ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ସହ ରାଲି

ମୟୁରଭଞ୍ଜ /ଠାକୁରମୁଣ୍ଡା ୧୩/୦୬( ଲକ୍ଷ୍ମି ନାରାୟଣ ରାଉତରାୟଙ୍କ ଠାରୁ) : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଳକର ସମସ୍ତ ବିଜେଡି କର୍ମୀମାନେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ଗୋଡଭଙ୍ଗା ଠାରୁ କରଞ୍ଜିଆ ପର୍ଯ୍ୟନ୍ତ ସ୍ୱାଗତ କରି ନେଇଯାଇଥିଲେ ।ଗୋଡଭଙ୍ଗାରୁ କରଞ୍ଜିଆ ମଧ୍ୟରେ ସମସ୍ତ ଛକମାନଙ୍କ ରେ ବିଜେଡ଼ି କର୍ମୀମାନେ ମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ । ଏହି ରାଲିଟି ଠାକୁରମୁଣ୍ଡା ବ୍ଲକ ରେ ସବୁଠୁ ବଡ ରାଲିଥିଲା ।ଏଥିରେ ଶହେରୁ ଅଧିକ ଚାରିଚକିଆ ଯାନ ଶୋଭାଯାତ୍ରାରେ ଯୋଗଦେଇଥିଲେ ।ଠାକୁରମୁଣ୍ଡା ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଏବଂ ଜିଲ୍ଲା ପରିଷଦ ମଧ୍ୟ ଉପସ୍ଥିତ ଥିଲେ ।ମୟୂରଭଂଜ ଜିଲ୍ଲା ର ଗର୍ବ ଗୈରବକୁ ବଞ୍ଚାଇ ରଖିଛନ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ।ଆଗରୁ ବିଜୁ ପଟ୍ଟନାୟକ ଙ୍କ ସମୟରେ ତାଙ୍କର ଶଶୁର ରଘୁନାଥ ହେମ୍ବ୍ରମ ମଧ୍ୟ ମନ୍ତ୍ରୀ ପଦବୀ ପାଇଥିଲେ । ଡିଜେ ସହ ଅଦୀବାସୀ ନୃତ୍ୟର ତାଳେତାଳେ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ।ଶେଷରେ ମା ବାସୁଳୀ ମନ୍ଦିରରେ ପୂଜାର୍ଚ୍ଚନା କରି କରଞ୍ଜିଆ ଅଭିମୁଖେ ଯାଇଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close