ତମାଖୁ ସେବନର ନିବାରଣ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ସଂପର୍କିତ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର

ଯାଜପୁର, ୧୮ା୧୨: ଆଜି ଶୁକ୍ରବାର ପୂର୍ବାହ୍ନ ୧୦ ଘଟିକା ସମୟରେ ଯାଜପୁର ଜଳ ବିଭାଜିକା ବିଭାଗର ପ୍ରଶିକ୍ଷଣ କାର୍ଯ୍ୟାଳୟରେ ଗୁଟୁଖା ବା ତମାଖୁ ସେବନର ପ୍ରସାର ଓ ଏହାର ନିରାକରଣ ଉପରେ ରହିଥିବା ଆଇନଗତ ଦିଗ ସଂପର୍କିତ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ବର୍ତମାନ ସମୟରେ ସମାଜରେ ଗୁଟୁଖା ସେବନର ବହୁଳ ପ୍ରସାର ଓ ଏହାର ପ୍ରଭାବ ସମ୍ୱନ୍ଧରେ ଜନସାଧାରଣ ସଚେତନ ନ ହେଲେ ଏହାକୁ ରୋକାଯାଇପାରିବ ନାହିଁ । ତେଣୁ ପ୍ରତି ବର୍ଷରେ ଭାରତରେ ୧୦ ଲକ୍ଷ ଲୋକ ଏହି ଧୁମ୍ର ବିହିନ ପଦାର୍ଥ ବ୍ୟବହାର କରି କର୍କଟ ରୋଗ ଭଳି ଦୂରାରୋଗ୍ୟ କବଳରେ ପଡି ମୃତ୍ୟୁବରଣ କରିଚ୍ଥନ୍ତି ବୋଲି ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଏହି ପଦାର୍ଥ ଯଥା-ପାନ, ଖଇନି, ଗୁଣ୍ଡି, ଗୁଟୁଖା ସେବନ ଦ୍ୱାରା ସହରାଂଚଳ ଓ ଗ୍ରାମାଂଚଳର ଲୋକେ ଏପରି ଅଭ୍ୟସ୍ତ ହୋଇଯାଇଚ୍ଥନ୍ତି ଯେ, ଏହାକୁ ଦୈନନ୍ଦିନ ଜୀବନଯାପନରେ ଏକ ସ୍ୱତନ୍ତ୍ର ଅଙ୍ଗ ଭାବେ ବିବେଚନା କରି ରୋଗରେ ପଡି ତଳିତଳାନ୍ତ ହୋଇ ଜୀବନ ହାରୁଚ୍ଥନ୍ତି । ତେଣୁ ସବୁ ବିଭାଗରେ ସମ୍ମିଳିତ ଉଦ୍ୟମ ଜାରି କରି ଯୁବ ବର୍ଗଙ୍କୁ ଏଥିରୁ ନ ନିବର୍ତାଇଲେ ପର ପୀଢି ସଂପୂର୍ଣ୍ଣ ଦୁର୍ବଳ ହୋଇପଡିବ ବୋଲି ପ୍ରଶିକ୍ଷଣ ଶିବିରରେ ମତ ପରିପ୍ରକାଶ ପାଇଥିଲା । ସିଗାରେଟ୍ ଟାଣିବା ଲୋକ ହୃଦ୍‌ଘାତ ଜନିତ ମୃତ୍ୟୁ ମୁଖରେ ପଡିବା ସୁନିଶ୍ଚିତ । ଏଥିରେ ନିଜେ ସଚେତନ ହୋଇ ଦୂରେଇ ନ ରହିଲେ ନିଶା ରାକ୍ଷସ ସମାଜକୁ ଧ୍ୱଂସ ଯେ କରି ନଦେବ କିଏ କହିପାରିବ ବୋଲି ପ୍ରବକ୍ତାଗଣ ମତ ଦେଇଥିଲେ । ୫୦% ପୁରୁଷ ଓ ୨୫% ମହିଳା ଟବାକୋ ସେବନ ଦ୍ୱାରା ପ୍ରଭାବିତ ହେଉଚ୍ଥନ୍ତି ବୋଲି ଏକ ସର୍ଭେ ରିପୋର୍ଟରୁ ଜଣାଯାଇଚ୍ଥି । ସହରାଂଚଳ ଅପେକ୍ଷା ଗ୍ରାମାଂଚଳରେ ଏହି ତମାଖୁ ଗୁଟୁଖା ସେବନ ଧିରେ ଧିରେ ଅଜାଣତରେ କାୟା ବିସ୍ତାର କରି ଚାଲିବା ଏକ ଉଦ୍‌ବେଗ ଘଟଣାକୁ ପ୍ରଶିକ୍ଷଣ ଶିବିରରେ ସମସ୍ତେ ସ୍ୱୀକାର କରିଥିଲେ । ତେଣୁ ଏଥିରୁ ନିବର୍ତିବା ପାଇଁ ପ୍ରାଥମିକ ସ୍ତରରେ ଏହାର ସେବନ ବନ୍ଦ କରା ନଗଲେ ବ୍ୟକ୍ତି ବିଶେଷ ଜନ୍ତାରେ ପଡି ଚ୍ଥଟ ପଟ ହେବା ଶତ ପ୍ରତିଶତ ସତ ବୋଲି ପ୍ରଶିକ୍ଷକ ଚେତାଇ ଦେଇଥିଲେ । ତେଣୁ ଉପସ୍ଥିତ ପୋଲିସ ଓ ଲାଇନ ଡିପାର୍ଟମେଣ୍ଟ ଅଣ୍ଟା ଭିଡିବାକୁ ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତା ଅନୁରୋଧ କରିଥିଲେ । ପ୍ରତିକାର ସ୍ୱରୂପ ଶିକ୍ଷାନୁଷ୍ଠାନର ୨୦୦ ମିଟର ଭିତରେ ଗୁଟୁଖା ଦୋକାନ ନ ରଖିବାକୁ ତଦନ୍ତ କରିବା, ୧୮ ବର୍ଷରୁ କମ୍ ବର୍ଷର ପିଲାଙ୍କୁ ଏଥିରୁ ଦୂରେଇ ରଖିବା, ବିକ୍ରିବଟା ଉପରେ ସେମାନଙ୍କ ସଂପୃକ୍ତି ନ ରହିବାକୁ କଡାକଡି ଭାବେ ପାଳନ, କାର୍ଯ୍ୟାଳୟରେ ଏହାର ସେବନ ନିଷେଧ, ଗୃହରେ ତମାଖୁ , ପାନ, ବିଡି, ସିଗାରେଟ ସେବନ ବର୍ଜନ ଇତ୍ୟାଦି ଉପରେ ଜୋର ଦିଆଯାଇଥିଲା । ଏହି ବୈଠକରେ ଅବକାରୀ ନିରୀକ୍ଷକ ସ୍ୱପ୍ନାରାଣୀ ସାହୁ, ଜିଲ୍ଳ୍‌ା କୃଷି ଅଧିକାରୀ ବିମଳକାନ୍ତି ରପ୍ତାନ, ଅବକାରୀ କର୍ମଚାରୀ ବିଭୁଦତ ଧଳ, ବିଭିନ୍ନ ଥାନାର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ମତାମତ ରଖିଥିଲେ । ଡା. ପାର୍ଥସାରଥୀ ମିଶ୍ର ଓ ଡା. ରମେଶ ମଲ୍ଲିକ ଉପସ୍ଥିତ ରହି ତମାଖୁ ସେବନର କାରଣ ଓ ନିରାକରଣ ଏବଂ ରହିଥିବା ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ଟିକିନିଖି ଆଲୋକପାତ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close