ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ପୁନଃଗଠିତ; ହରିହର ସ୍ୱାଇଁ ଯାଜପୁର ଜିଲ୍ଲା ସଂଯୋଜକ ଓ ମନୀଷା ସହସଂଯୋଜିକା ନିଯୁକ୍ତ

ଯାଜପୁର: ୧୩/୦୧(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ସାଂସ୍କୃତିକ ସମନ୍ୱୟ ସମ୍ମୁଖ୍ୟ ଯାଜପୁର ଜିଲ୍ଲା ସଂଯୋଜକ ଭାବେ ବରିଷ୍ଠ ସାମ୍ବାଦିକ ତଥା ଚଳଚିତ୍ର ଅଭିନେତା ହରିହର ସ୍ୱାଇଁ ଓ ସହ ସଂଯୋଜିକା ଭାବେ ଞ୍ଚଉଦ୍‌ଘାଟିକା ମନୀଷା ରାଉତଙ୍କୁ ମୁଖ୍ୟମନ୍ତ୍ରୀ ମନୋନୀତ କରିଚନ୍ତି । ଏହି କମିଟିର ମୁଖ୍ୟ ଉପଦେଷ୍ଟା ଭାବେ ଡକ୍ଟର ଅମର ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲଙ୍କୁ ବରିଷ୍ଠ ଉପଦେଷ୍ଟା ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ଉପଦେଷ୍ଟା ଭାବେ ବିଧାୟିକା ଲତିକା ପ୍ରଧାନ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡକ୍ଟର ଗୋପବନ୍ଧୁ ଦାସଙ୍କୁ ମନୋନତୀତ କରାଯାଇଛି । ରାଜ୍ୟ ଆବାହକ ଭାବେ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ରବିନାରାୟଣ ନନ୍ଦ ଓ ରାଜ୍ୟ ସଂଯୋଜକ ଭାବେ ପ୍ରବୀର ମହାନ୍ତିଙ୍କୁ ମନୋନୀତି କରାଯାଇଛି । ତିରିଶଟି ଜିଲ୍ଲାରୁ ୬୨ ଜଣ ସଦସ୍ୟ ରହିଥିବା ବେଳେ ଯାଜପୁର ଜିଲ୍ଲା ଦାୟିତ୍ୱରେ ବରିଷ୍ଠ ସାମ୍ବାଦିକ ତଥା ଚଳଚ୍ଚିତ୍ର ଅଭିନେତା ହରିହର ସ୍ୱାଇଁ ଓ ସାମ୍ବାଦିକ ତଥା ଉଦ୍‌ଘଷିକା ଭାବେ ସୁଶ୍ରୀ ମନୀଷା ରାଉତଙ୍କୁ ଘୋଷଣା କରାଯାଇଛି । ଶ୍ରୀ ସ୍ୱାଇଁ ଓ ସୁଶ୍ରୀ ରାଉତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଓ ବିଜେଡ଼ି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ଲୋକପ୍ରିୟ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜଣାଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close