ମାଉଣ୍ଟ ଲିଟେରା ଜି ସ୍କୁଲର ତିନି ଜଣ ଛାତ୍ରଛାତ୍ରୀଙ୍କୁ ସର୍ବଭାରତୀୟ ସ୍ଥରରେ ସଫଳତା

ବ୍ୟାସନଗର; ୧୫/୦୭(ନି ପ୍ର ): ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର କୁସୁନପୁର ସ୍ଥିତ ” ମାଉଣ୍ଟ ଲିଟେରା ଜି ସ୍କୁଲର ତିନି ଜଣ ଛାତ୍ରଛାତ୍ରୀଙ୍କୁ ସର୍ବଭାରତୀୟ ସ୍ଥରରେ ସଫଳତା ମିଳିଥିବା ଘଟଣା ଏବେ ବିଦ୍ୟାର୍ଥୀ ମହଲରେ ଖୁସିର ଲହରୀ ଖେଳାଇଦେଇଛି । ALLENS TALENT ENCOURAGEMENT EXAM “TALLENTEX 2022” ପରୀକ୍ଷାରେ ଚିରଞ୍ଜିବି କରଙ୍କୁ ସର୍ବଭାରତୀୟ ସ୍ଥରରେ ସଫଳତା ମିଳିବା ସହ ଏକ ଲକ୍ଷ ଟଙ୍କାର କ୍ୟାଶ ଆୱାର୍ଡ ମିଳିବା ସ୍କୁଲ ତଥା ଅଞ୍ଚଳ ପାଇଁ ଏକ ଗୌରବ। ଓଡ଼ିଶାର ନବମ ଶ୍ରେଣୀର ଛାତ୍ର ସର୍ବଭାରତୀୟ ସ୍ଥରରେ ଏକ ନମ୍ବର। ଜୁନ ୧୯ ରେ ହୋଇଥିବା ଟେଲେଣ୍ଟେକ୍ସ- ୨୦୨୨ ପରୀକ୍ଷାରେ ମାଉଣ୍ଟ ଲିଟେରା ଜି ସ୍କୁଲର ନବମ ଶ୍ରେଣୀର ଛାତ୍ର ଚିରଞ୍ଜିବି କର ଙ୍କୁ ଏକ ଲକ୍ଷ ଟଙ୍କା, ଷଷ୍ଠ ଶ୍ରେଣୀର ଛାତ୍ରୀ ଶ୍ରେଷ୍ଠା ରାଉତରାୟ ଙ୍କୁ ୨ ହଜାର ଟଙ୍କା,ସପ୍ତମ ଶ୍ରେଣୀର ଛାତ୍ର ବିଶ୍ୱଜିତ ଦାସ ଙ୍କୁ ୧ହଜାର ଟଙ୍କା କ୍ୟାଶ ଆୱାର୍ଡ ମିଳିବା ଖବର ସମସ୍ତଙ୍କୁ ଉତ୍ସାହିତ କରିଛି। ଯାଜପୁରରୋଡରେ ଥିବା ମାଉଣ୍ଟ ଲିଟେରା ଜି ସ୍କୁଲରେ ପ୍ରଥମ ରୁ ତିନିଜଣ ଯାକ ଶିକ୍ଷା ଲାଭ କରିଆସୁଛନ୍ତି।   ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ,ଏକାଗ୍ରତା ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇପାରିଛି। ଏହା ମାଉଣ୍ଟ ଲିଟେରା ଜି ସ୍କୁଲ ପାଇଁ ଗର୍ବ ଏବଂ ଆନନ୍ଦର ଆଉ ଏକ ସମ୍ମାନଜନକ ମୁହୂର୍ତ୍ତ ବୋଲି କୁହାଯାଉଛି। ଚିରଞ୍ଜିବି ଆଗରୁ ବି ଅନେକ ଥର ସ୍ଵର୍ଣ ପଦକ ପ୍ରାପ୍ତ କରିଛନ୍ତି।ତାଙ୍କର ଅହେତୁକ ପରିଶ୍ରମ, ଚେଷ୍ଟା ,ଆଗ୍ରହ  ତାଙ୍କୁ ଆଗକୁ ଆଗକୁ ନେଇ ଯାଉଛି।ଭବିଷ୍ୟତରେ ଜଣେ ଜଣେ ସଫଳ ବିଦ୍ୟାର୍ଥୀ ଭାବେ ପ୍ରତିଷ୍ଠା ଅର୍ଜ୍ଜନ କରିବା ସହ ନିଜ ଜନ୍ମ ମାଟି, ସ୍କୁଲ, କଲେଜର ନାମ ରଖିବେ ବୋଲି ସମସ୍ତେ ଆଶାର୍ଥୀ ଅଛନ୍ତି ।କୃତି ଛାତ୍ରଛାତ୍ରୀ ଙ୍କ ଅଭିଭାବକ ବିଦ୍ୟାଳୟର ଶିକ୍ଷା ଦାନ ବ୍ୟବସ୍ଥାକୁ ପ୍ରଶଂସା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଯାଜପୁର କଳିଙ୍ଗନଗର ମାଉଣ୍ଟ ଲିଟେରା ଜି ସ୍କୁଲର ଚେୟାରମ୍ୟାନ ବୁଦ୍ଧଦେବ ରାଉତ , ପ୍ରଧାନାଚାର୍ୟ ଡ଼ ଏମ ଏସ ପ୍ରଭାକରନ ନାୟର, ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଉପାଧ୍ୟକ୍ଷ ଆର ଏନ ରୟତ ସିଂ , ଏକାଡେମୀକ ମୂଖ୍ୟ ବଲବୀର ସିଂ ଓ ସୋନିଆ ବେଦୀଙ୍କ ସହ ସମସ୍ତ ଅଧ୍ୟାପକ/ଅଧ୍ୟାପିକା, କର୍ମକର୍ତା ପ୍ରମୁଖ ଛାତ୍ରଛାତ୍ରୀ ଙ୍କୁ ଆଶୀର୍ବାଦ ଜଣାଇବା ସହ ତାଙ୍କର ସଫଳ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close