ଉତ୍ତମ ସାହାଯ୍ୟକାରୀ ୪ ବ୍ୟକ୍ତିଙ୍କୁ ଗୁଡ ସାମରିଟାନ ସମ୍ମାନ ପ୍ରଦାନ

ଯାଜପୁର, ୦୭/୦୫ (ନି ପ୍ର ) : ସଡକ ଦୁର୍ଘଟଣାରେ ପୀଡିତ ବ୍ୟକ୍ତିଙ୍କୁ ଯଥା ସମୟରେ ଚିକିତ୍ସାଳୟରେ ପହଞ୍ଚାଇ ମାନବିକତାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଥିବା ୪ ବ୍ୟକ୍ତି ହିମାଦ୍ରୀ ରାଉତ, ତାପସ କୁମାର ଜେନା, ସନ୍ତୋଷ ପଣ୍ଡା ଓ ସତ୍ୟ ରଂଜନ କରଙ୍କୁ ଶନିବାର ଦିନ ଯାଜପୁର ଆଞ୍ଚଳିକ ପରିବହନ ଅଧିକାରୀ ନୀଳକଣ୍ଠ ପ୍ରଧାନ ପରିବହନ କାର୍ଯ୍ୟାଳୟ ଠାରେ ଜିଲ୍ଲା ସଡକ ସୁରକ୍ଷା ସମିତି ତରପଂରୁ ଉତ୍ତମ ସାହାଯ୍ୟକାରୀ ବ୍ୟକ୍ତି ସମ୍ମାନ (ଗୁଡ ସାମରିଟାନ -୨୦୨୨) ରେ ସମ୍ମାନିତ କରିଥିଲେ । ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ପତ୍ର ସଂଖ୍ୟା ୬୭୪ ତା ୨୭ା୧ା୨୦୧୮ ଅନୁସାରେ ଉପରୋକ୍ତ ସାହାଯ୍ୟକାରୀ ବ୍ୟକ୍ତି ମାନଙ୍କୁ ୨୦୦୦/- ଟଙ୍କା ଲେଖାଏଁ ପୁରସ୍କାର ସହ ଏକ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଏହାର ଶ୍ରାବ୍ୟ ଦୃଶ୍ୟ ଚିତ୍ର ଉତ୍ତୋଳନ କରି ଜନସାଧାରଣ ଦେଖିବା ପାଇଁ ୱେବ୍‌ସାଇଟ୍‌ରେ ଅପ ଲୋଡ କରାଯାଇଚ୍ଥି । ଜିଲ୍ଲା ସଡକ ସୁରକ୍ଷା ସମିତିର ଏହି କାର୍ଯ୍ୟ ଜନସାଧାରଣଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ହେବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଚ୍ଥନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close