ଝାଡେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ତରଫରୁ ଆଲୋଚନାଚକ୍ର ଓ ଉଦଯାପନ ଉତ୍ସବ

ଦାନଗଦୀ,୦୩/୦୨(ଉ. ନ୍ୟୁଜ୍ ବ୍ୟୁରୋ): ଦାନଗଦୀ ବ୍ଲକ ଅନ୍ତର୍ଗତ ଟୋଲକାନୀ ସ୍ଥିତ ଝାଡେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ  ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ତରଫରୁ ଦୁଇଦିନ ଧରି ଆୟୋଜିତ ଆଲୋଚନା ଚକ୍ର ଓ ଉଦଯାପିତ ହୋଇଯାଇଅଛି । ତା -୩୧/୦୧/୨୦୨୪ରିଖରେ ଆଲୋଚନା ଚକ୍ରରେ ଶୀର୍ଷକ “ଓଡିଆ କଳା ଓ ସଂସ୍କୃତି ରେ ଶ୍ରୀ ଜଗନ୍ନାଥ”  ଓ  ୦୧/୦୨/୨୦୨୪ ରେ ଆଲୋଚନା ଚକ୍ରର ଶୀର୍ଷକ “ଓଡ଼ିଆ ସାହିତ୍ୟରେ ଶ୍ରୀ ଜଗନ୍ନାଥ ଚେତନା” ଉପରେ ଆଲୋଚନା କରଯାଇଥିଲା। କଲେଜର ଅଧ୍ୟକ୍ଷ ଡ. ଯୁଗଳ କିଶୋର ସଭାପତିତ୍ବ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ପ୍ରଥମ ଦିନ ମୁଖ୍ୟ ବକ୍ତା ଭାବରେ ପ୍ରଫେସର ଉମାକାନ୍ତ ନାୟକ, ମୁଖ୍ୟ ଅତିଥି ଭାବରେ ପ୍ରଫେସର ଦେବେନ୍ଦ୍ରନାଥ ପୁହାଣ, ନୋଡାଲ ଅଫିସର ଗୋବର୍ଦ୍ଧନ ସାହୁ, ପରିଚାଳକ କାର୍ଯ୍ୟରେ ଅଧ୍ୟାପକ ରଞ୍ଜନ କୁମାର ଖଣ୍ଡା ଯୋଗଦେଇଥିଲେ, ଏଥିରେ ଅତିଥି ପରିଚୟ ଅଧ୍ୟାପକ ଡ. କ୍ଷୀରୋଦ ଚନ୍ଦ୍ର ବେହେରା ଓ ଧନ୍ୟବାଦ ଅର୍ପଣରେ ଅଧ୍ୟାପିକା ଇତିଶ୍ରୀ ମଲ୍ଲିକ ଯୋଗ ଦେଇ ପ୍ରଥମ ଦିନଟିକୁ ଉତ୍ସବ ମୁଖର କରିଥଲେ ।

                    ଦ୍ୱିତୀୟ ଦିନରେ ଓଡ଼ିଆ ସାହିତ୍ୟରେ ଶ୍ରୀ ଜଗନ୍ନାଥ ଚେତନା’ ଶୀର୍ଷକ ଆଲଚନାଚକ୍ର ଆୟୋଜିତ ହୋଇଥିଲା। ଏଥିରେ କଲେଜର ଅଧ୍ୟକ୍ଷ ଡ ଯୁଗଳ କିଶୋର ହୋତା ସଭାପତିତ୍ବ କରିଥିଲେ। ମୁଖ୍ୟ ବକ୍ତା ଭାବେ ରେଭେନ୍ସା ବିଶ୍ବବିଦ୍ୟାଳୟର ଓଡ଼ିଆ ପ୍ରଧ୍ୟାପିକା ଡ ବିଜୟ ଲକ୍ଷ୍ମୀ ଦାଶ, ମୁଖ୍ୟ ଅତିଥି ଭାବରେ ପ୍ରଫେସର ଶିବ ଚରଣ ମାଝୀ, ଅତିଥି ପରିଚୟ ଅଧ୍ୟାପକ ରଂଜନ କୁମାର ଖଣ୍ଡା ଓ ଧନ୍ୟବାଦ ଅର୍ପଣରେ ଡ. ଅକ୍ଷୟ କୁମାର ପଣ୍ଡା ଯୋଗ ଦେଇଥିଲେ ଏବଂ ଶେଷରେ ପିଲାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଏବଂ ଶେଷରେ  ଉଦଯାପନ କରିଥଲେ । ଏଥିରେ କଲେଜର ସମସ୍ତ ଶିକ୍ଷକ ଓ ଅଣ କର୍ମଚାରୀ ସହଯୋଗ କରି ସଭକର୍ଯ୍ୟକୁ ସଫଳ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close