ଇତିହାସ ରଚିଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ,୧୫ତମ ରାଷ୍ଟ୍ରପତି ଭାବେ ବିଜୟ ଲାଭ

ନୂଆଦିଲ୍ଲୀ; ୨୧/୦୭ (ବ୍ୟୁରୋ) : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷ ମହାମେଣ୍ଟର ଯଶୱନ୍ତ ସିହ୍ନାକୁ ପରାସ୍ତ କରିଛନ୍ତି। ସମଗ୍ର ଭାରତବର୍ଷର ନଜର ରହିଥିଲା ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ଉପରେ । ତେବେ ଏହା ମଧ୍ୟରେ ତୃତୀୟ ରାଉଣ୍ଡ ଭୋଟ ଗଣତି ପରେ ଫଳାଫଳ ସାମ୍ନାକୁ ଆସିଯାଇଛି । ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ବିଜୟ ଲାଭ କରିଛନ୍ତି । ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ସେ ମୋଟ ୫ ଲକ୍ଷ ୭୭ ହଜାର ୭୭୭ ଭୋଟ ପାଇଛନ୍ତି । ଆସନ୍ତା ୨୫ ତାରିଖରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶ୍ରୀମତୀ ମୁର୍ମୁ ଶପଥ ଗ୍ରହଣ କରିବେ। ଏହାପରେ ସେ ପ୍ରଥମ ଓଡ଼ିଆ ଓ ପ୍ରଥମ ଆଦିବାସୀ ମହିଳା ଭାବେ ଦେଶର ରାଷ୍ଟ୍ରପତି ହେବାର ରେକର୍ଡ ସୃଷ୍ଟି କରିବେ। ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବାର କୀର୍ତ୍ତିମାନ ତାଙ୍କ ନାଁରେ ଯୋଡ଼ି ହୋଇଯିବ। ମୁର୍ମୁଙ୍କ ପୂର୍ବରୁ ପ୍ରତିଭା ପାଟିଲ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ। ଫାଇନାଲ ରେଜଲ୍ଟ ବାହାରିବା ପରେ ଦ୍ରୌପଦୀଙ୍କ ସମର୍ଥକମାନେ ନିଜର ବିଜୟ ଉତ୍ସବକୁ ଆହୁରି ଜୋରଦାର କରିଛନ୍ତି। ଦ୍ରୌପଦୀଙ୍କ ପାଇଁ ରାଇରଙ୍ଗପୁରରେ ୨୦ ହଜାରରୁ ଅଧିକ ମିଠା ବଣ୍ଟା ଯାଇଛି। ସେହିପରି ତାଙ୍କ ଘର ଆଗରେ ମଧ୍ୟ ଶହଶହ ଲୋକ ଏକାଠି ହୋଇ ଖୁସିରେ ନାଚୁଥିବା ବେଳେର ଦୃଶ୍ୟ ସାମ୍ନାକୁ ଆସିଛି। କେବଳ ରାଇରଙ୍ଗପୁରରେ ନୁହେଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦ୍ରୌପଦୀଙ୍କ ବିଜୟ ପାଇଁ ଉତ୍ସବ ପାଳନ କରାଯାଇଛି। ସେ ପ୍ରଥମ ଓଡ଼ିଆ ଭାବେ ଦେଶର ସର୍ବୋଚ୍ଚ ପଦ ଅଳକୃତ କରିଥିବାରୁ ତାଙ୍କ ପାଇଁ ପୂରା ରାଜ୍ୟ ଆଜି ଗର୍ବରେ ‍ଫାଟି ପଡ଼ିଛି। ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦୁଇଥର (୨୦୦୦ ଏବଂ ୨୦୦୪ରେ) ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଝାଡ଼ଖଣ୍ଡର ରାଜ୍ୟପାଳ ୨୦୧୫-୨୦୨୧ ଭାବରେ କାର୍ଯ୍ୟ କରିଥିଲେ । ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ବାଣିଜ୍ୟ ଏବଂ ଗମନାଗମନ ବିଭାଗର ସ୍ୱାଧୀନ ମନ୍ତ୍ରୀ ଭାବେ ୨୦୦୦ ମାର୍ଚ୍ଚ ୬ରୁ ୨୦୦୨ ଅଗଷ୍ଟ ୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟକରିଥିଲେ ।
ପ୍ରଥମ ରେକର୍ଡ-
ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିବାରେ ପ୍ରଥମ ମହିଳା ଆଦିବାସୀ ନେତ୍ରୀ ହେବେ।
ଦ୍ଵିତୀୟ ରେକର୍ଡ-
ଦ୍ରୌପଦୀ ମୁର୍ମୁ ଏମିତି ପ୍ରଥମ ରାଷ୍ଟ୍ରପତି ହେବେ, ଯିଏ ସ୍ଵାଧୀନତା ପରେ ଦେଶରେ ଜନ୍ମ ଗ୍ରହଣ କରିଛନ୍ତି।

ମୁର୍ମୁ ଭାରତୀୟ ଜନତା ପାର୍ଟିରେ ମିଶି ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଶେଷ ପର୍ଯ୍ୟନ୍ତ ବିଜେପିରେ ରହିଛନ୍ତି। ୧୯୯୭ରେ ମୁର୍ମୁ ବିଜେପିର ଓଡିଶା ଅନୁସୂଚିତ ଜନଜାତି ମୋର୍ଚ୍ଚାର ଉପାଧ୍ୟକ୍ଷ ହୋଇଥିଲେ। ୨୦୦୨ରୁ ୨୦୦୯ ଏବଂ ୨୦୧୩ରେ ମୟୂରଭଞ୍ଜର ବିଜେପି ଜିଲ୍ଲା ସଭାପତି ଭାବେ କାମ କରିଛନ୍ତି। ସେ ବିଜେପି ଏସଟି ମୋର୍ଚ୍ଚାରେ ରାଷ୍ଟ୍ରୀୟ କାର‌୍ୟ୍ୟକାରିଣୀର ସଦସ୍ୟ ରହିଛନ୍ତି।ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡରେ ରାଜ୍ୟପାଳ ହେବାରେ ପ୍ରଥମ ମହିଳା ଥିଲେ। ସେ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ରାଜ୍ୟପାଳ ରହିଥିଲେ। ସେ ପ୍ରଥମ ଓଡିଶା ଆଦିବାସୀ ମହିଳା ଥିଲେ, ଯାହାଙ୍କୁ ଭାରତର କୌଣସି ରାଜ୍ୟରେ ରାଜ୍ୟପାଳ ଭାବେ ନିଯୁକ୍ତି କରାଯାଇଥିଲା। ଓଡିଶାର ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଲକ ଅନ୍ତର୍ଗତ ଉପରବେଡା ଗାଁରେ ଆଦିବାସୀ ପରିବାରରେ ଜନ୍ମିତ ମୁର୍ମୁଙ୍କ ବାଲ୍ୟ ଜୀବନ ବହୁତ ସଂଘର୍ଷମୟ ଥିଲା। ସମସ୍ତ ବାଧାବିଘ୍ନ ସତ୍ତ୍ଵେ ସେ ଭୁବନେଶ୍ଵରର ରମାଦେବୀ ମହିଳା କଲେଜରୁ ବିଏ ପାସ୍ କରିଥିଲେ। ରାଜନୀତିରେ ପାଦ ଦେବା ପୂର୍ବରୁ ସେ ରାଇରଙ୍ଗପୁର ଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚରେ ସହକାରୀ ଶିକ୍ଷୟତ୍ରୀ ଭାବେ କାମ କରିଥିଲେ। ସ୍ଵାମୀ ଏବଂ ଦୁଇ ପୁଅଙ୍କୁ ହରାଇବା ପରେ ବି ସେ ନିଜର ଧୈର୍ଯ୍ୟ ଏବଂ ସାହାସ ହରାଇନଥିଲେ ଏବଂ ଲଗାତାର ଆଗକୁ ବଢି ଯାଇଥିଲେ। ଆଜି ସେ ଦେଶର ସର୍ବୋଚ୍ଚ ପଦ ଅଳଙ୍କୃତ କରିବାର ଦ୍ଵାର ଦେଶରେ ପହଞ୍ଚି ପାରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close