ଅସହାୟ ଦୁସ୍ଥ ମାନଙ୍କ ସେବା ପାଇଁ ରେଡ଼କ୍ରସ୍ ଶ୍ରେଷ୍ଠ ମାଧ୍ୟମ : ଜିଲ୍ଲାପାଳ


ଯାଜପୁର, ୦୮/୦୫(ନି ପ୍ର) : ଦାନ ଏକ ସ୍ୱର୍ଗୀୟ ଅନୁଭବ । ତେଣୁ ରେଡ଼କ୍ରସ୍‌କୁ ଦାନ ସହ ଅସହାୟ ଓ ଦୁଃସ୍ଥ ଲୋକଙ୍କ ସେବା ପାଇଁ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂ ରାଠୋର ଆହ୍ୱାନ ଦେଇଛନ୍ତି । ରବିବାର ପୁର୍ବାହ୍ନରେ ଜିଲ୍ଲା ରେଡ଼କ୍ରସ୍ ଶାଖା ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଜିଲାସ୍ତରୀୟ ବିଶ୍ୱ ରେଡ଼କ୍ରସ୍ ଦିବସ ପାଳିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ତଥା ଜିଲ୍ଲା ରେଡ଼କ୍ରସ୍ ଶାଖାର ଅଧ୍ୟକ୍ଷ ଶ୍ରୀ ରାଠୋର ରେଡ଼କ୍ରସ୍ ପାଣ୍ଠିକୁ ଆର୍ଥୀକ ସହଯୋଗ କରିଥିବା ପ୍ରତ୍ୟେକ ଅନୁଷ୍ଠାନ ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅର୍ଥକୁ ସ୍ୱଛତାର ସହ ଦୁଃସ୍ଥ, ଗରିବ ଓ ଅସହାୟ ଲୋକ ମାନଙ୍କର ଚିକିତ୍ସା, ଶିକ୍ଷା ଓ ଅନ୍ୟାନ୍ୟ ସାହାଯ୍ୟ ପାଇଁ ବ୍ୟବହାର କରାଯାଉଛି ବୋଲି ସେ କହିଥିଲେ । ଜିଲ୍ଲା ପରିଷଦ ସଭାପତି ନଳିନୀପ୍ରଭା ଯେନା ରେଡ଼କ୍ରସ୍ ବିଶ୍ୱର ସର୍ବବୃହତ ମାନବିକ ସହାୟକ ଅନୁଷ୍ଠାନ ହୋଇଥିବାରୁ ଏହାକୁ ଅଧିକ ସମ୍ବୃଦ୍ଧ କରିବାକୁ ସମସ୍ତେ ଆଗେଇ ଆସିବା ଏବଂ ଡ଼ି.ଏମ୍‌.ଏଫ୍ ପାଣ୍ଠି ଓ ଅନ୍ୟାନ୍ୟ ଉତ୍ସରୁ ରେଡ଼କ୍ରସ୍ ଲାଗି ଅର୍ଥ ସଂଗ୍ରହ ପାଇଁ ସେ ପ୍ରସ୍ତାବ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲିକ ଓ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ ଜିଲ୍ଲାରେ ରେଡ଼କ୍ରସ୍ ମାଧ୍ୟମରେ ପ୍ରଦାନ କରାଯାଉଥିବା ସୁବିଧା ଓ ଉପଯୋଗୀତା ଉପରେ ଆଲୋକପାତ କରିବା ସହ ମାନବିକତାର ଉଦ୍ରେକ ପାଇଁ ପ୍ରତ୍ୟେକ ଆଗଭର ହେବାକୁ ଆହ୍ୱାନ ଦେଇଥିଲେ । ଯାଜପୁର ପୈାର ପାଳିକାର ଅଧ୍ୟକ୍ଷ ରଞ୍ଜୁଲତା ହୋତା ଓ ଜିଲ୍ଲାପରିଷଦ ଉପସଭାପତି ଗଣେଶ୍ୱର ବରାଳ ରେଡ଼କ୍ରସ୍ ଭଳି ମାନବ ସେବାକାରୀ ସଂସ୍ଥାକୁ ଅଧିକ ସମ୍ବୃଦ୍ଧ କରିବାକୁ ପ୍ରତ୍ୟେକ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ମିହିର ପ୍ରସାଦ ମହାନ୍ତି ଜିଲ୍ଲା ରେଡ଼କ୍ରସ୍ ଶାଖାର ବିଗତ ଦୁଇବର୍ଷର କାର୍ଯ୍ୟକଳାପ ଓ ଆୟବ୍ୟୟର ତଥ୍ୟ ପ୍ରଦାନ କରିଥିଲେ । ଡ଼େପୁଟି କଲେକ୍ଟର ତଥା ଜିଲ୍ଲା ରେଡ଼କ୍ରସ୍ ଶାଖାର ସମ୍ପାଦକ କୂଳମଣି ନାୟକ ପ୍ରାରମ୍ଭିକ ସୂଚନା, ଅତିଥି ପରିଚୟ ଓ ସଭା ପରିଚାଳନା କରିଥିଲେ । ଶେଷରେ ରେଡ଼କ୍ରସ୍‌କୁ ସର୍ବାଧିକ ଆର୍ଥୀକ ସହଯୋଗ ପାଇଁ କଳିଙ୍ଗ ନଗର ସ୍ଥିତ ବି.ଆର.ପି.ଏଲ୍‌, ଜିଲ୍ଲା ଯୋଗାଣ ବିଭାଗ, ଜିନ୍ଦଲ ଷ୍ଟେନ୍‌ଲେସ୍ ଷ୍ଟିଲ, ଜିଲ୍ଲା ରାଜସ୍ୱ ବିଭାଗ, ତହସିଲଦାର ଦର୍ପଣ ଓ ଜିଲା ଅବକାରୀ ବିଭାଗ ଅଧିକାରୀ ମାନଙ୍କୁ ମାନପତ୍ର, ଉତ୍ତରୀୟ ଓ ଟ୍ରଫି ପ୍ରଦାନ କରାଯିବା ସହ ଅନ୍ୟାନ୍ୟ ଆର୍ଥୀକ ସାହାର୍ଯ୍ୟକାରୀ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସୂଚନା ଯୋଗ୍ୟ ଯେ ୨୦୨୦-୨୧ରେ ୧କୋଟି ୫୩ଲକ୍ଷ ୯୯ହଜାର ୭ଶହ ୪୭ଟଙ୍କା ଆଦାୟ ହୋଇଥିବା ବେଳେ ୩୦ଲକ୍ଷ ୩ହଜାର ୫୩୪ ଟଙ୍କା ବ୍ୟୟ କରାଯାଇଥିଲା । ୨୦୨୧-୨୨ ମସିହାରେ ମୋଟ ୬୫ଲକ୍ଷ ୪୯ହଜାର ୬୦୧ ଟଙ୍କା ଆଦାୟ ହୋଇ ଥିବା ବେଳେ ୯୪ ଲକ୍ଷ ୯୮ହଜାର ୯୧୨ଟଙ୍କା ଖର୍ଚ୍ଚ ହୋଇଥିଲା । ପ୍ରାରମ୍ଭରେ ମା’ବିରଜା ଓ ରେଡ଼କ୍ରସ୍‌ର ପ୍ରତିଷ୍ଠାତା ସାର ଜିନ୍ ହେନେରୀ ଡ଼ୁନାଣ୍ଟଙ୍କ ଫଟୋଚିତ୍ରରେ ଅତିଥି ମାନେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ, ରେଡ଼କ୍ରସ୍‌ର ସଦସ୍ୟ, ବିଭିନ୍ନ ସଂଗଠନର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରେଡ଼୍ରକସ୍ ଶାଖାର କର୍ମଚାରୀ ଗଙ୍ଗାଧର ଜେନା, ଅକ୍ଷୟ କୁମାର ଦାସ, ଅଜୟ କୁମାର ବେହେରା, ନିରଞ୍ଜନ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close