ସଡ଼କ ଦୁର୍ଘଟଣାରେ ନୀଳାଚଳ ଇସ୍ପାତ (ଟାଟା ଷ୍ଟିଲ) କର୍ମଚାରୀଙ୍କ ମୃତ୍ୟୁ, ବିଭିନ୍ନ ମହଲରେ ଶୋକ

ଡ଼ୁବୁରୀ, ୧୨/୪(ଉ. ନ୍ୟୁଜ୍ ବ୍ୟୁରୋ): ରାଷ୍ଟ୍ରାୟତ ନିଗମ ନୀଳାଚଳ ଇସ୍ପାତକୁ ଟାଟା ଷ୍ଟିଲ ଅଧିଗ୍ରହଣ କରି ଚଳାଇ ରଖିଛି । ମନସ୍ତାପରେ ଥିବା ବହୁ କର୍ମଚାରୀ କିଛି ମାସ ହେଲା ଟାଟା ଷ୍ଟିଲ କାରଖାନାକୁ ନେବା ପରେ ବହୁ ମାତ୍ରାରେ ଚିନ୍ତା ମୁକ୍ତ ହୋଇଥିବା ବେଳେ କର୍ମସଂସ୍ଥାନ ଫେରି ପାଇଥିବା କର୍ମଚାରୀଙ୍କ ପରିବାର ମଧ୍ୟରେ ଖୁସିର ଲହରି ଖେଳି ଯାଇଥିଲା । ଏହି ଧାରାରେ ସୁଦୂର ବିଶାଖାପାଟଣାରୁ ଆସି ନୀଳାଚଳରେ କାର୍ଯ୍ୟ କରୁଥିବା ଏସ. ବିଜୟ କୁମାରଙ୍କ ପରିବାରେ ଖୁସି ଦେଖାଦେଇଥିଲା । ବିଜୟ କୁମାର ବ୍ୟାସନଗର ପୈାର ପରିଷଦର ଗୋଶାଳା ଛକ ନିକଟସ୍ଥ ଜମ୍ବୁନାଥ ସାମଲ ଓ ଉର୍ମିଳା ନାୟକଙ୍କ ଘରେ ଭଡ଼ାରେ ରହି ପ୍ରତିଦିନ କାରଖାନାକୁ ବସ ଯୋଗେ ଯିବା ଆସିବା କରିଆସୁଥିଲେ । ତାଙ୍କର ୦୨ ଝିଅଙ୍କ ମଧ୍ୟରୁ ସାନ ଝିଅ ଯାଜପୁରରୋଡ଼ର ଗୋଶାଳା ଛକ ନିକଟସ୍ଥ ‘ସେଂଟ୍ରାଲ ସ୍କୁଲ’ରେ ୭ମ ଶ୍ରେଣୀରେ ପଢ଼ୁଥିବା ବେଳେ ବଡ଼ ଝିଅ ଯାଜପୁରରୋଡ଼ର ‘ପ୍ରୟାସ’ ସ୍କୁଲରେ ୧୧ ଶ୍ରେଣୀରେ ବିଜ୍ଞାନ ପଢ଼ୁଥିଲେ । ରାତ୍ରୀ ପର୍ଯ୍ୟନ୍ତ କୋଚିଂ ନେଇ ଭଲ ପାଠ ପଢ଼ିବା ପାଇଁ ବଡ଼ ଝିଅକୁ ଶ୍ରୀ କୁମାର ଆଜି ସକାଳେ ‘ପ୍ରୟାସ’ ହଷ୍ଟେଲରେ ଛାଡ଼ି ଥିଲେ । ବ୍ୟସ୍ତତା ମଧ୍ୟରେ ସେ ଆଜି କାରଖାନାକୁ ବସରେ ଯିବାରେ ଡ଼େରି କରିଦେଇଥିଲେ । ତେଣୁ ସେ ବି-ସିପ୍ଟ ଡ଼୍ୟୁଟି କରିବା ପାଇଁ ଦିନ ୦୨ଟାରେ ଯାଜପୁରରୋଡ଼ରୁ ପ୍ରାୟ ଦିବା ୦୧ଘଟିକା ସମୟରେ ନିଜ ମୋଟର ସାଇକେଲରେ କାରଖାନାକୁ ଯାଇଥିଲେ । ହେଲେ ସେ କାରଖାନା ପର୍ଯ୍ୟନ୍ତ ଯାଇ ଗେଟ୍ ପାଖରେ ଏକ ଟିପର ସହ ଧକ୍କାରେ ପ୍ରାଣତ୍ୟାଗ କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ କାରଖାନା ପରିସର, ଯାଜପୁରରେ ରହୁଥିବା ତେଲୁଗୁ ସମାଜ ଆଦିଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close