ମାଉଣ୍ଟ ଲିଟେରା ଜି ସ୍କୁଲର ଛାତ୍ର ଅଭିଳାଷ ପଣ୍ଡାଙ୍କ ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ(NDA) ଏବଂ ନାଇଜର(NISER) ପ୍ରବେଶିକା ପରୀକ୍ଷାରେ ସଫଳତା

ବ୍ୟାସନଗର; ୧୫/୦୭(ନି ପ୍ର ): ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର କୁସୁନପୁର ସ୍ଥିତ ” ମାଉଣ୍ଟ ଲିଟେରା ଜି ସ୍କୁଲର ଛାତ୍ର ଅଭିଳାଷ ପଣ୍ଡା ବିଦ୍ୟାଳୟ ତଥା କଲେଜ ସହ ନିଜ ଅଞ୍ଚଳ ପାଇଁ ଗୈାରବ ଆଣିଛନ୍ତି । ଅଭିଳାଷ ଯାଜପୁରରୋଡରେ ଥିବା ମାଉଣ୍ଟ ଲିଟେରା ଜି ସ୍କୁଲରେ ପ୍ରଥମ ରୁ ଯୁକ୍ତ ଦୁଇ ପାଠ ପଢ଼ି ଉତ୍ତୀର୍ଣ୍ଣ ହେବା ପରେ ଏବେ ସେ ସର୍ବଭାରତୀୟ ସ୍ଥରରେ ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ(NDA) ଏବଂ ନାଇଜର(NISER) ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଗୌରବ ଆଣିଛନ୍ତି।ତାଙ୍କର ଅକ୍ଲାନ୍ତ ପରିଶ୍ରମ ,ଏକାଗ୍ରତା ଆଜି ତାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇପାରିଛି। ଏହା ମାଉଣ୍ଟ ଲିଟେରା ଜି ସ୍କୁଲ ପାଇଁ ଗର୍ବ ଏବଂ ଆନନ୍ଦର ଆଉ ଏକ ସମ୍ମାନଜନକ ମୁହୂର୍ତ୍ତ ବୋଲି କୁହାଯାଉଛି। ତାଙ୍କର ଅହେତୁକ ପରିଶ୍ରମ, ଚେଷ୍ଟା ,ଆଗ୍ରହ ପାଇଁ ଆଜି ସେ ସଫଳତାରେ ପାଦ ଥାପିଛନ୍ତି। ଭବିଷ୍ୟତରେ ଜଣେ ସଫଳ ବିଦ୍ୟାର୍ଥୀ ଭାବେ ପ୍ରତିଷ୍ଠା ଅର୍ଜ୍ଜନ କରିବା ସହ ନିଜ ଜନ୍ମ ମାଟି, ସ୍କୁଲ, କଲେଜର ନାମ ରଖିବେ ବୋଲି ସେ ଆଶାର୍ଥୀ ଅଛନ୍ତି ।ତାଙ୍କର ପିତା ତ୍ରୈଲୋକ୍ୟ ପଣ୍ଡା ବିଦ୍ୟାଳୟ ର ଶିକ୍ଷା ଦାନ ବ୍ୟବସ୍ଥା କୁ ପ୍ରଶଂସା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। କଳିଙ୍ଗନଗର ମାଉଣ୍ଟ ଲିଟେରା ଜି ସ୍କୁଲର ଚେୟାରମ୍ୟାନ ବୁଦ୍ଧଦେବ ରାଉତ , ପ୍ରଧାନାଚାର୍ୟ ଡ଼ ଏମ ଏସ ପ୍ରଭାକରନ ନାୟର, ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଉପାଧ୍ୟକ୍ଷ ଆର ଏନ ରୟତ ସିଂ , ଏକାଡେମୀକ ମୂଖ୍ୟ ବଲବୀର ସିଂ ଓ ସୋନିଆ ବେଦୀଙ୍କ ସହ ସମସ୍ତ ଅଧ୍ୟାପକ/ଅଧ୍ୟାପିକା, କର୍ମକର୍ତା ପ୍ରମୁଖ ଅଭିଳାଷଙ୍କୁ ଆଶୀର୍ବାଦ ଜଣାଇବା ସହ ତାଙ୍କର ସଫଳ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close