ସମାଜସେବୀଙ୍କ ପକ୍ଷରୁ ବ୍ୟାସନଗର ସହରର ଚୋରଦାରେ କମ୍ବଳ ବଂଟନ

ବ୍ୟାସନଗର,୧୧/୨(ବିଶ୍ୱରଂଜନ ପଟ୍ଟନାୟକଙ୍କ ଠାରୁ): ବ୍ୟାସନଗର ସହରର ୨ଟି ହରିଜନ ବସ୍ତିରେ ଆଜି ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ, ବିଷିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଚନ୍ଦ୍ରମଣି ସାମଲଙ୍କ ପ୍ରଚେଷ୍ଟାରେ ୬୦ଟି କମ୍ବଳ ବଂଟନ କରାଯାଇଛି । ଏଥିରେ ବର୍ଷିୟାନ ବିଜେଡି ନେତା ଗିରିଧାରୀ ବାରିକ, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ‘ସମ୍ବାଦ’ର ବ୍ୟାସନଗର ପ୍ରତିନିଧି ବିଜୟ କୁମାର ସାହୁ, ସମାଜସେବୀ ସନାତନ ମଲ୍ଲିକ ପ୍ରମୁଖ ଯୋଗ ଦେଇ ଚୋରଦାର ଡିଗିସାହୀ ଓ ମଂଗଳା ମନ୍ଦିର ନିକଟରେ ଥିବା ଅଭାବୀ ପରିବାରକୁ ଗୋଟିଏ ଲେଖାଏ କମ୍ବଳ ବଂଟନ କରିଥିଲେ । ଏହି ବସ୍ତି ୦୨ଟିରେ ପୂର୍ବରୁ କରୋନା ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ ସମୟରେ ଶ୍ରୀ ସାମଲଙ୍କ ପ୍ରଚେଷ୍ଟାରେ ମଧ୍ୟ ରାସନ ଯୋଗାଇ ଦିଆଯାଇଥିଲା ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close