
ଜାଇକାର ବେପାରୁଆ କାର୍ଯ୍ୟ ଯୋଗୁଁ କଟକ ୪୩ନଂ ଓ୍ଵାର୍ଡ ନିଳାଦ୍ରୀ ବିହାରରେ ଭୁସୁଡିଲା ଘର କାନ୍ଥ
କଟକ, ୧୨/୦୭(ବିଭୂତି ଭୂଷଣ ଜେନାଙ୍କ ଠାରୁ): କୋଳି ଖାଇ କୋଳି ମଂଜି ପୋତିବା ଭଳି କାର୍ଯ୍ୟ ଦେଖାଦେଇଛି କଟକ ମହାନଗର ନିଗମ ଅଂଚଳରେ । କେତେକ ସ୍ଥଳେ ଦୁର୍ନୀତି ଓ ଅନିୟମିତତା ଉପରେ କହିଲେ ଶୁଣୁଛି ବା କିଏ ? ମନମାନିରେ ଚାଲିଛି ମହାନଗର ନିଗମ ଅଂଚଳରେ ବହୁ କାର୍ଯ୍ୟ । ‘ଜାଇକା’ ନାମକ ସଂସ୍ଥା ଦୀର୍ଘ ଦିନ ଧରି କାମ ଜାରୀ ରଖିଛି । ତା’ର କାର୍ଯ୍ୟ ଉପରେ ଯେପରି କହିବାକୁ ବା ଦେଖିବାକୁ କେହି ନାହିଁ । କାମ ମନ୍ଥର ଗତିରେ ଚାଲିଛି । ଲଗାଣ ବର୍ଷା ଆସିବାର ସୂଚନା ଥିଲେ ବି ସେଥିପ୍ରତି ପ୍ରତିକାର ବ୍ୟବସ୍ଥା କରିନି ଏହି ସଂସ୍ଥା । ଫଳତଃ ମହାନଗର ନିଗମର ୪୩ନଂ. ୱାର୍ଡର ନିଳାଦ୍ରୀ ବିହାର ଅଂଚଳରେ ଘଟିଛି ଅଭାବନୀୟ ଘଟଣା । ବର୍ଷା ପାଣି ନିଷ୍କାସନ ଅଭାବରୁ ଘରର କାନ୍ଥ ଭୂଷୁଡିବା ସହ ଡ଼୍ରେନର କ୍ଷତି ଘଟିଛି । ଘରେ କେହି ନ ଥିବା ସୂଚନା ମିଳିଛି । କୃତିମ ବନ୍ୟା ଜନିତ କ୍ଷୟକ୍ଷତି ଦେଖିବାକୁ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି କଟକ ମେୟର ସୁବାସ ସିଂ ।
Live Share Market