‘ଦୁର୍ଲ୍ଲଭ କଳା ପରିଷଦ’ର ୯ମ ବାର୍ଷିକୋତ୍ସବ; କଳା ସମାଜକୁ ସୃଜନଶୀଳ, ସଂଗୀତ ମଣିଷକୁ ଦୀର୍ଘାୟୁ କରେ-ଡ଼ଃ ଘଡାଇ

ଯାଜପୁରରୋଡ, ୦୯/୨: ‘ଉଦୟବଟ’ ପରିଚାଳିତ ‘ଦୁର୍ଲ୍ଲଭ କଳା ପରିଷଦ’ର ୯ମ ବାର୍ଷିକୋତ୍ସବ, ‘ଦୁର୍ଲ୍ଲଭ କଳା ସମ୍ମାନ-୨୦୨୨’ ପ୍ରଦାନ ସମାରୋହ, ମା’ ସରସ୍ୱତୀଙ୍କ ପୂଜା, ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଓଡ଼ିଶାର ବିଶିଷ୍ଟ ଜନନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ଡ଼ଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରି କହିଥିଲେ ଯେ, କଳା ସମାଜରେ ସୃଜନଶୀଳତା ସୃଷ୍ଟି କରେ; ସଂଗୀତ ମଣିଷ ଜୀବନକୁ ସରସ, ସୁନ୍ଦର କରିବା ସହ ଦୀର୍ଘାୟୁ କରେ । ସମାଜରେ ଭାଇଚାରା ବୃଦ୍ଧି, ଆଜିକାଲିର ଜଞ୍ଜାଳମୟ ମଣିଷ ମନରୁ ଦୁଃଖହରଣ ପାଇଁ କଳା ଓ ସୁସାହିତ୍ୟର ଆବଶ୍ୟକତା ରହିଛି । କଳାର ଉନ୍ନତି ପାଇଁ ସବୁସ୍ତରରେ ଯତ୍ନଶୀଳ ଉଦ୍ୟମ ହେବା ଉଚିତ୍ । ଏବେ ରାଜନୀତି ବ୍ୟବସାୟିକ ତଥା ବସ୍ତୁ ସର୍ବସ୍ୱ ହୋଇ ଚାଲିଥିବା ବେଳେ ସୁସ୍ଥ ସମାଜ ଗଠନ ପାଇଁ ରାଜନେତାମାନେ କଳାର ପୁନରୁଦ୍ଧାର କରିବାକୁ ତତ୍ପର ହେବା ଆବଶ୍ୟକ ବୋଲି ଡ଼ଃ ଘଡ଼ାଇ ମତପୋଷଣ କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. କୁଶଚନ୍ଦ୍ର ପ୍ରଧାନ ଯୋଗ ଦେଇ ‘ଉଦୟବଟ’ର ବିଭିନ୍ନ ଜନହିତକର ଓ ସଚେତନାଧର୍ମୀ କାର୍ଯ୍ୟକ୍ରମର ଭୂୟସୀ ପ୍ରଂଶସା କରିବା ସହ ଏହା ସ୍ଥାନୀୟ ଅଂଚଳରେ ସୁସ୍ଥ ପରିବେଶ ସୃଷ୍ଟି କରିବାରେ ବେଶ ସକ୍ଷମ ହୋଇଛି ବୋଲି କହିଥିଲେ । ବ୍ୟାସନଗର ପୈାର ପରିଷଦର ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ଚଣ୍ଡିଖୋଲର ବନ ଅଧିକାରୀ ଶଶିକାନ୍ତ ବେହେରା, ଫେରୋକ୍ରୋମ କାରଖାନାର ଏ.ଜି.ଏମ୍ ରଶ୍ମିରଂଜନ ବିଶ୍ୱାଳ, ସୁସାହିତ୍ୟିକ ତଥା ଶିକ୍ଷାବିତ୍ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ‘ଉଦୟବଟ’ର ବର୍ଷ ତମାମ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରି ଏହା ସ୍ଥାନୀୟ ଅଂଚଳରେ ଜନଜାଗରଣ ସୃଷ୍ଟି କରିବା ସହ ସବୁ କ୍ଷେତ୍ରକୁ ଏହା ପରିବ୍ୟାପ୍ତ ହୋଇପାରିଛି ବୋଲି କହିଥିଲେ । ‘ଉଦୟବଟ’ ଓ ‘ଦୁର୍ଳ୍ଲଭ କଳା ପରିଷଦ’ ବିଭିନ୍ନ ଜନହିତକର, ସଚେତନାଧର୍ମୀ, ସାଂସ୍କୃତିକ ଆଦି କାର୍ଯ୍ୟକ୍ରମମାନ ଜାରୀ ରଖିଥିବାରୁ ବକ୍ତାମାନେ ସାଧୁବାଦ ଜଣାଇବା ସହ ଏହି ଧାରା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । କଳାକୁ ବଂଚାଇ ରଖିବାରେ ଓ କଳାର ବିକାଶ ପାଇଁ ‘ଦୁର୍ଲ୍ଲଭ କଳା ପରିଷଦ’ର ଭୂମିକା ପ୍ରଶଂସନୀୟ ବୋଲି ସେମାନେ କହିଥିଲେ । ବିଶେଷକରି କୁନି କୁନି ପିଲାଙ୍କ ମଧ୍ୟରେ ଥିବା କଳା ପ୍ରତିଭାର ଅନ୍ୱେଷଣରେ ପରିଷଦର କାର୍ଯ୍ୟ ଉଲ୍ଲେଖନୀୟ ଅଟେ । ଏହି ଅବସରରେ ଅତିଥିମାନେ ବିଶିଷ୍ଟ ଚିତ୍ରଶିଳ୍ପୀ, କଳା ଶିକ୍ଷକ ତଥା କଣ୍ଠ ଶିଳ୍ପୀ ଉଦୟ କୁମାର ଓଝା, ଫେରୋକ୍ରୋମ କାରଖାନାର ଏ.ଜି.ଏମ୍ ଇଂ. ରଶ୍ମିରଂଜନ ବିଶ୍ୱାଳ ଓ ଚଣ୍ଡିଖୋଲର ବନ ଅଧିକାରୀ ଶଶିକାନ୍ତ ବେହେରା ପ୍ରମୁଖଙ୍କୁ ମାନପତ୍ର, ଉପଢ଼ୈାକନ ଓ ପୁଷ୍ପଗୁଚ୍ଛ ଦେଇ ‘ଦୁର୍ଲ୍ଲଭ କଳା ସମ୍ମାନ-୨୦୨୨’ରେ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକାରୀ ସଂପାଦିକା ବିଦ୍ୟୁତ୍‌ପ୍ରଭା ରାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଦୀପକ ରଂଜନ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ସଂଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସୁମନ ରାୟ, ପ୍ରଫୁଲ୍ଲ ବାରିକ, ସମର ମଣ୍ଡଳ, ଶ୍ରମିକ ନେତା ଅରୁଣ ଦାସ, ଅସିତ ଦାସ, ରାମଚନ୍ଦ୍ର ବାରିକ, ଡ଼ା. ବୀଭାସ କର୍ମକାର, ବସନ୍ତ ପାତ୍ର, ପ୍ରଦୀପ ବାରିକ, ମନୋଜ ସାମଲ, ସୈାଭାଗ୍ୟ ମୁଦୁଲି, ସମୀର ମିଶ୍ର, ହରଦୟାଲ ସିଂ, ସଂଜୟ ସ୍ୱାଇଁ, ସୁମନ୍ତ ରାଉତ, ଗୈାରୀଶଙ୍କର ପତି, ଚକ୍ରଧର ମଲ୍ଲିକ, ପ୍ରତିପାଲ ସିଂ, ନବଘନ ବେହେରା, ସାମ୍ବାଦିକ ଶ୍ୟାମଳେନ୍ଦୁ ପାତ୍ର, ସୁଶାନ୍ତ ପଣ୍ଡା, ନିରୋଦ ବେହେରା, ସରିତା ଗୁପ୍ତା, ରେଣୁକା ରାଉତ, ରେବତୀ ସ୍ୱାଇଁ, ଦେବାଶିଷ ସାହୁ, ଅଭୟ ସ୍ୱାଇଁ, ବେବେନ୍ଦ୍ର ମଲ୍ଲିକ, ଅପୂର୍ବ ସାମଲ, ସୁବାଷ ଜେନା, କାଂଚନ ନାୟକ, ଦମୟନ୍ତୀ ବଳ, ଗୋଲାପ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close