ବରିଷ୍ଠ ସମାଜସେବୀ ଓ ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକରେ ଶୋକ

ଯାଜପୁର,୦୭/୦୨(ସନ୍ଦୀପ୍ତ ରୟଙ୍କ ଠାରୁ): ଯାଜପୁର ଜିଲ୍ଲାର ପ୍ରତିଷ୍ଠିତ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁଙ୍କ ବଡ ଭାଇ ତଥା ବରିଷ୍ଠ ସମାଜସେବୀ ଓ ଧର୍ମପରାୟଣ ବ୍ୟକ୍ତି ବିନୋଦ ବିହାରୀ ସାହୁ(୯୦)ଙ୍କର ଆଜି ତାରାମଦନ ସ୍ଥିତ ବାସଭବନରେ ପରଲୋକ ଘଟିଛି । ସେ ଗତ କିଛି ଦିନ ଧରି ବାର୍ଦ୍ଧକ୍ୟ ରୋଗରେ ପିଡିତ ଥିଲେ । ସ୍ୱର୍ଗତ ବିନୋଦଙ୍କ ବିୟୋଗରେ ଯାଜପୁର ସହରରେ ଶୋକର ଛାୟା ଖେଳିଯାଇଛି । ସେ ଦୀର୍ଘଦିନ ଧରି ଟ୍ରେଜେରି ଅପିଂସରେ କାର୍ଯ୍ୟକରିଥିଲେ । ଏଥିସହିତ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିର ଟ୍ରଷ୍ଟର ଦୁଇ ଦୁଇ ଥର ସଦସ୍ୟ ଥିଲେ । ଏଥିସହିତ ତାରାମଦନ ଉଚ୍ଚ ବିଦ୍ୟାଳୟ ପରିଚାଳନା କମଟିର ସଦସ୍ୟ,ବିରଜା ସଂସ୍କୃତ ଟୋଲର ପରିଚାଳନା ସଦସ୍ୟ ଭଳି ଅନେକ ସଂଗଠନ ଓ ସାମାଜିକ ଅନୁଷ୍ଠାନ ସହିତ ଜଡିତ ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସାନ ଭାଇ, ଭାଇ ବୋହୁ, ପୁଅ, ବୋହୁ, ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇ ଯାଜପୁର ପୌରପାଳିକାର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ, ଯାଜପୁର ବିଧାୟକଙ୍କ ପ୍ରତିନିଧି ସତ୍ୟ ପ୍ରକାଶ ଦାସ ପ୍ରମୁଖ ପହଂଚି ଶୋକ ସନ୍ତପ ପରିବାରକୁ ଶାନ୍ତ୍ୱନା ଦେବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ବିଳମ୍ବିତ ରାତ୍ରୀ ରେ ବାରୁଣୀ ମହାଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close