ବିଶ୍ବ ୠତୁସାବ ସ୍ବଚ୍ଛତା ଦିବସ ପାଳିତ

ଯାଜପୁର,୨୮/୦୫(ନି ପ୍ର ) : ପ୍ରତ୍ଯେକ ବର୍ଷ ୨୮ ମେ ରେ ବିଶ୍ବରେ ୠତୁସ୍ରାବ ସ୍ବଚ୍ଛତା ଦିବସ ପାଳନ କରା ଯାଇଥାଏ । ପ୍ରାୟତଃ ୧୩ ବର୍ଷର ବାଳିକା ଠାରୁ ଆରମ୍ଭ କରି ୫୦ ବର୍ଷରୁ ଉର୍ଦ୍ଧ ମହିଳାମାନେ ମାସିକ ଧର୍ମ ବା ୠତୁସ୍ରାବ ସହିତ ଜଡିତ ଥାଆନ୍ତି । ଏହି ସମୟରେ ନିଜ ଶରୀରର ଯତ୍ନ ନେବା ସହ ସଫାସୁତୁରା ରହିବା ଅତ୍ଯନ୍ତ ଜରୁରୀ ଅଟେ ।ଆଜି ବି ଆମ ଦେଶରେ ଗାଆଁ ରୁ ସହର ପର୍ଯ୍ୟନ୍ତ ଅନେକ ବାଳିକା ବା ମହିଳା ରହିଛନ୍ତି ଯେଉଁମାନଙ୍କୁ ମାସିକ ଧର୍ମ ସମ୍ବନ୍ଧିୟ ବିଷୟରେ ସମ୍ପୁର୍ଣ୍ଣ ଜ୍ଞାନର ଅଭାବ ରହିଛି ।ଏଣୁ ସେମାନଙ୍କୁ ୠତୁସ୍ରାବ ସମ୍ବନ୍ଧରେ ସଚେତନ କରିବା ସହ ସ୍ବଚ୍ଛତା ଉପରେ ଧ୍ୟାନ ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରା ଯାଉଛି । ଏହି ମର୍ମରେ ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ପରିସରରୁ “ବିଶ୍ବ ୠତୁସ୍ରାବ ସ୍ବତ୍ସତା ଦିବସ” ଉପଲକ୍ଷେ ଏକ ସଚେତନତା ରାଲି ବାହାର କରାଯାଇ ଥିଲା ।ଏହାକୁ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ତଥା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ସୁବାଶିଷ ମହାରଣା ,ଡିପିଏଚସିଓ ରୁକ୍ମିଣୀ ବେହେରା ଓ ଅନ୍ୟାନ୍ୟ ଅଧିକାରୀମାନେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ବିରଜା ନର୍ସିଂ ସ୍କୁଲର ଛାତ୍ରୀ, ଏଏନଏମ ଓ ଆଶା କର୍ମୀମାନେ ସାମିଲ ହୋଇଥିଲେ । ମାସିକ ୠତୁସ୍ରାବ ସମୟରେ ପ୍ୟାଡ ବା ଶୁଖିଲା ପରିସ୍କାର କପଡା ବ୍ୟବହାର କରିବା,ପ୍ରତି ୪ ଘଣ୍ଟାରୁ ୬ ଘଣ୍ଟା ଭିତରେ କପଡା ବଦଳାଇବା, ଏହି ଦିନ ମାନଙ୍କରେ ପରିସ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବା ଏବଂ ସବୁଜ ପନିପରିବା ଓ ଆଇରନ ବଟିକା ଖାଇବା ଭଳି ସଚେତନତାର ବାର୍ତ୍ତା ମହିଳାମାନଙ୍କୁ ଦିଆ ଯାଇଥିଲା । ପରେ ପରେ ଏହି ଦିବସ ଉପଲକ୍ଷେ ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ ଗୃହରେ ଏକ ସଭାର ଆୟୋଜନ କରା ଯାଇଥିଲା ।ଏଥିରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା. ସୁବାଶିଷ ମହାରଣା ଅଧ୍ୟକ୍ଷତା କରି ଏହି ଦିବସର ଆଭିମୁଖ୍ୟ ଓ ସଚେତନତା ଉପରେ ଆଲୋକ ପାତ କରିଥିଲେ ।ସ୍ତ୍ରୀ ଓ ପ୍ରସୁତି ବିଭାଗ ଚିକିତ୍ସାଧିକାରୀ ଡା. ନିରଞ୍ଜନ ପତି ୠତୁସ୍ରାବ କାଳିନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ପୂର୍ବକ ଜନ ସଚେତନତା ଦିଗରେ ସମସ୍ତ ଚିକିତ୍ସାଳୟ କର୍ମଚାରୀ, ଆଶା ଓ ଏଏନଏମ ମାନେ ଯତ୍ନବାନ ହେବା ଆବଶ୍ଯକ ବୋଲି ମତବ୍ୟକ୍ତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭାଗୀୟ ମୁଖ୍ୟ, କର୍ମଚାରୀ ଓ ପଦାଧିକାରୀମାନେ ଯୋଗ ଦେଇଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close