ନୂଆ ପିସିସି ସଭାପତି ଭାବେ ଶରତ ପଟ୍ଟନାୟକଙ୍କ ନାମ ଘୋଷିତ

ଭୁବନେଶ୍ୱର; ୨୪/୦୫ ( ଜ୍ୟୋତି ରଞ୍ଜନଙ୍କ ଠାରୁ) : ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତିଙ୍କ ନାମ ଘୋଷଣା କରାଯାଇଛି । ପିସିସି ପରିବର୍ତ୍ତନ ନେଇ ଦୀର୍ଘ ଦିନ ହେବ ଦିଲ୍ଲୀରେ ମାନସ ମନ୍ଥନ ଚାଲିଥିଲା। ନିକଟରେ ଅନେକ କଂଗ୍ରେସ ନେତା ଦିଲ୍ଲୀର ଶୀର୍ଷ ନେତାଙ୍କୁ ଭେଟିଥିଲେ। ଏହି ସମୟରେ କିନ୍ତୁ କିଛି ନେତା ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି କରାନଯାଉ ବୋଲି ଦାବି କରିଥିଲେ ବୋଲି ସୂଚନା ରହିଥିଲା। କିନ୍ତୁ ଶେଷରେ କଂଗ୍ରେସ ଶରତ ପଟ୍ଟନାୟକଙ୍କୁ କମାଣ ଦେଇଛି। ନୂଆ ପିସିସି ସଭାପତି ଚୟନ ନେଇ ଏଆଇସିସି ପକ୍ଷରୁ ଏକ ପ୍ରେସ୍ ରିଲିଜ୍ କରାଯାଇଛି । ପିସିସି ସଭାପତି ପଦ ପାଇଁ ରାଜ୍ୟର ଏକାଧିକ ନେତାଙ୍କ ନାମ ରେସରେ ରହିଥିଲା । ମାତ୍ର ଶେଷରେ ଶରତଙ୍କ ମୁଣ୍ଡରେ ହାଇକମାଣ୍ଡ ସୁନାକଳସ ଢାଳିଛନ୍ତି । ଶରତଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସ ଆଗକୁ ବଢ଼ିବ ବୋଲି ଆଶା କରାଯାଉଛି ।ଶରତ ପଟ୍ଟନାୟକ ପୂର୍ବରୁ 2000ରୁ 2004 ପର୍ଯ୍ୟନ୍ତ ପିସିସି ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ। ପଶ୍ଚିମ ଓଡ଼ିଶାର ଏହି ନେତା ବଲାଙ୍ଗୀରରୁ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜୟ ବରଣ କରିଥିଲା । ଏହାପରେ ଉକ୍ତ ପାଞ୍ଚଟି ରାଜ୍ୟର ପିସିସି ମୁଖିଆଙ୍କୁ ଇସ୍ତଫା ପାଇଁ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଥିଲେ । ସେ ସମୟରେ ଓଡ଼ିଶା ପିସିସି ଦାୟିତ୍ୱରେ ଥିବା ନିରଞ୍ଜନ ପଟ୍ଟନାୟକଙ୍କ ଆଖକୁ ଏଆଇସିସି ପକ୍ଷରୁ ଏକ ଚିଠି ଆସିଥିଲା । ଉକ୍ତ ଚିଠି ପରେ ପିସିସି ପରିବର୍ତ୍ତନ ନେଇ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହାପରେ ରାଜ୍ୟର ବହୁ ବିଧାୟକ ଦିଲ୍ଲୀ ଗସ୍ତ କରି ହାଇକମାଣ୍ଡଙ୍କ ସହିତ ପିସିସି ଚୟନ ନେଇ ଆଲୋଚନା କରିଥିଲେ ।ତେବେ ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ଶରତ, ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ କୃତଜ୍ଞତା ଜଣାଇଛନ୍ତି । ମିଳିମିଶି କଂଗ୍ରେସ ସଂଗଠନକୁ ମଜବୁତ କରିବା ସହ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବେ ବୋଲି ଶରତ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close