ରାଜୁ ଶ୍ରୀବାସ୍ତବଙ୍କ ପରଲୋକରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା

ମୁମ୍ବାଇ; ୨୨/୦୯(ବ୍ୟୁରୋ) : ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ୫୮ ବର୍ଷ ବୟସ​‌ରେ ପରଲୋକ ହୋଇଛି । ଦିଲ୍ଲୀ ଏମ୍‌ସରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏପରି ସମୟରେ ତାଙ୍କୁ ଭଲପାଉଥିବା ବଲିଉଡର କଳାକର ଓ ତାଙ୍କ ଫ୍ୟାନ୍ସ ମାନେ ରାଜୁଙ୍କୁ ମନେ ପାକାଉଛନ୍ତି । ଅଗଷ୍ଟ ୧୦ ତାରିଖରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା।ସମସ୍ତଙ୍କ ଆଶା ଓ ଭରସା ମଧ୍ୟ ଥିଲା ଯେ ରାଜୁ ଶ୍ରୀବାସ୍ତବଙ୍କ ହୋସ୍‌ ଫେରିବ ଓ ପୁଣିଥରେ ସେ ଲୋକଙ୍କୁ ତାଙ୍କ କମେଡି ମାଧ୍ୟମରେ ହସାଇବେ। ହେଲେ ଏବେ ତାଙ୍କ ବିୟୋଗ ଖବର ସମସ୍ତଙ୍କୁ ଏକ ପ୍ରକାର ସ୍ତବ୍ଧ କରି ଦେଇଛି। ରାଜୁ ଶ୍ରୀବାସ୍ତବଙ୍କ ପରଲୋକରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ଦେହାନ୍ତ ଖବର ଶୁଣି ଫ୍ୟାନ୍ସଙ୍କଠୁ ଆରମ୍ଭ କରି ସମସ୍ତଙ୍କୁ ଏକ ପ୍ରକାର ଝଟ୍‌କା ଲାଗିଛି। ଷ୍ଟାଣ୍ଡ୍‌ ଅପ୍ କମେଡିଆନ୍ ଭାବେ ରାଜୁ ଶ୍ରୀବାସ୍ତବ ବେଶ୍ ପରିଚିତ ଥିଲେ। ଟିଭି ଇଣ୍ଡଷ୍ଟ୍ରିରେ ଜଣାଶୁଣା ଚେହେରା ହେଉଛନ୍ତି ରାଜୁ…
ରାଜୁ ଶ୍ରୀବାସ୍ତବ ଟିଭିରେ ଅନେକ ପପୁଲାର୍‌ ଶୋ’ରେ ଭାଗ ନେଇଥିଲେ। କମେଡି ମାଧ୍ୟମରେ ସେ ସବୁବେଳେ ଦର୍ଶକଙ୍କୁ ହସାଉଥିବା ଦେଖିବାକୁ ମିଳିଥିଲା। ‘ବିଗ୍‌ ବସ୍‌’, ‘ଶକ୍ତିମାନ୍‌’, ‘ଦ ଗ୍ରେଟ ଇଣ୍ଡିଆନ୍‌ ଲାଫ୍ଟର୍‌ ଚ୍ୟାଲେଞ୍ଜ’, ‘କମେଡି ସର୍କସ୍‌’ ଓ ‘ଦ କପିଲ ଶର୍ମା’ ଶୋ’ରେ ରାଜୁ ଶ୍ରୀବାସ୍ତବଙ୍କୁ ଦେଖିବାକୁ ମିଳିଥିଲା। ସେ ସମସ୍ତଙ୍କ ହୃଦୟରେ ସଦା ରହିଥିବେ। ତାଙ୍କର ବିୟୋଗ ସିନେ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି। “ଉଦୟବଟ ” ଓ ଉଦୟବଟ ଇ-ନ୍ୟୁଜ ପରିବାର ତରଫରୁ ତାଙ୍କର ଅମର ଆତ୍ମାର ସଦଗତି ପ୍ରଦାନ ନିମନ୍ତେ ତାଙ୍କ ପରିବାର, ପରିଜନ ମାନଙ୍କୁ ଏହି ଦୁଃଖକୁ ସହିବାର ସାମର୍ଥ୍ୟ ପ୍ରଦାନ କରିବା ପାଇଁ ପରମେଶ୍ୱରଙ୍କୁ ପ୍ରାର୍ଥନା କରାଯାଇଛି।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close