ପ୍ରତ୍ୟାହାର ହେଉ ଗଣଶିକ୍ଷା ବିଭାଗର ଗଣମାଧ୍ୟମ ବିରୋଧୀ ନିର୍ଦ୍ଦେଶନାମା: ଓୟୁଜେ

ଭୁବନେଶ୍ୱର, ୧୧/୦୭(ଦୀପ୍ତିମୟୀ ପଟ୍ଟନାୟକଙ୍କ ଠାରୁ): ସାମ୍ବାଦିକମାନଙ୍କୁ ବିଦ୍ୟାଳୟ ପରିସରରେ ପୁରାଇ ନ ଦେବା ଓ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବା ଲାଗି ବିଦ୍ୟାଳୟ o ଗଣଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ଦୃଢ ବିରୋଧ କରିଛି । ଏଭଳି ଅଗଣତାନ୍ତ୍ରିକ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିନେବା ୟୁନିଅନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରିଛି । ଓୟୁଜେ ପକ୍ଷରୁ ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ, ରାଜ୍ୟରେ ବିଦ୍ୟାଳୟମାନଙ୍କରେ ଚାଲିଥିବା ଅବ୍ୟବସ୍ଥା ଓ ଭିତ୍ତଭୂମିର ଅଭାବ ସମ୍ପର୍କରେ ଲଗାତାର ଭାବେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଉଛି । ଏଥିରେ ଅସହିଷ୍ଣୁ ହୋଇ ବିଭାଗୀୟ ଅଧିକାରୀ ଏଭଳି ନିର୍ଦ୍ଦେଶନାମା ଜ।ରି କରିଛନ୍ତି ଯାହାକି ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କ ପ୍ରତି ଚରମ ଅପମାନ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଣମାଧ୍ୟମ ପ୍ରତି ଏଭଳି କଟକଣା ଆଦୌ ସ୍ଫ୍ରୁହନୀୟ ନୁହେଁ । ରାଜ୍ୟ ବ୍ୟାପୀ ଓୟୁଜେ ଏହାର ଦୃଢ ପ୍ରତିବାଦ କରୁଥିବା ବେଳେ ୟୁନିଅନର ସଭାପତି ପ୍ରସନ୍ନ ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଏଭଳି ଗଣମାଧ୍ୟମ ବିରୋଧୀ ସର୍କୁଲାରକୁ ପ୍ରତ୍ୟାହାର କରିନେବା ଲାଗି ଦାବି ଜଣାଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close