‘ଉଦୟବଟ’ ଏବଂ ‘କଳିଙ୍ଗ ବିକାଶ ନିର୍ମାଣ ଶ୍ରମିକ ସଂଘ’ ତରଫରୁ ଆର୍ନ୍ତଜାତିକ ଶ୍ରମିକ ଦିବସ ପାଳନ

ଯାଜପୁରରୋଡ,୦୩/୦୫(ଉଦୟବଟ ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ଫେରୋକ୍ରୋମ କଲୋନି ଗେଟ୍ ନିକଓସ୍ଥ ‘ଦୁର୍ଲ୍ଲଭ କଳା ପରିଷଦ’ ମଣ୍ଡପ ଠାରେ ‘ଉଦୟବଟ’‘କଳିଙ୍ଗ ବିକାଶ ନିର୍ମାଣ ଶ୍ରମିକ ସଂଘ’ ତରଫରୁ ଆର୍ନ୍ତଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଆଲୋଚନାଚକ୍ରରେ ‘ଉଦୟବଟ’ର ସଂପାଦକ ତଥା ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମକୁ ପୂର୍ବତନ ନଗରପାଳ ତଥା ବରିଷ୍ଠ ବିଜେଡି ନେତା ରସାନନ୍ଦ ମହାନ୍ତି ଉଦ୍‌ଘାଟନ କରିଥିବା ବେଳେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ତଥା ଶ୍ରମିକ ନେତା ଚନ୍ଦ୍ରମଣି ସାମଲ ମୁଖ୍ୟ ଅତିଥି ଭାବେ ଓ ସୁସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ, ଶିକ୍ଷାବିତ୍ ଅଶ୍ୱିନୀ କୁମାର ଦାସ, ବରିଷ୍ଠ ଆଇନଜୀବୀ ତଥା ନୋଟାରୀ ପବ୍ଲିକ ଲୋକନାଥ ରାଉତ, ଶ୍ରମିକ ନେତା ଓ ସମାଜସେବୀ ରାମଚନ୍ଦ୍ର ବାରିକ, ରାଜ୍ୟସ୍ତରୀୟ ମାନାବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କରୋନା ଆରମ୍ଭ ସମୟରେ ‘ଉଦୟବଟ’ ବହୁ ଶ୍ରମଜୀବୀ, ଅଭାବୀ ପରିବାରକୁ ଯଥାସମ୍ଭବ ସହଯୋଗ କରି ପ୍ରଶଂସାର ପାତ୍ର ହୋଇପାରିଛି । ବକ୍ତାମାନେ ଦୀର୍ଘ ବର୍ଷ ଧରି ଶ୍ରମିକମାନେ ସରକାର, କଳକାରଖାନା ଓ ମାଲିକ ଆଦିମାନଙ୍କ ବିଭିନ୍ନ କାଳକ୍ଷେପଣ ନୀତି ଯୋଗୁ ନିଷ୍ପେଷିତ ଓ ଅବହେଳିତ ହୋଇ ଆସୁଥିବାର ବିଭିନ୍ନ ଉଦାହରଣ ଜରିଆରେ କ୍ଷୋଭ ପ୍ରକାଶ କରିଥିଲେ । ଏହି ଅବସରରେ ଓଡ଼ିଆ ଦୈନିକ ‘ସକାଳ’ର ବ୍ୟାସନଗର ପ୍ରତିନିଧି ଇଂ. ଯଜ୍ଞଦତ ତ୍ରିପାଠୀ, ଶ୍ରମିକ ନେତା ଅରୁଣ କୁମାର ଦାସ ଓ ନିର୍ମାଣ ଶ୍ରମିକ ରମେଶ ମଲ୍ଲିକ ପ୍ରମୁଖଙ୍କୁ ଅତିଥିମାନେ ଉପଢ଼ୈାକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବରିଷ୍‌ଂ ସାମ୍ବାଦିକ ବିଶ୍ୱରଂଜନ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ନୀଳାଚଳ ଇସ୍ପାତର ସୁବଳ ସେନାପତି, ନାରୀନେତ୍ରୀ ବିଦ୍ୟୁତ୍‌ପ୍ରଭା ରାୟ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୟାଧର ଭଦ୍ର, ସନାତନ ମଲ୍ଲିକ, ପ୍ରଫୁଲ୍ଳ ବାରିକ, ଗୈାରୀଶଙ୍କର ପତି, ଯୁବ ନେତା ଅସିତ୍ ଦାସ, ସଂଗୀତଜ୍ଞ ଦେବେନ୍ଦ୍ର ମଲ୍ଲିକ, ରାଜେଶ କୁମାର କର, ଲମ୍ବୋଦର ମଲ୍ଲିକ, ନିରୋଦ ବେହେରା, ଚକ୍ରଧର ମଲ୍ଲିକ, ନରହରି ବେହେରା, ଦମୟମନ୍ତୀ ବଳ, ପାର୍ବତୀ ମଲ୍ଲିକ, ବିଜୟଲକ୍ଷ୍ମୀ ପଣ୍ଡିତ, ମନୋରମା ସାମଲ, ଇନ୍ଦୁମତି ସାହୁ, ସୁମତି ବାରିକ, ଗୀତା ମହାପାତ୍ର, ରଂଗ ବିନ୍ଧାଣୀ, ସସ୍ମିତା ମଲ୍ଲିକ, ଭାରତୀ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ‘ଉଦୟବଟ’ର ସଂଖ୍ୟାକୁ ଅତିଥିମାନେ ପ୍ରକାଶିତ ଉନ୍ମୋଚିତ ହୋଇଥିଲା । ଶେଷରେ ବସନ୍ତ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close