ତାଳପଦା ପଂଚାୟତରେ ଓଡିଏମ ର ସଦସ୍ୟଙ୍କର ଏକାଗ୍ରତା ବୈଠକ

ମୟୁରଭଞ୍ଜ ; ୩୦/୦୫(ଲକ୍ଷ୍ମି ନାରାୟଣ ରାଉତରାୟଙ୍କ ଠାରୁ) : ମୟୂରଭଞ୍ଜ ଜିଲ୍ଲା,ଠାକୁରମୁଣ୍ଡା ବ୍ଳକର ତାଳପଦା ପଂଚାୟତରେ ଓଡିଶା ଡ୍ରାଇଭର ମହାସଂଘ ର ସଦସ୍ୟଙ୍କ ତରଫରୁ ଏକ ଏକାଗ୍ରତା ବୈଠକ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବରେ ଠାକୁରମୁଣ୍ଡା ଡ୍ରାଇଭର ମହାସଂଘ ତରଫରୁ ସଭାପତି ବିଶିକେସନ ମହାନ୍ତ,ଉପସଭାପତି ମଣ୍ଟୁ ମହାନ୍ତ, ସଂପାଦକ ତରଣି ମହାନ୍ତ ଓ କୋଷାଦକ୍ଷ ଲୋକନାଥ ସେଠୀ ଅଂସଗ୍ରହଣକରିଥିଲେ ।ଏହାକୁ ତାଳପଦା ଗ୍ରାମ ପଞ୍ଚାୟତର ଆଡମିନ ତପୋବଂନ୍ତ ବାରିକ ପରିଚାଳନା କରିଥିଲେ ।ବୈଠକ ର ମୁଖ୍ୟ ଉଦ୍ଧେଶ୍ୟ ଥିଲା ମହାସଂଘ କୁ କିଭଳି ଭାବରେ ପରିଚାଳନା କରିବା ଓ ସରକାରଙ୍କ ନିୟମ ଅନୁସାରେ ଗାଡି ଚଲାଇବା ।ତାଳପଦା ଜି ପି ର ସମସ୍ଥ ସଦସ୍ୟଙ୍କ ତରଫରୁ ପ୍ରତିଜ୍ଞା କଲେକି ଗାଡି ଚଲାଇବା ସମୟରେ ମଦ୍ୟପାନ କରିବେ ନାହିଁ କି ଲୋକମାନଙ୍କର ସେବାକରିବା ସହିତ ମହାସଂଘ ର ସଦସ୍ୟମାନଙ୍କର ମଧ୍ୟ ସେବା କରିବା ।ଓଡିଶା ଡ୍ରାଇଭର ମହାସଂଘ ଏବେ ରାଜ୍ୟ ସ୍ଥରରୁ ଗ୍ରାମ ସ୍ଥର ପର୍ଯ୍ୟନ୍ତ କୈଣସି ଡ୍ରାଇଭର ଭାଇମାନଙ୍କୁ ହଇରାଣହେବାକୁ ଦେବା ନାହିଁ ।ନିଜ ନିଜ ମଧ୍ୟରେ ଭାଈଚାରାକୁ ବଞ୍ଚାଇ ରଖିବା ।ଲାଇସେନ୍ସ ଥିବା ସମସ୍ତ ଭାଈମାନଙ୍କୁ ଆଣି ମହାସଂଘ ରେ ମିସାଇବା ।ଡ୍ରାଇଭର ଭାଈମାନଙ୍କ ସୁବିଧା ଅସୁବିଧା ସମୟରେ ତାଙ୍କ ପାଖରେ ଠିଆହେବା ।ସରକାରଙ୍କ ତରଫରୁ ମିଳୁଥିବା ସୁବିଧା ଗୁଡିକର କିଭଳି ଭାବରେ ଲାଭବାନ ହୋଇପାରିବା ସେ ସମ୍ବଧରେ ଠାକୁରମୁଣ୍ଡା ଡ୍ରାଇଭର ମହାସଂଘ ତରଫରୁ ଆସିଥିବା ଅତିଥିମାନେ ସଦସ୍ୟ ମାନଙ୍କୁ ଜଣାଇଥିଲେ ।ଅନ୍ୟାନ୍ୟ ନୀତିନୀୟମ ବାବଦରେ ସେହି ବୈଠକରେ ଆଲୋଚନା କରାଯାଇଥିଲା ।ଶେଷରେ ତାଳପଦା ପଂଚାୟତର ଆଡମିନ ତପନ କୁମାର ସେଠୀ  ଧନ୍ୟବାଦ ଅର୍ପଣ ସହ ସଭା ସାଙ୍ଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close