ଆଦର୍ଶ ମେଧା ଅନ୍ଵେଷଣ ପ୍ରତିଯୋଗିତାରେ ଭାଗନେଲେ ୮୩ ସ୍କୁଲର ୧୨୩୧ ପ୍ରତିଯୋଗୀ

ଆନନ୍ଦପୁର ; ୦୫/୦୬ (ନି .ପ୍ର) : ଆଦର୍ଶ ସେବା ସଂଘ ପକ୍ଷରୁ ମେଧା ଅନ୍ୱେଷଣ ପ୍ରତିଯୋଗିତା ଉତ୍ସାହର ସହିତ ଆୟୋଜିତ ହୋଇଯାଇଛି। ହୋଟେଲ୍ ଗାୟତ୍ରୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮୩ଟି ବିଦ୍ୟାଳୟରୁ ୧୨୩୧ ପ୍ରତିଯୋଗୀ ସାମିଲ ହୋଇଥିଲେ। ପ୍ରଥମ ଶ୍ରେଣୀରୁ ୧୦ମ ଶ୍ରେଣୀ ମଧ୍ୟରେ ବିଭାଗରେ ମାନସାଙ୍କ, ସାଧାରଣଜ୍ଞାନ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ହୋଇଥିଲା। ସଂଘ ସଭାପତି ଯଜ୍ଞ ପ୍ରସାଦଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉପ ସଭାପତି ଧବଳେଶ୍ଵର ସାହୁ, ଶୈଳ ରଞ୍ଜନ ସାହୁ, ସୌମ୍ୟରଞ୍ଜନ ସାହୁ, ମାନସ ସାହୁ, ଶାଶ୍ଵତ ରଞ୍ଜନ ସାହୁ, ବିଶ୍ଵନାଥ ସ୍ୱାଇଁ, ବଳରାମ ସାହୁ, ଦାମୋଦର ସାହୁ, ଦେବେନ୍ଦ୍ର ରାଉଳ, ଦେବେନ୍ଦ୍ର ବେହେରା, ସିପୁନ ସାହୁ, ଶିବ ସିଂ, ବିଜୟ ବେହେରା, ଅଜୟ ବେହେରା, ପ୍ରମୁଖ ପରିଚାଳନା କରିଥିଲେ। ସମସ୍ତ କୃତି ପ୍ରତିଯୋଗୀଙ୍କୁ ଜୁନ ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଆଦର୍ଶ ରଜ ଉତ୍ସବ ସମାରୋହରେ ପୁରସ୍କୃତ କରାଯିବ ବୋଲି ଶ୍ରୀ ପ୍ରସାଦ ସୂଚନା ଦେଇଛନ୍ତି। ସେହିପରି ପ୍ରତିଦିନ ରଜ ସନ୍ଧ୍ୟାରେ ପିଠା, ପୁଚି, ଶଙ୍ଖ ନାଦ, ହୁଳହୁଳି, ମିଉଜିକ୍ ଚେୟାର, ଦଉଡ଼ି ଡ଼ିଆଁ ଆଦି ପ୍ରତିଯୋଗିତା ହେବ ବୋଲି ଯଜ୍ଞ ପ୍ରସାଦ କହିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close