ଧବଳଗିରି ବାଣିଜ୍ୟକର କାର୍ଯ୍ୟାଳୟ ହତାରେ ବିଶ୍ୱ ପରିବେଶ ଦିବସ ପାଳିତ ଓ ବୃକ୍ଷରୋପଣ

ବ୍ୟାସନଗର, ୧୩/୦୬(ଉ. ନ୍ୟୁଜ୍ ବ୍ୟୁରୋ): ୫୧ତମ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ସ୍ଥାନୀୟ ଧବଳଗିରିସ୍ଥିତ ବାଣିଜ୍ୟକର (ଜିଏସଟି) କାର୍ଯ୍ୟାଳୟରେ ବୃକ୍ଷରୋପଣ କରାଯାଇଛି । ଗତ ଜୁନ ୦୧ ତାରିଖରୁ କନିଷ୍ଠ ସହାୟକମାନଙ୍କର ପ୍ରାଥମିକ ବେତନ ଯୋଗ୍ୟତା ଆଧାରରେ ୭ମ ବେତନ କମିଶନ ଅନୁଯାୟୀ ‘ଲେଭେଲ୍‌-୯; ଗ୍ରେଡ଼ ପେ-୪୨୦୦’ ଅନୁଯାୟୀ କରିବା ପାଇଁ ଦାବୀ କରି ଯାଜପୁର ଜିଲ୍ଲା ଅମଲା ମଂଚଙ୍କ ଆହ୍ୱାନକ୍ରମମେ କଲମଛାଡ଼ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଚଳାଇଆସୁଛନ୍ତି । ହେଲେ ଏଠାରେ ସାମାଜିକ କାର୍ଯ୍ୟକ୍ରମକୁ ବାଦ୍ ଦିଆଯାଇନାହିଁ । ସେମାନେ ଏଠାରେ ବୃକ୍ଷରୋପଣ କରିଛନ୍ତି । ଗତ ଜୁନ ୦୨ ତାରିଖରେ ବାଲେଶ୍ୱର ଜିଲ୍ଲା ବାହାନଗା ତ୍ରିକୋଣୀୟ ଭୟଙ୍କର ରେଳ ଦୁର୍ଘଟଣାରେ ପ୍ରାଣବଳୀ ଦେଇଥିବା ଯାତ୍ରୀମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ଆହତମାନଙ୍କ ସୁସ୍ଥତା ପାଇଁ ମହାପ୍ରଭୂ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜିଏସଟି ବିଭାଗର ବରିଷ୍ଠ ପଦାଧିକାରୀ ଅତୂଲ କୁମାର ଜେନା ଅଂଶଗ୍ରହଣ କରିଥିଲେ । ବାଣିଜ୍ୟକର କାର୍ଯ୍ୟାଳୟରେ ଧାରଣାରତ ସହାୟକମାନଙ୍କର ଏପରି କାର୍ଯ୍ୟକୁ ଜନସାଧାରଣରେ ପ୍ରଂଶସା କରାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close