
ସାପଗଡିଆରେ ବ୍ୟାସନଗର ପୈାର ପରିଷଦ ପକ୍ଷରୁ “ଜାଗା ସଂର୍ପକ” କାର୍ଯ୍ୟକ୍ରମ
ବ୍ୟାସନଗର, ୨୩/୦୫ (ଉ. ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ପୈାର ପରିଷଦ ତରଫରୁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ୫-ଟି ଯୋଜନାର ଅର୍ନ୍ତଗତ ବସ୍ତିବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ ‘ଜାଗା ସଂର୍ପକ’ କାର୍ଯ୍ୟକ୍ରମ ଆଜି ସୋମବାର ପୂର୍ବାହ୍ନରେ ସ୍ଥାନୀୟ ୧୭ ନଂ. ୱାର୍ଡ଼ର ପରିଚୟ କେନ୍ଦ୍ର ନିକଟରେ ଅନୁଷ୍ଠିତ ହୋଇଯାଇଛି । ପୈାର ପରିଷଦର ୦୨ନଂ ଓ ୧୭ନଂ. ୱାର୍ଡର ୦୩ଟି ବସ୍ତି ଯଥା- ୧) ସାପଗଡିଆ ହରିଜନ ସାହି, ୨) ପନାସିଆ ଆଦିବାସୀ ସାହି ଏବଂ ୩) ବାଙ୍କି ସାହିର ବସ୍ତିବାସିନ୍ଦାଙ୍କ ଜମି ଅଧିକାର ନିମନ୍ତେ ଜାଗା ମିଶନ ଯୋଜନାରେ ଅର୍ନ୍ତଭୁକ୍ତ ପରିବାରର ଶହ ଶହ ହିତାଧିକାରୀ ଏଥିରେ ଯୋଗ ଦେଇଥିଲେ । ବ୍ୟାସନଗର ପୈାର ପରିଷଦର ସବୁଠୁ ବଡ ବସ୍ତି ଭାବେ ପରିଚିତ ପନାସିଆ ଆଦିବାସୀ ବସ୍ତିଟି ୧୭ନଂ. ୱାର୍ଡର ମଣିଛକ ଆରମ୍ଭ ହୋଇ ୦୨ନଂ. ୱାର୍ଡର ପନାସିଆ ଠାରେ ଶେଷ ହୋଇଛି । ଏଥିରେ ବହୁ ଶ୍ରମିକ, ମେହନତୀ, ଗରୀବ, ଖଟିଖିଆ, ସ୍ୱଳ୍ପ ରୋଜଗାରିଆ ଲୋକେ ବସବାସ କରୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୁପାୟନ ପାଇଁ ପୈାର ପରିଷଦ ତତ୍ପରତା ପ୍ରକାଶ କରିଆସୁଛି । ସଦ୍ୟ ଗଠିତ ହୋଇଥିବା ପୈାର ପରିଷଦର ନିର୍ବାଚିତ କାଉନସିଲର, ଉପ-ନଗରପାଳ, ନଗରପାଳ ପ୍ରମୁଖ ବସ୍ତିବାସିନ୍ଦାଙ୍କ ବହୁବିଧ ଉନ୍ନତି ପାଇଁ ମଧ୍ୟ ଆଗଭର ଥିବାର ପରିଲକ୍ଷିତ ହୋଇଛି । ଆଜି ପୈାର ପରିଷଦର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ପରାମର୍ଶ କ୍ରମେ ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମରେ ପନାସିଆ ଆଦିବାସୀ ସାହି ବସ୍ତି କମିଟିର ସଭାନେତ୍ରୀ ବିଦ୍ୟୁତ୍ପ୍ରଭା ରାୟ ଅଧ୍ୟକ୍ଷତା କରିଥିଲେ । ଏଥିରେ ଉପ-ନଗରପାଳ ସୁବାସ ଚନ୍ଦ୍ର ବଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ କାଉନସିଲର ତଥା ଯୁବ ନେତା ଅନୂପ କୁମାର ନାୟକ, ୧୭ ନଂ. ୱାର୍ଡ଼ର କାଉନସିଲର ଅନ୍ନପୂର୍ଣ୍ଣା ତରାଇ, ୦୨ ନଂ. ୱାର୍ଡ଼ର କାଉନସିଲର କୁନି ହାଂସଦା ପ୍ରମୁଖ ଯୋଗ ଦେଇଥିଲେ । ଶ୍ରୀ ବଳ ଓ ଶ୍ରୀ ନାୟକ ବସ୍ତି ବାସିନ୍ଦା ସୁବିଧା ପାଇଁ କାର୍ଯ୍ୟ ଚାଲୁ ରହିବ ବୋଲି କହିଥିଲେ । ଏଥିରେ ୦୩ ବସ୍ତି କମିଟିର ସଭାପତି ଓ ସଂପାଦକ ଜ୍ୟୋତ୍ସାରାଣୀ ଦତ, ଲକ୍ଷ୍ମୀ ନାରାୟଣ ଅଗ୍ରୱାଲା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପୈାର ପରିଷଦ ତରଫରୁ ପ୍ରଜ୍ଞା ପରମିତା ଚକ୍ରବର୍ତୀ, ଶଶିକାନ୍ତ ଘଡେଇ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ ।