ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ

ଯାଜପୁର, ୦୬/୦୬(ନି ପ୍ର ): ବିଶ୍ୱ ପରିବେଶ ପ୍ରତି ଆମର ଦାୟିତ୍ୱ ଓ କର୍ତ୍ତବ୍ୟବୋଧ ସମ୍ବନ୍ଧରେ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଜୁନ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ କରା ଯାଇଥାଏ । ସମଗ୍ର ବ୍ରହ୍ମାଣ୍ଡରେ ପୃଥିବୀ ଏକମାତ୍ର ଜୀବନ ଉପଯୋଗୀ ଗ୍ରହ ହୋଇ ଥିବାରୁ ଏହାର ସୁରକ୍ଷା ଜରୁରୀ । ଏହି ମର୍ମରେ ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ରବିବାର ପୂର୍ବାହ୍ନରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ ଓ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ମଟରଙ୍ଗାପାଳ ସ୍ଥିତ ନୂତନ କୋର୍ଟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିବା ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ପରେ ବିରଜା ଆଇନ ମହାବିଦ୍ୟାଳୟ, ଯାଜପୁରର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନଲାଇନ୍ ମାଧ୍ୟମରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆଇନ ସେବା ପ୍ରାଧିକରଣର କାର୍ଯ୍ୟକାରୀ ସମ୍ପାଦିକା ଶ୍ରୀମତୀ ପୁନମ ଜେନା ଉଭୟ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଆଜିର ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଚାରପତି ପରିବାର ଅଦାଲତ ଶ୍ରୀମତୀ ମମିତା ଦାସ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀମତୀ ଜାନକୀ ବିଶ୍ୱାଳ, ବରିଷ୍ଠ ଦେଓାନି ଶ୍ରୀ ଦୁର୍ବାଶା ଦୁର୍ଗା, ବନ ବିଭାଗ ଅଧିକାରୀ ଦୁର୍ଯ୍ୟୋଧନ ବେଜ୍ ଓ ବିଭାଗର ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close