ଠାକୁରମୁଣ୍ଡା ପଞ୍ଚାୟତର ତୃତୀୟ ବୈଠକ ଅନୁଷ୍ଠିତ

ମୟୁରଭଞ୍ଜ ; ୧୯/୦୫ (ଲକ୍ଷ୍ମି ନାରାୟଣ ରାଉତରାୟ ଙ୍କ ଠାରୁ) : ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ପଞ୍ଚାୟତ ସମିତି ଠାରେ ତୃତୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ କରଞ୍ଜିଆ ବିଧାୟୀକା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ,ବ୍ଲକ ଅଧିକାରୀ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଟୁଡୁ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରୋଜିନି ମୁଣ୍ଡା,ଉପ-ଅଧ୍ୟକ୍ଷ ଶ୍ରୀଯୁକ୍ତ ସନ୍ତୋଷ ମହାନ୍ତ,୧୮ନଂ ଜୋନ୍ ର ଜିଲ୍ଲା ପରିଷଦ ଶ୍ରୀମତୀ ପୂର୍ଣ୍ଣିମା ବାଗସିଂ,୧୯ନଂ ଜୋନ୍ ର ଜିଲ୍ଲା ପରିଷଦ ପ୍ରହ୍ଲାଦ ମଢେଇ ଓ ବ୍ଲକର ଅନ୍ୟାନ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ ।ଠାକୁରମୁଣ୍ଡା ବ୍ଲକର ସମସ୍ତ ପଞ୍ଚାୟତର ଉନ୍ନତ ମୂଳକ କାର୍ଯ୍ୟ କରିବା ସମ୍ବଦ୍ଧେ ବୈଠକ କରାଯାଇଥିଲା । ଯଥା-:ସ୍ୱାସ୍ଥ୍ୟ/ପଶୁ ସଂପଦ,ଶିକ୍ଷା,ପାନୀୟ ଜଳ ଯୋଗାଣ,ସାଧାରଣ ବଣ୍ଟନ ବ୍ୟବସ୍ଥା,ଶିଶୁ ବିକାଶ ଯୋଜନା,ଭତ୍ତା ବଣ୍ଟନ ବ୍ୟବସ୍ଥା,ବିଦ୍ୟୁତ୍ ଯୋଗାଣ,ସମସ୍ତ ଚାଷ ସମ୍ବଦ୍ଧେ,ଗ୍ରାମ ଉନ୍ନୟନ ବିଭାଗ,ଉଠା ଜଳସେଚନ ବା କ୍ଷୁଦ୍ର ଜଳସେଚନ,ମହାତ୍ମାଗାନ୍ଧୀ ଜାତିୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା,ଓଡିଶା ଜୀବିକା ମିଶନ,ଜଙ୍ଗଲ ଓ ପରିବେଶ ଇତ୍ୟାଦି ଉନ୍ନୟନ ସମ୍ବଦ୍ଧରେ ଆଲୋଚନା କରାଯାଇଥିଲା ।ସମସ୍ଥ ପଞ୍ଚାୟତର ସରପଞ୍ଚ ଓ ସଭ୍ୟ/ସଭ୍ୟା ମାନେ ନିଜନିଜ ପଞ୍ଚାୟତର ଅସୁବିଧା ଗୁଡିକ ବି.ଡି.ଓ. ଏବଂ ବ୍ଲକର ସମସ୍ତ ସରକାରୀ ଅଧିକାରୀମାନଙ୍କୁ ଜଣାଇଥିଲେ ।ସେ ଅସୁବିଧାଗୁଡିକରୁ କିଛି ସୁବିଧା ଯୋଗାଇ ଦେବେବୋଲି ସରକାରୀ ଅଧିକାରୀମାନେ ପ୍ରତିଶୃତି ଦେଇଥିଲେ ।ଦେଖାଯାଉ ଜନସାାଧାରଣଙ୍କର ଅସୁବିଧାଗୁଡ଼ିକ କେବେ ପୂରଣ ହେଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close