ଜନ୍ମ ମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ ଡ. ଅଜୟ ପରିଡାଙ୍କ ଶେଷ କୃତ୍ୟ ସଂପନ୍ନ

ଯାଜପୁର, ୨୧/୭(ନି ପ୍ର ): ସର୍ବଭାରତୀୟ ସ୍ତରର ଜଣେ ସପଂଳ ତଥା ଦକ୍ଷ ଊଭ୍‌ିଦ ବିଜ୍ଞାନୀ, ପ୍ରଖ୍ୟାତ ଜିନ୍ ଗବେଷକ, କୃଷି ବୈଜ୍ଞାନିକ ତଥା ଆଇ.ଏଲ୍‌.ଏସ୍‌. ର ନିର୍ଦ୍ଦେଶକ ପଦ୍ମଶ୍ରୀ ଡ. ଅଜୟ ଭୂଷଣ ପରିଡାଙ୍କୁ ତାଙ୍କ ଜନ୍ମ ମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷ କୃତ୍ୟ ସଂପନ୍ନ ହୋଇଚ୍ଥି । ପଦ୍ମଶ୍ରୀ ଡ. ପରିଡାଙ୍କର ଗତ ମଙ୍ଗଳବାର ହୃଦଘାତ ରେ ଦେହାବସାନ ପରେ ତାଙ୍କ ପାର୍ଥିବ ଶରୀରକୁ ପୂର୍ବାହ୍ନରେ ତାଙ୍କ ଜନ୍ମ ମାଟି ଯାଜପୁର ଜିଲ୍ଲା ଅନ୍ତର୍ଗତ କୋତପୁର ପଞ୍ଚାୟତର ଭଗବାନପୁର ଗ୍ରାମକୁ ଅଣାଯାଇଥିଲା । ଯାଜପୁର ଜିଲ୍ଲା ପ୍ରଶାସନ ତରପଂରୁ ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି ଆର, ଧର୍ମଶାଳା ତହସିଲଦାର, ବି.ଡି.ଓ. ଓ ପୋଲିସ ଅଧିକାରୀ ଭଗବାନପୁର ଗ୍ରାମରେ ପହଞ୍ଚି କାର୍ଯ୍ୟ ତଦାରଖ କରିଥିଲେ । ପଦ୍ମଶ୍ରୀ ଡ. ପରିଡାଙ୍କ ପାର୍ଥିବ ଶରୀର ଗ୍ରାମରେ ପହଞ୍ଚିବା ପରେ ସେଠାରେ ଊପସ୍ଥିତ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ମାନ୍ୟବର ଗ୍ରାମ୍ୟ ଊନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଂଜନ ଘଡାଇ, ଧର୍ମଶାଳା ବିଧାୟକ ମାନ୍ୟବର ପ୍ରଣବ ବଳବନ୍ତରାୟ, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଯାଜପୁର ଏବଂ ସ୍ଥାନୀୟ ପ୍ରତିନିଧି ମାନେ ଡ. ପରିଡାଙ୍କ ମର ଶରୀରରେ ପୁଷ୍ପଗୁଚ୍ଚ୍ଥ ପ୍ରଦାନ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପରେ ରାଜ୍ୟ ପୋଲିସ ବାହିନୀ ତରପଂରୁ ପଦ୍ମଶ୍ରୀ ଡ. ପରିଡାଙ୍କୁ ଗାର୍ଡ ଅପଂ ଅନର ପ୍ରଦାନ ପରେ ତାଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଥିଲା । ପୂର୍ବାହ୍ନରେ ତାଙ୍କ ଶବାଧାର ଜାରକା ବଜାରରେ ପହଞ୍ଚିବା ପରେ ଧର୍ମଶାଳା ପ୍ରେସ୍ କ୍ଳ୍‌ବ, ଧର୍ମଶାଳା ବୁଦ୍ଧିଜିବୀ ସଂଘ, ବ୍ଳକ ପ୍ରଶାସନ ଏବଂ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ତତ୍ପରେ ଏକ ଶୋଭାଯାତ୍ରା ସେଠାରୁ ବାହାରି ଭଗବାନପୁର ଗ୍ରାମରେ ପହଞ୍ଚିଥିଲା । ସମଗ୍ର ରାସ୍ତାରେ ହଜାର ହଜାର ଜନସାଧାରଣ ଏବଂ ବିଦ୍ୟାଳୟ ଚ୍ଥାତ୍ର ଚ୍ଥାତ୍ରୀ ଶୋକାକୁଳ ନୟନରେ ଡ. ଅଜୟ ଭୂଷଣ ପରିଡାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପଦ୍ମଶ୍ରୀ ଡ. ପରିଡା ନିଜର ଦକ୍ଷତା ପାଇଁ ୨୦୧୪ ରେ ଭାରତର ମହାମହିମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଠାରୁ ସମ୍ମାନଜନକ ପଦ୍ମଶ୍ରୀ ଊପାଧି ପାଇଥିଲେ । ଅତ୍ୟାଧୁନିକ ଜିନ୍ (ଜୈବ ଗୁଣସୂତ୍ର) ଗବେଷଣା କ୍ଷେତ୍ରରେ ସେ ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ଅନୁଷ୍ଠାନ (ଆଇ.ଏଲ.ଏସ.) କୁ ଦେଶର ପ୍ରମୁଖ ୧୦ ଟି ଅନୁଷ୍ଠାନ ମଧ୍ୟରେ ସ୍ଥାନ ଦେବାରେ ଊଲେ୍‌ଖନୀୟ ଭୂମିକା ନିଭାଇଥିଲେ । ‘କରୋନା’ ସମୟରେ ତାଙ୍କର ତଥ୍ୟ ବହୁ ଊପାଦେୟ ସାବ୍ୟସ୍ତ ହୋଇଆସୁଥିଲା । ସେ ୧୯୬୩ ମସିହା ଡିସେମ୍ୱର ୧୨ ତାରିଖରେ ଭଗବାନପୁରରେ ଜନ୍ମ ଗ୍ରହଣ କରିଥିଲେ । ଡ. ପରିଡାଙ୍କ ନିଧନରେ ସମଗ୍ର ଯାଜପୁରରେ ଶୋକର ଚ୍ଥାୟା ଖେଳି ଯାଇଚ୍ଥି ।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close