ଛତିଆ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଉତ୍ସବ; ସୁସ୍ଥ ସମାଜ ପାଇଁ ଭଲ ମଣିଷ ଆବଶ୍ୟକ

ଚଣ୍ଡିଖୋଲ, ୧୯/୦୮(ଶ୍ରୀନିବାସ ନାୟକଙ୍କ ଠାରୁ): ମଣିଷ ଏକ ସାମାଜିକ ପ୍ରାଣୀ । ସମାଜ ବିନା ମଣିଷ ବଂଚି ପାରିବ ନାହିଁ । ନୀତି ନୈତିକତାପୂର୍ଣ୍ଣ ସମାଜ ହିଁ ସୁସ୍ଥ ସମାଜର ପରିଚୟ । ଏଭଳି ଏକ ସୁସ୍ଥ ସମାଜ ଗଠନ ପାଇଁ ଭଲ ମଣିଷଙ୍କ ଆବଶ୍ୟକ ବୋଲି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ସ୍ଥିତ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଉତ୍ସବରେ ମତ ପ୍ରକାଶ ପାଇଛି ।
       ଗତ ୧୪ ତାରିଖ ସୋମବାର ଦିନ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଭଲ ମଣିଷ ଗଢିବା ସମାଜ ପାଇଁ ଏକ ଶ୍ରେଷ୍ଠ ଆହ୍ୱାନ । ଏହାର ସଫଳ ରୂପାୟନ କ୍ଷେତ୍ରରେ ଶିକ୍ଷକ ତଥା ଅଧ୍ୟାପକ ସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଜଣେ ଧନୀ ବ୍ୟକ୍ତି ଜଣେ ଭଲ ମଣିଷ ହୋଇ ନ ପାରେ । ଜଣେ ଧନୀ ଲୋକ ସମାଜରେ ନିଜର ପ୍ରତିଷ୍ଠା ଓ ପ୍ରତିଭାକୁ ଜାହିର କରି ନ ପାରେ । ହେଲେ ଜଣେ ଭଲ ମଣିଷ ସମାଜରେ ନିଜର ପ୍ରତିଷ୍ଠା ବଳରେ ପ୍ରତିଷ୍ଠିତ ହୋଇ ନିଜର ସ୍ଥିତି ସଦୃଢ କରିଥାଏ । ଧନ ଥିବା ବ୍ୟକ୍ତି ବଡ ହୋଇ ନ ପାରେ ହେଲେ ମଣିଷ ପଣିଆ ଥିବା ବ୍ୟକ୍ତି ସମାଜରେ ବଡ ହୋଇଥାଏ ।
   ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ ଉତ୍ସବର ଉଦଘାଟନ କରି କହିଥିଲେ ଯେ, ଶିକ୍ଷାନୁଷ୍ଠାନ ହେଉଛି ଏକ ବିଦ୍ୟାର ମନ୍ଦିର । ଏହି ମନ୍ଦିରରେ ଦେଶର ଆଗାମୀ ଭବିଷ୍ୟତମାନଙ୍କୁ ଗଢା ଯାଇଥାଏ । ନୈତିକତାପୂର୍ଣ୍ଣ ମଣିଷ ସମାଜ ପାଇଁ ସବୁଠାରୁ ବଡ ସମ୍ପଦ ଓ ସାମର୍ଥ୍ୟ । ବସ୍ତୁବାଦୀ ମଣିଷ ଅପେକ୍ଷା ଭାବପ୍ରବଣ ମଣିଷ ସମାଜ ଓ ବ୍ୟକ୍ତିଜୀବନ ଧାରାକୁ ଅଧିକ ଗ୍ରହଣୀୟ କରିଥାଏ ବୋଲି ଶ୍ରୀ ଶତପଥି କହିଥିଲେ ।
ଏଥିରେ ସମାଲୋଚକ, ନାଟ୍ୟକାର, ପ୍ରାବନ୍ଧିକ ପ୍ରଫେସର ନୀଳାଦ୍ରୀ ଭୂଷଣ ହରିଚନ୍ଦନ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, ଆବେଗ ହେଉଛି ମଣିଷର ମଣିଷ ପଣିଆ । ଆବେଗ ବିହୀନ ମଣିଷ ବସ୍ତୁ ସହ ସମାନ । ସର୍ବଧର୍ମ ସମନ୍ୱୟର ମହାନ ବାର୍ତ୍ତାବହ ଶ୍ରୀଜଗନ୍ନାଥ ମହାପ୍ରଭୂଙ୍କ ସଂସ୍କୃତି ମଣିଷ ଜାତି ପାଇଁ ଅମୂଲ୍ୟ ସମ୍ପଦ । ଏହାକୁ ପ୍ରତ୍ୟେକ ମଣିଷ ଅନୁକରଣ କରୁ । କଲେଜ ପରିଚାଳନା କମିଡି ସଭାପତି ପ୍ରଫେସର କେଦାରନାଥ ଦାସ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନିଷ୍ଠା ହିଁ ଜୀବନର ମାପକାଠି ବୋଲି କହିଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ବଳରାମ ସାହୁ ସ୍ୱାଗତ ଭାଷଣ ସହ ଉତ୍ସବରେ ସଭାପତିତ୍ୱ କରିଥିଲେ । ଅଧ୍ୟାପିକାଡ଼ଚନ୍ଦ୍ରକଳା ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ମନୋଜ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟାପିକା ସରୋଜିନୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅଧ୍ୟାପକ ସର୍ବଶ୍ରୀ ଭରତ ଭୂଷଣ ସାହୁ, ତୁଷାରକାନ୍ତି, କଳ୍ପତରୁ ନାୟକ, ଭୋଳାନାଥ ନାୟକ, ବିଜୟ ରାଉତ, ପୁଷ୍ପଲତା ସାମଲ, ମିନତୀ ମିଶ୍ର, ସୁନୀତା ସ୍ୱାଇଁ, ସୁମିତ୍ରା ନନ୍ଦ, ମୋନାଲିସା ମହାନ୍ତି, ନୁପୁର ପ୍ରୀୟଦର୍ଶିନୀ, ସିପ୍ରା ସ୍ନିଗ୍ଧା ନାୟକ, ସ୍ୱର୍ଣ୍ଣମୁଦ୍ରା ମିଶ୍ର ପ୍ରମୁଖ ଅଂଶଗ୍ରହଣ କରି ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଏହି ଉପଲକ୍ଷେ ଅଧ୍ୟାପକ ଚକ୍ରଧର ନାୟକଙ୍କ ତତ୍ତ୍ୱାବଧାନରେ ଯୁବରେଡକ୍ରସ କଟକ ଶାଖା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏଥିରେ କଲେଜ ପ୍ରତିଷ୍ଠାତା ମଣିମା ରାମଚନ୍ଦ୍ର ଦାସଙ୍କ ପୁତ୍ର ମଣିମା ପ୍ରଦ୍ୟୁମ୍ନ ଦାସ, ପ୍ରତିଷ୍ଠାତା ସଭ୍ୟ ମାଧବାନନ୍ଦ ମହାପାତ୍ର, ପୂର୍ବତନ ଅଧ୍ୟକ୍ଷ ଲଳିତେନ୍ଦୁ ଦାସ, ଡ ଼ବିଶ୍ୱନାଥ ଦାସଙ୍କ ସମେତ କଲେଜ ପ୍ରତିଷ୍ଠାରେ ସହଯୋଗ କରିଥିବା ବ୍ୟକ୍ତିବିଶେଷ, ବରିଷ୍ଠ ତଥା ଅବସରପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close