ସାମ୍ବାଦିକ ତଥା ସରସ୍ଵତୀ କଳା ପରିଷଦର ସହ ସମ୍ପାଦକ ପ୍ରଭାତ କୁମାର ମଲ୍ଲିକଙ୍କ ମାତୃ ବିୟୋଗ, ସଦର ମାଟିରେ ଶୋକ

କଟକ,୨୫/୦୪(ନି ପ୍ର) : କଟକର ବ୍ଲକ ବାରଦା ପଞ୍ଚାୟତ ଅନ୍ତର୍ଗତ ଚାଞ୍ଚପଡା ଗ୍ରାମର ସାମ୍ବାଦିକ,ଦକ୍ଷ ସଂଗଠକ, କବି ତଥା ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦର ବରେଣ୍ୟ ସହ ସମ୍ପାଦକ ପ୍ରଭାତ କୁମାର ମଲ୍ଲିକଙ୍କ ମାଆ ବେଙ୍ଗଲତା ମଲ୍ଲିକ(୮୨)ଙ୍କ ରବିବାର ରାତିରେ ପରଲୋକ ଘଟିଛି l ସେ ଜଣେ ସ୍ନେହୀ ଓ ଧର୍ମ ପରାୟଣା, ମିଷ୍ଟଭାଷୀ ମହିଳା ଥିଲେ l ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି l ସୋମବାର ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ସାନ ମଝିଆ ପୁଅ କେଦାରନାଥ ମୁଖାଗ୍ନି ଦେଇଥିଲେ l ମୃତ୍ୟୁଶଯ୍ୟା ନିକଟରେ ମଝିଆ ପୁଅ ଉପେନ୍ଦ୍ର,ଝିଅ,ଜ୍ୱାଇଁ, ଚାରି ବୋହୁ,ନାତି ନାତୁଣୀ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ l ଉଲ୍ଲେଖଯୋଗ୍ୟ ବେଙ୍ଗଲତାଙ୍କ ସ୍ୱାମୀ ତଥା ଅବସରପ୍ରାପ୍ତ ରେଲୱେ କର୍ମଚାରୀ ଦୁର୍ଯ୍ୟୋଧନ ମଲ୍ଲିକ ଏବଂ ବଡ଼ପୁଅ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ବିପିନ ବିହାରୀ ମଲ୍ଲିକଙ୍କ କିଛି ଦିନ ତଳେ ପରଲୋକ ଘଟିଥିଲା l

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close