାନ୍ତର କରିବା ପାଇଁ ବିଧିବଦ୍ଧ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ କହିଥିଲେ । ସଂସ୍କୃତି ବିଭାଗର ବିଭିନ୍ନ ଆର୍ଥିକ ବର୍ଷରେ ଆସିଥିବା ଅନୁଦାନ ଓ ତାହାର ସୁବିନିଯୋଗ ଉପରେ ସନ୍ତୋଷ ପ୍ରକାଶ କରି କହିଲେ ଯେ, ଜିଲ୍ଲାରେ ଥିବା ଭାଗବତ ଟୁଙ୍ଗୀ ଓ କଳାକାର ସହାୟତା ପାଇଁ ଅଧିକ ଅନୁଦାନର ଆବଶ୍ୟକତା ରହିଚ୍ଥି । ଏକ ସଂସ୍କୃତି ସଂପନ୍ନ ଜିଲ୍ଲା ଭାବେ ଏ ଦିଗରେ ସରକାରୀ ସ୍ତରରେ ପ୍ରୟାସ କରିବା ପାଇଁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । କୋଭିଡ କଟକଣା ଯୋଗୁ ସରକାରୀ ସ୍ତରରେ ଜିଲ୍ଲାରେ କୈାଣସି କ୍ରୀଡାର ଆୟୋଜନ କରା ଯାଇନାହିଁ । ତେବେ କ୍ରୀଡା ପାଇଁ ବିଭିନ୍ନ ନିର୍ମାଣ ପ୍ରକଳ୍ପ ଚାଲୁ ରହିଚ୍ଥି । ଏହି କାର୍ଯ୍ୟ ଗୁଡିକ ଯଥା ସମୟରେ ସାରିବା ପାଇଁ କ୍ରୀଡା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ବୈଠକର ସୁପରିଚାଳନା ନିମନ୍ତେ ଅଧ୍ୟକ୍ଷ ଶ୍ରୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶିଧର ସିଂହ, କୃତିବାସ ବାରିକ, ଊପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଜିଲ୍ଲା କ୍ରୀଡା ଅଧିକାରୀ ପଂକିର ମୋହନ ଟୁଡୁ ଏବଂ ବିଭାଗୀୟ କର୍ମଚାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close