
‘କ୍ରୋମନଗର ବିଦ୍ୟାପୀଠ’ର ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ବ୍ୟାସନଗର,୨୭/୦୫(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସନଗର ପୈାରାଂଚଳର ଫେରୋକ୍ରୋମ କାରଖାନା ମେନ ଗେଟ୍ ନିକଟରେ ଥିବା କ୍ରୋମନଗର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓଙ୍କ ଅବସର ପରେ ତାଙ୍କ ସମ୍ମାନର୍ଥେ ଏକ ବିଦାୟକାଳୀନ ତଥା ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ସଭାଗୃହରେ ଆଜି ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । କ୍ରୋମନଗର ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମୋହନ ଚରଣ ଓଝାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଓ ମୁଖ୍ୟ ଅତିଥି ଥିଲେ ଶ୍ରୀଯୁକ୍ତ ଦେଓ । ଏଥିରେ ସମ୍ମାନିତ ଅତିଥି ଭାବେ ‘ଇଫ୍କାଲ’ କାରଖାନାର ଜି.ଏମ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଶ୍ମିରଂଜନ ବିଶ୍ୱାଳ, ପୂର୍ବତନ ବରିଷ୍ଠ ଶିକ୍ଷକ ରବୀନ୍ଦ୍ରନାଥ ବିଶ୍ୱାଳ, ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭାପତି ପ୍ରେମାନନ୍ଦ ଓଝା ପ୍ରମୁଖ ମଂଚାସୀନ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଛାତ୍ରବତ୍ସଳ ଓ ଜନପ୍ରିୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦେଓଙ୍କୁ ସମ୍ମାନ ଜଣାଇବା ପାଇଁ ଶହ ଶହ ସଂଖ୍ୟାରେ ପୁରାତନ ଛାତ୍ର, ଅବିଭାବକ, ସ୍ଥାନୀୟ ଅଂଚଳର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ପ୍ରଧାନ ଶିକ୍ଷକ, ବରିଷ୍ଠ ଶିକ୍ଷକ ଓ କର୍ମଚାରୀ ପ୍ରମୁଖ ଆଦି ବିଦ୍ୟାଳୟରେ ଆସି ପହଂଚିଥିଲେ ।
ସୂଚନାଯୋଗ୍ୟ, ଦୀର୍ଘ ୩୬ ବର୍ଷ ଧରି ଏହି ବିଦ୍ୟାଳୟରେ ଶିକ୍ଷାଦାନ ଦେଇଆସୁଥିବା ପ୍ରଧାନ ଶିକ୍ଷକଙ୍କ ଅବସର ପରେ ଏହି ଅଂଚଳରେ ଶିକ୍ଷାର କର୍ଣ୍ଣଧାର ପାଲିଟିଥିବା ଶ୍ରୀ ଦେଓଙ୍କୁ ଅତିଥି ଓ ଉପସ୍ଥିତ ବ୍ୟକ୍ତିମାନେ ଏକାଧାରାରେ ଜଣେ ସଫଳ, ଦକ୍ଷ ଶିକ୍ଷକ, ଉନ୍ନତ ପ୍ରଶାସନିକ କ୍ଷମତା ସଂପନ୍ନ ପ୍ରଧାନ ଶିକ୍ଷକ, ଜ୍ଞାନି ଗୁଣୀ, ଛାତ୍ରବତ୍ସଳ, ଅନୁଷ୍ଠାନ ପ୍ରେମୀ ଆଦି ଭାବେ ଅଭିହିତ କରି ସେମାନଙ୍କର ଶ୍ରେଷ୍ଠ ସମ୍ମାନ ଜଣାଇବା ସହ ତାଙ୍କର ଅବସରକାଳୀନ ଜୀବନ ସୁଖମୟ ଓ ନିରାମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ଏହି ସଭାରେ କେରାଇ ବ୍ଲ୍୍କ ବିଜ୍ଞାନ ଶିକ୍ଷକ ସଂଘର ସଂପାଦକ ସୁଶାନ୍ତ କୁମାର ଜେନା, ପ୍ରଧାନ ଶିକ୍ଷୟତ୍ରୀ ଯୁଗପ୍ରଭା ସାବତ, ଧବଳଗିରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରିୟବ୍ରତ ଦାସ, ମହାବୀର ଉଚ୍ଚ ବିଦ୍ୟାଳୟ, ଦଳାର ପ୍ରଧାନ ଶିକ୍ଷକ ଅରୁଣ କୁମାର ପରିଡ଼ା, ତୁଳତୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଲକ୍ଷ୍ମୀଧର ରାଉତ, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ସଂଜୀବ କୁମାର ଜେନା, ପୁରାତନ ଛାତ୍ର ଶୁଭେନ୍ଦୁ କୁମାର କରଣ, ଗୟାଧର ବିଶ୍ୱାଳ, ଆନନ୍ଦ ନାଥଶର୍ମା, କାଉନସିଲର ବିଜୟ କୁମାର ଜେନା, ପ୍ରକାଶ କୁମାର ମଲ୍ଲିକ, ସାପଗଡିଆ କ୍ଲଷ୍ଟରର ସିଆରସିସି ମମତା ପୃଷ୍ଟି, କ୍ରୋମନଗର ବିଦ୍ୟାପୀଠର ସଂଜୟ କୁମାର ଦାସ, ମାନସ କୁମାର ସାମଲ, ସୋମନାଥ ସାହୁ, ନନ୍ଦିନୀ ମହାନ୍ତି, ବିଜୟ କୁମାର ବେହେରା ପ୍ରମୁଖ ଯୋଗ ଦେଇ ଶ୍ରୀ ଦେଓଙ୍କ ବହୁବିଧ ପ୍ରତିଭାର ଅବତାରଣା କରିଥିଲେ । ଶେଷରେ ଶିକ୍ଷକ ଭବାନୀ ଶଙ୍କର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।